ଓଡିଶା

odisha

RAM CHARAN LOOK: ରାମ ଚରଣଙ୍କ ଫିଲ୍ମ 'ଗେମ୍ ଚେଞ୍ଜର'ର ପ୍ରଥମ ଲୁକ୍ ରିଲିଜ

By

Published : Mar 27, 2023, 6:45 PM IST

ସାଉଥ୍ ସୁପରଷ୍ଟାର୍ ରାମ ଚରଣ ତାଙ୍କ ଜନ୍ମଦିନରେ ତାଙ୍କ ପ୍ରଶଂସକଙ୍କୁ ଏକ ବଡ ଉପହାର ଦେଇଛନ୍ତି । ନିଜ ଆଗାମୀ ଫିଲ୍ମ ନାଁ ଘୋଷଣା କରିଥିବା ବେଳେ ଫିଲ୍ମରେ ତାଙ୍କର ପ୍ରଥମ ଲୁକ୍ ସେୟାର କରିଛନ୍ତି । ଯାହାକୁ ଫ୍ୟାନ୍ସ ବହୁତ ପସନ୍ଦ କରିଥିବା ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ

ଫିଲ୍ମ 'ଗେମ୍ ଚେଞ୍ଜର'ରୁ ରାମ ଚରଣଙ୍କ ପ୍ରଥମ ଲୁକ୍ ରିଲିଜ
ଫିଲ୍ମ 'ଗେମ୍ ଚେଞ୍ଜର'ରୁ ରାମ ଚରଣଙ୍କ ପ୍ରଥମ ଲୁକ୍ ରିଲିଜ

ହାଇଦ୍ରାବାଦ: 38ତମ ଜନ୍ମଦିନରେ ଓସ୍କାର ବିଜେତା ଫିଲ୍ମ ଆରଆରଆର ଅଭିନେତା ରାମଚରଣ ପ୍ରଶଂସକମାନଙ୍କୁ ଏକ ବଡ ଉପହାର ଦେଇଥିଲେ । ନିଜ ଆଗାମୀ ଫିଲ୍ମ 'ଗେମ୍ ଚେଞ୍ଜର' ଟିଜର ରିଲିଜ କରିଥିଲେ । ଏହାରି ମଧ୍ୟରେ ପୁଣି ପ୍ରଶଂସକଙ୍କ ପାଇଁ ଅଭିନେତା ଆଉ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଫିଲ୍ମରୁ ଅଭିନେତା ରାମଚରଣଙ୍କ ପ୍ରଥମ ଲୁକ୍‌କୁ ସେୟାର କରିଥିବା ଦେଖିବାକୁ ମିଳିଛି । ରାମଚରଣଙ୍କ ଦମଦାର ଲୁକ ଫ୍ୟାନ୍ସକୁ ଆକର୍ଷଣ କରିଛି । ଏହି ଲୁକ ସେୟାର ହେବା ମାତ୍ରେ ଫ୍ୟାନ୍ସମାନେ ଏହାକୁ ଲାଇକ୍‌ କରିବା ସହ ଅନେକ କମେଣ୍ଟ ଦେଉଛନ୍ତି ।

ପ୍ରଶଂସକଙ୍କ ଅପେକ୍ଷାକୁ ଶେଷ କରି ଗେମ୍ ଚେଞ୍ଜର ଚଳଚ୍ଚିତ୍ରରୁ ତାଙ୍କର ପ୍ରଥମ ଲୁକ୍ ସେୟାର କରିଛନ୍ତି ରାମଚରଣ । ପ୍ରଥମ ଲୁକ୍‌ରେ ରାମ ଚରଣଙ୍କୁ ଦମଦାର ଲୁକରେ ଦେଖିବାକୁ ମିଳିଛି। ସେ ଗଗଲ୍ସ ସହ ଏକ ବାଇକ ପାଖରେ ଥିବା ନଜର ଆସିଛନ୍ତି । ବର୍ତ୍ତମାନ ପ୍ରଶଂସକମାନେ ଅଭିନେତାଙ୍କ ପ୍ରଥମ ଲୁକ୍‌କୁ ଲାଇକ କରିବା ସହ କମେଣ୍ଟ୍‌ ଦେଉଛନ୍ତି । ଏଥିସହ ଅନେକ ସେଲିବ୍ରିଟି ମଧ୍ୟ ତାଙ୍କ ଲୁକ୍‌କୁ ନେଇ ପ୍ରତିକ୍ରିୟା ଦେଇଥିବା ଦେଖିବାକୁ ମିଳିଛି ।

ଫିଲ୍ମ 'ଗେମ୍ ଚେଞ୍ଜର'ର ପ୍ରଥମ ଲୁକ୍ ସୋସିଆଲ୍ ମିଡିଆରେ ସେୟାର୍ କରି ରାମ ଚରଣ ଲେଖିଛନ୍ତି, "ମୋ ଜନ୍ମଦିନର ସବୁଠୁ ଭଲ ଗିଫ୍ଟ । 'ଗେମ୍ ଚେଞ୍ଜର,ନେଇ ମୁଁ ଶାନମୁଗମ୍ ଶଙ୍କର ସାରଙ୍କୁ ଧନ୍ୟବାଦ ଜଣାଉଛି ।" ଏହାରି ମଧ୍ୟରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ତାଙ୍କ ପୋଷ୍ଟକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି, ଇମୋଜି ସହ ରାମଚରଣଙ୍କୁ ବର୍ଥ ଡେ ୱିସ କରିଛନ୍ତି ଆଲିଆ । ତେବେ ଫିଲ୍ମ 'ଆରଆରଆର'ରେ ସୀତା ଭୂମିକାରେ ଆଲିଆ ଭଟ୍ଟଙ୍କୁ ରାମ ଚରଣଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା।

ସୂଚନା ଅନୁସାରେ, ଫିଲ୍ମର ନାଁ ଏବଂ ପ୍ରଥମ ଲୁକ୍‌କୁ ନେଇ ଫ୍ୟାନ୍ସ ବହୁ ପସନ୍ଦ କରିଥିବା ବେଳେ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ରାମଚରଣଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଫିଲ୍ମ ପାଇଁ ଶୁଭକାମନା ଜଣାଇଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏସ. ଶଙ୍କର । ଏହି ଚଳଚ୍ଚିତ୍ରର ସୁଟିଂ କିଛି ସମୟ ପୂର୍ବରୁ ଶେଷ ହୋଇଛି । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ରାମ ଚରଣଙ୍କ ବିପକ୍ଷରେ ନଜର ଆସିବେ । 'ଗେମ୍ ଚେଞ୍ଜର' ଫିଲ୍ମ ବିଷୟରେ କୁହାଯାଉଛି ଯେ ଏହା ମକର ସଂକ୍ରାନ୍ତି 2024 ଅବସରରେ ରିଲିଜ କରିବ । ଏହି ଫିଲ୍ମ ମଧ୍ୟ ଆରଆରଆର ଭଳି ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି ।

ABOUT THE AUTHOR

...view details