ଓଡିଶା

odisha

ETV Bharat / entertainment

ପୋଷା କୁକୁର ପାଇଁ ରାମଚରଣଙ୍କ ମାନସିକ, ୪୧ ଦିନ ପାଳିବେ ବ୍ରହ୍ମଚର୍ଯ୍ୟ !

ପୋଷା କୁକୁର ପାଇଁ ବ୍ରହ୍ମଚର୍ଯ୍ୟ ପାଳନ କରିବେ ଆର୍‌ଆର୍‌ଆର୍‌ ଅଭିନେତା ରାମଚରଣ । ମୁମ୍ବାଇ ଏୟାରପୋର୍ଟରେ ତାଙ୍କୁ ଖାଲି ପାଦରେ ଯାଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

By

Published : Apr 6, 2022, 11:04 AM IST

ବ୍ରହ୍ମଚର୍ଯ୍ୟ ପାଳନ କରିବେ ରାମଚରଣ ! ପୋଷା କୁକୁର ପାଇଁ ରଖିଲେ ମାନସିକ
ବ୍ରହ୍ମଚର୍ଯ୍ୟ ପାଳନ କରିବେ ରାମଚରଣ ! ପୋଷା କୁକୁର ପାଇଁ ରଖିଲେ ମାନସିକ

ହାଇଦ୍ରାବାଦ: ବ୍ରହ୍ମଚର୍ଯ୍ୟ ପାଳନ କରିବେ 'ଆର୍‌ଆର୍‌ଆର୍‌' ଅଭିନେତା ରାମଚରଣ । ମୁମ୍ବାଇ ଏୟାରପୋର୍ଟରେ ତାଙ୍କୁ ଖାଲି ପାଦରେ ଯାଉଥିବା ଦେଖିବାକୁ ମିଳିଛି । ତେବେ କୁହାଯାଉଛି ଯେ, ପୋଷା କୁକୁର ପାଇଁ ରାମଚରଣ ୪୧ ଦିନ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ପାଳନ କରିବେ । ସାବରୀମାଳା ଆୟପ୍ପାଙ୍କୁ ମାନୁଥିବା ରାମଚରଣ ଯେତେବେଳେ ବି ସମ୍ଭବ ହୁଏ ୪୧ ଦିନିଆ ଅନୁଷ୍ଠାନ ଦୀକ୍ଷା ପାଳନ କରିଥାନ୍ତି । କିଛି ଦିନ ହେଲା ସେ ଆର୍‌ଆର୍‌ଆର୍‌ର ପ୍ରଚାରରେ ବ୍ୟସ୍ତ ଥିବାରୁ ଫିଲ୍ମ ରିଲିଜ୍‌ ପରେ ଏହି ଦୀକ୍ଷା ଆରମ୍ଭ କରିଛନ୍ତି ।

ଏକ ସାକ୍ଷାତକାରରେ ରାମଚରଣ କହିଛନ୍ତି ଯେ, ମୁଁ ପୂର୍ବରୁ ଏକ ପୋଷା କୁକୁରକୁ ହରାଇ ସାରିଛି । ସେ ଯିବା ପରେ ମୁଁ ବହୁତ ଭାଙ୍ଗି ପଡିଥିଲି, ଏଣୁ ମୋ ସ୍ତ୍ରୀ ଉପାସନା ମୋତେ ଉପହାରରେ ଏକ କୁକୁର ଦେଇଥିଲେ । ମୁଁ ତା’ ନାଁ ପୁଣି ଥରେ ବ୍ରାଟ୍‌ ରଖିଛି । ବର୍ତ୍ତମାନ ବ୍ରାଟ୍‌ର ମଧ୍ୟ ଗୋଡ଼ ଭାଙ୍ଗିଯାଇଛି । ତେଣୁ ମୁଁ ବ୍ରାଟ୍‌ ପାଇଁ ମାନସିକ ରଖିଛି।

ଯେପର୍ଯ୍ୟନ୍ତ ବ୍ରାଟ୍‌ ସୁସ୍ଥ ହୋଇ ଦୌଡ଼ିନାହିଁ, ସେବେ ପର୍ଯ୍ୟନ୍ତ ମୁଁ ଆମିଷ ଖାଇବି ନାହିଁ । ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଯିଏ ବି ଅସୁବିଧାରେ ପଡ଼ନ୍ତି, ଅଭିନେତା ରାମଚରଣ ତାଙ୍କ ପାଇଁ ଏମିତି ମାନସିକ କରିଥାନ୍ତି । ବର୍ତ୍ତମାନ ଅଭିନେତାଙ୍କୁ ଏକ କଳା କୁର୍ତ୍ତା ଏବଂ ଖାଲି ପାଦରେ ଏୟାରପୋର୍ଟରେ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details