ହାଇଦ୍ରାବାଦ: ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ଏବଂ ତାଙ୍କ ଠାରୁ ଅଲଗା ରହୁଥିବା ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କ ମଧ୍ୟରେ ବିବାଦ ଜାରି ରହିଛି । ରାକ୍ଷୀ ତାଙ୍କ ପୂର୍ବତନ ସ୍ୱାମୀ ରିତେଶ ସିଂଙ୍କଠାରୁ ଅଲଗା ହେବା ଘୋଷଣା କରିବା ପରେ ବ୍ୟବସାୟୀ ଆଦିଲ ଖାନ ଦୁରାନୀଙ୍କୁ ବିବାହ କରିଥିଲେ। ସେ ଇସଲାମ ରୀତିନୀତି ଅନୁଯାୟୀ ଦୁରାନୀଙ୍କୁ ବିବାହ କରି ଇସଲାମ ଧର୍ମ ଗ୍ରହଣ କରିଥିଲେ। କିନ୍ତୁ କିଛି ଦିନ ପରେ ରାକ୍ଷୀ ଏବଂ ଆଦିଲଙ୍କ ମଧ୍ୟରେ ଅନେକ ମତଭେଦ ଆରମ୍ଭ ହୋଇଥିଲା । ପରେ ରାକ୍ଷୀ ଆଦିଲଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ । ପରେ ମୁମ୍ବାଇର ଓସିୱାରା ପୋଲିସ ଆଦିଲ ଖାନଙ୍କୁ ଗିରଫ କରିଥିଲା ।
ଜେଲରୁ ବାହାରିବା ପରେ ଆଦିଲ ରାକ୍ଷୀଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ, ଯେଉଁଥିରେ ଅଭିନେତ୍ରୀ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ଜବାବ ଦେଇଥିଲେ। ବର୍ତ୍ତମାନ ରାକ୍ଷୀ ପୁଣି ଥରେ ଆଦିଲଙ୍କ ସହ ବାର୍ତ୍ତାଳାପର ସ୍କ୍ରିନ୍ ସଟ୍ ଏବଂ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଆଦିଲ ଖାନ ଦୁରାନୀ ତାଙ୍କୁ କାମ ଦେବାକୁ କହୁଥିବା ନଜର ଆସିଛନ୍ତି । ରାକ୍ଷୀ ପ୍ରମାଣ ସହିତ ଆଦିଲଙ୍କ ସହ ତାଙ୍କ ବିବାହ (ନିକା)ର ଫଟୋ ମଧ୍ୟ ସେୟାର କରିଛନ୍ତି ।
ସ୍କ୍ରିନସଟ ସେୟାର କଲେ ରାକ୍ଷୀ
ରାକ୍ଷୀ ଇନ୍ଷ୍ଟାଗ୍ରାମରେ ନିଜର ଏବଂ ଆଦିଲଙ୍କ ମଧ୍ୟରେ କିଛି ପୁରୁଣା ବ୍ୟକ୍ତିଗତ ଚାଟ୍ ଖୁଲାସା କରିଛନ୍ତି, ଯେଉଁ ବାର୍ତ୍ତାରେ ଆଦିଲ ଇଣ୍ଡଷ୍ଟ୍ରିରେ କାମ ମାଗିଥିବାର ଦେଖାଯାଇଛି। ଏହି ବାର୍ତ୍ତାରେ ଲେଖା ହୋଇଛି, ‘‘ମୋ ପାଇଁ ଗୀତ ଆଣିଦିଅ ୟାର୍, ମୁଁ ଲକଅପ୍ କିମ୍ବା ବିଗ୍ ବସ୍ ଯିବାକୁ ଚାହୁଁଛି । ମୋତେ କିଛି କରିବାକୁ ପଡିବ।’’ ଏହାର ଉତ୍ତରରେ ରାଖୀ ଲେଖିଛନ୍ତି,"ଠିକ୍ ଅଛି ଡିୟର। "ସ୍କ୍ରିନସଟ୍ ସେୟାର କରି ରାକ୍ଷୀ କ୍ୟାପସନ୍ରେ ଲେଖିଛନ୍ତି," ମୁଁ ଜାଣିଥିଲି ଯେ ସେ ଫେମସ୍ ହେବା ପାଇଁ ଏବଂ ବିଗ୍ବସ୍ ଘର ଭିତରକୁ ଯିବା ପାଇଁ ସେ ଏସବୁ କରିଛି । ଲୋକପ୍ରିୟତା ପାଇଁ ସେ ମୋତେ ବ୍ୟବହାର କଲା, ମୁଁ ଇସଲାମିକ ନିୟମ ଅନୁସରଣ କଲି ଏବଂ ସେ ମୋତେ ଧୋକା ଦେଲା ।"