ହାଇଦ୍ରାବାଦ: ଡ୍ରାମାକୁଇନ ଭାବେ ପରିଚିତ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଆଜିକାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଲାଇମଲାଇଟରେ ରହିଛନ୍ତି । ରାକ୍ଷୀ ଆଦିଲଙ୍କୁ ନେଇ ଦୀର୍ଘ ଦିନ ଧରି ଶିରୋନାମାରେ ରହିଥିଲେ । ଜେଲରୁ ବାହାରିବା ପରେ ଆଦିଲ ଅନେକ ଖୁଲାସା କରିଛନ୍ତି ଏବଂ ରାକ୍ଷୀଙ୍କ ବିରୋଧରେ ସେ ଅନେକ ଅଭିଯୋଗ ମଧ୍ୟ କରିଛନ୍ତି । ଏହାର ପ୍ରତିଶୋଧ ନେଇ ରାକ୍ଷୀ ମଧ୍ୟ ଆଦିଲଙ୍କ ଉପରେ ଘରୋଇ ହିଂସା ଏବଂ ଆକ୍ରମଣର ଅଭିଯୋଗ କରିଛନ୍ତି । ଆଦିଲ ଏବଂ ରାକ୍ଷୀଙ୍କ ମଧ୍ୟରେ ହୋଇଥିବା ତିକ୍ତତା କମିବାର ନାଁ ନେଉନି । ଏପରି ପରିସ୍ଥିତିରେ ରାକ୍ଷୀ ମଦୀନାରେ ପହଞ୍ଚିଛନ୍ତି ।
ରାକ୍ଷୀ ଉମ୍ରାହ କରିବା ପାଇଁ ମଦିନା ଯାଇଥିବା ବେଳେ ସେ ନିଜ ପ୍ରଶଂସକଙ୍କ ସହ ନିଜ ଇନଷ୍ଟାଗ୍ରାମରେ ସମସ୍ତ ଅପଡେଟ୍ ସେୟାର କରିଛନ୍ତି । ଅଭିନେତ୍ରୀ ସେୟାର କରିଥିବା ଭିଡିଓରେ ସେ ବୁର୍ଖା ପିନ୍ଧିଥିବାର ନଜର ଆସିଛନ୍ତି । ଏହି ସମୟରେ ତାଙ୍କର ଆଉ ଏକ ନୂଆ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓରେ ରାକ୍ଷୀ ସାୱନ୍ତଙ୍କୁ ମଦିନାରେ ଭବ୍ୟ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି । ବାସ୍ତବରେ, ମଦିନାର ହୋଟେଲରେ ତାଙ୍କୁ ସ୍ୱାଗତ କରିବା ପାଇଁ ଏକ କେକ୍ ପ୍ରସ୍ତୁତ କରାଯାଇଛି । ଏହି ଭିଡିଓରେ ହୋଟେଲ ଲୋକଙ୍କୁ ଧନ୍ୟବାଦ ଦେଉଥିବାର ନଜର ଆସିଛନ୍ତି ।
କେବଳ ଏତିକି ନୁହେଁ, କେକ୍ ନେବା ପରେ ସେ ସମସ୍ତଙ୍କୁ କହିଥିଲେ ଯେ ସେ ବର୍ତ୍ତମାନ ମଦିନାରେ ଅଛନ୍ତି ଏବଂ ସେ କିଛି ସମୟ ପୂର୍ବରୁ ନମାଜ ମଧ୍ୟ ପଢିଥିଲେ । ଏହି ଭିଡିଓ ସେୟାର କରି ସେ ପୁନର୍ବାର ସେଠାକାର ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି । ତେବେ ରାକ୍ଷୀଙ୍କ ଏହି ଭିଡିଓ ଦେଖିବା ପରେ ଅନେକ ୟୁଜର୍ସ ଏହାକୁ ପସନ୍ଦ କରିଥିବା ବେଳେ ଆଉ କେତେକ ୟୁଜର୍ସ ତାଙ୍କୁ ବହୁତ ତାଗିଦ କରୁଥିବା ଦେଖିବାକୁ ମିଳିଛି । ୟୁଜର୍ସମାନେ କହିଛନ୍ତି କୌଣସି ଧର୍ମକୁ ଅନୁସରଣ କରୁଛ ଯଦି ଭଲ ଭାବେ କର । ଏହିପରି କୌଣସି ଧର୍ମକୁ ପରିହାସ କର ନାହିଁ । ଆଉ କେତେକ ୟୁଜର୍ସ ଆଦିଲ ଏବଂ ରାକ୍ଷୀଙ୍କ ମଧ୍ୟରେ ଚାଲିଥିବା ଝଗଡା ମଧ୍ୟରେ ଏହା ସେମାନଙ୍କର ଏକ ନୂଆ ଡ୍ରାମା ବୋଲି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ:ଜେଲରୁ ମୁକୁଳିଲେ ରାକ୍ଷୀଙ୍କ ପୂର୍ବତନ ସ୍ୱାମୀ ଆଦିଲ, କହିଲେ ସବୁକିଛି ଖୁଲାସା କରିବି
ସୂଚନା ଥାଉ କି, ରାକ୍ଷୀ ନିଜ ବୟଫ୍ରେଣ୍ଡ ଆଦିଲ ଦୁରାନିଙ୍କୁ ବିବାହ କରିଥିଲେ । ଉଭୟ ପରସ୍ପରକୁ ଦୀର୍ଘ ଦିନ ହେଲା ଡେଟ୍ କରିବା ପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଦିଲ ଜଣେ ବ୍ୟବସାୟୀ ଓ ସେ ରାକ୍ଷୀଙ୍କ ଠାରୁ ୬ ବର୍ଷ ସାନ । ଦୁହେଁ କୋର୍ଟରେ ବିବାହ କରିଥିଲେ । କିଛି ଦିନ ପରେ ରାକ୍ଷୀ ସାୱନ୍ତ ଆଦିଲଙ୍କ ନାଁରେ ଅନୈତିକ ସମ୍ପର୍କ ରଖିଥିବା ଏବଂ ଘରୋଇ ହିଂସା ଭଳି ଅଭିଯୋଗ ଆଣିଥିଲେ। ଅଭିନେତ୍ରୀଙ୍କ ଅଭିଯୋଗ ଉପରେ ମୁମ୍ବାଇ ପୋଲିସ କାର୍ଯାନୁଷ୍ଠାନ ଗ୍ରହଣ କରି ଆଦିଲଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ଜେଲରୁ ମୁକୁଳିଛନ୍ତି ଆଦିଲ ।