ହାଇଦ୍ରାବାଦ: ମେଗା-ବ୍ଲକବଷ୍ଟର ଫିଲ୍ମ RRR ସହ ବିଶ୍ୱରେ ଲୋକପ୍ରିୟ ହାସଲ କରିଥିବା ସାଉଥ ଅଭିନେତା ରାମ ଚରଣ ଆଜିକାଲି ଖୁସିରେ ନିଜ ଜୀବନ ଅତିବାହିତ କରୁଥିବା ଦେଖିବାକୁ ମିଳୁଛି । ପ୍ରଥମତଃ ତାଙ୍କ ଫିଲ୍ମ 'RRR' ଓସ୍କାର ଜିତିଥିଲା ଏବଂ ଦ୍ୱିତୀୟରେ, ସେ ବିବାହର 11 ବର୍ଷ ପରେ ପିତା ହେବାକୁ ଯାଉଛନ୍ତି । ଏହି ଦମ୍ପତି ଏବେ ଦୁବାଇରେ ସମୟ ଅତିବାହିତ କରୁଛନ୍ତି । ସେଠାରେ ପତ୍ନୀ ଉପାସନା କାମିନେନିଙ୍କ ଗୋଦ ଭରାଇର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମର କିଛି ଫଟୋରେ ଏହି ଦମ୍ପତି ସୁନ୍ଦର ଲୁକ୍ରେ ନଜର ଆସିଥିବା ବେଳେ ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲେ ହେବାରେ ଲାଗିଛି ।
ଉପାସନା ନିଜ ଇନଷ୍ଟାଗ୍ରାମରେ ତାଙ୍କ ଗୋଦଭରାଇର ଏକ ଭିଡିଓ କୋଲାଜ୍ ସେୟାର କରିଛନ୍ତି । ଭିଡିଓରେ ରାମଚରଣ ଓ ତାଙ୍କ ପତ୍ନୀ ଏହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରୁଥିବା ନଜର ଆସିଛନ୍ତି । ଅନ୍ୟପକ୍ଷରେ, ରାମ ଚରଣ ଏବଂ ଉପାସନା ସମୁଦ୍ର କୂଳରେ ମଧ୍ୟ ସେମାନଙ୍କ ଏକ ରୋମାଣ୍ଟିକ ଫଟୋସୁଟ୍ କରିଛନ୍ତି । ତେବେ ଏହି ଗୋଦ ଭରାଇ କାର୍ଯ୍ୟକ୍ରମରେ ଅନେକ ଘନିଷ୍ଠ ସମ୍ପର୍କୀୟ, ବନ୍ଧୁଙ୍କୁ ଦେଖିବାକୁ ମିଳୁଛି ।
ରାତ୍ରି ସମୟରେ ଏକ ବାର୍ରେ ଗୋଦଭରାଇ ପାର୍ଟିର ଆୟୋଜନ କରାଯାଇଥିବା ଜଣାପଡିଛି । ପାର୍ଟିର ଏହି ଫଟୋଗୁଡିକ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏଥିସହ ରାମ ଚରଣ ଏବଂ ଉପାସନା ନିଜ ଗୋଦଭରାଇ କାର୍ଯ୍ୟକ୍ରମରେ ବହୁତ ଖୁସି ଦେଖାଯାଉଛନ୍ତି । ଏହି ଫଟୋ ସେୟାର ହେବା ପରେ ଫ୍ୟାନ୍ସ ଲାଇକ କରିବା ସହ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।