ଓଡିଶା

odisha

ETV Bharat / entertainment

Ranbir Baarat: କୃଷ୍ଣା ରାଜ ବଙ୍ଗଳାରୁ ବାହାରି ବାସ୍ତୁରେ ପହଞ୍ଚିବ ରଣବୀରଙ୍କ ବରଯାତ୍ରୀ - ବାସ୍ତୁରେ ପହଞ୍ଚିବ ରଣବୀରଙ୍କ ବରଯାତ୍ରୀ

ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ପରିବାର ଆଜି (ଏପ୍ରିଲ 14) ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କପୁର ପରିବାରର ସଦସ୍ୟଙ୍କ ବରଯାତ୍ରୀ ମୁମ୍ବାଇର ଚେମ୍ବୁରରେ ଥିବା କୃଷ୍ଣା ରାଜ ବଙ୍ଗଳା (ସ୍ୱର୍ଗତ ରାଜ କପୁରଙ୍କ ପତ୍ନୀଙ୍କ ନାମରେ) ରୁ ଆରମ୍ଭ ହୋଇ ଟୋନି ପାଲି ହିଲ ଅଞ୍ଚଳରେ ଥିବା ରଣବୀରଙ୍କ ଘର ବାସ୍ତୁରେ ପହଞ୍ଚିବ। ଅଧିକ ପଢନ୍ତୁ

କୃଷ୍ଣା ରାଜ ବଙ୍ଗଳାରୁ ବାହାରି ବାସ୍ତୁରେ ପହଞ୍ଚିବ ରଣବୀରଙ୍କ ବରଯାତ୍ରୀ
କୃଷ୍ଣା ରାଜ ବଙ୍ଗଳାରୁ ବାହାରି ବାସ୍ତୁରେ ପହଞ୍ଚିବ ରଣବୀରଙ୍କ ବରଯାତ୍ରୀ

By

Published : Apr 14, 2022, 10:33 AM IST

ମୁମ୍ବାଇ: ଆଲିଆ ଭଟ୍ଟଙ୍କ ମେହେନ୍ଦି ସେରିମନି ବୁଧବାର ଶେଷ ହୋଇଯାଇଥିବାବେଳେ ଏବେ ସମସ୍ତଙ୍କ ଧ୍ୟାନ ତାଙ୍କ ବିବାହ ଉପରେ ରହିଛି । ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ପରିବାର ଆଜି (ଏପ୍ରିଲ 14) ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କପୁର ପରିବାରର ସଦସ୍ୟଙ୍କ ବରଯାତ୍ରୀ ମୁମ୍ବାଇର ଚେମ୍ବୁରରେ ଥିବା କୃଷ୍ଣା ରାଜ ବଙ୍ଗଳା (ସ୍ୱର୍ଗତ ରାଜ କପୁରଙ୍କ ପତ୍ନୀଙ୍କ ନାମରେ) ରୁ ଆରମ୍ଭ ହୋଇ ଟୋନି ପାଲି ହିଲ ଅଞ୍ଚଳରେ ଥିବା ରଣବୀରଙ୍କ ଘର 'ବାସ୍ତୁ'ରେ ପହଞ୍ଚିବ । ଏଠାରୁ ବରଯାତ୍ରୀ କନିଆଁ ଘରକୁ ଯିବ ।

2016ରେ ରଣବୀର କପୁର ପରିବାରର ପୈତୃକ ଘରୁ ବାସ୍ତୁକୁ ଯାଇଥିଲେ । ଏହି ଘରକୁ ଗୌରୀ ଖାନଙ୍କ ଦ୍ୱାରା ଡିଜାଇନ କରାଯାଇଛି । ତେବେ ଗତକାଲି ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବାସ୍ତୁ ଆପାର୍ଟମେଣ୍ଟରୁ ନୂଆ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଠାରେ ଟାଇଟ୍ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଛି । ଭାଇରାଲ ହେଉଥିବା ଏକ ଭିଡିଓରେ ପୋଲିସ ସୁରକ୍ଷା ଉପରେ ନଜର ରଖୁଥିବାବେଳେ ଅନ୍ୟ ଏକ ଭିଡିଓରେ ସିକ୍ୟୁରିଟିମାନେ ଫୋନରେ ଟେପ୍ ଲଗାଉଥିବା ଦେଖିବାକୁ ମିଳିଥିଲା । ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଘର ଭିତରର ଫଟୋ ଏଯାଏଁ ସାମ୍ନାକୁ ନାହିଁ । ଏଥି ସହିତ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ କପୁର ପରିବାର ଋଷି କପୁରଙ୍କ ପାଇଁ ପୂଜା କରାଯାଇଥିଲା ।

ମେହେନ୍ଦି ସମାରୋହରେ କରୀନା-କରିସ୍ମା

ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ରୀତିନୀତି ବୁଧବାର ଠାରୁ ଆରମ୍ଭ ହୋଇଛି । ଆଲିଆଙ୍କ ମେହେନ୍ଦୀ ସମାରୋହରେ ଯୋଗଦେବା ପାଇଁ ଅନେକ ବି-ଟାଉନ୍ ସେଲିବ୍ରିଟି ରଣବୀରଙ୍କ ବାନ୍ଦ୍ରା ବାସଭବନରେ ପହଞ୍ଚିଥିଲେ । ଏଥିମଧ୍ୟରେ ରଣବୀରଙ୍କ ସମ୍ପର୍କୀୟ କରିସ୍ମା ଏବଂ କରୀନା କପୁର ସାମିଲ ଥିଲେ । କରୀନା ଧଳା ଲେହେଙ୍ଗାରେ ଦେଖାଯାଇଥିବାବେଳେ କରିସ୍ମା ଥିଲେ ସୁବର୍ଣ୍ଣ ପୋଷାକ ନଜର ଆସିଥିଲେ । ଆଲିଆଙ୍କ ପରାମର୍ଶଦାତା ତଥା ବନ୍ଧୁ କରଣ ଜୋହର ମଧ୍ୟ ସେହି ସ୍ଥାନରେ ହଳଦିଆ କୁର୍ତ୍ତା ପିନ୍ଧିଥିବାର ନଜର ଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details