ଓଡିଶା

odisha

Raju Srivastav Health Update, ୧୫ ଦିନ ପରେ ରାଜୁ ଶ୍ରୀବାସ୍ତବଙ୍କ ଫେରିଲା ଚେତା

By

Published : Aug 25, 2022, 1:36 PM IST

୧୫ ଦିନ ପରେ ରାଜୁ ଶ୍ରୀବାସ୍ତବଙ୍କର ଫେରିଲା ଚେତା । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି । ଅଧିକ ପଢନ୍ତୁ

ପ୍ରସିଦ୍ଧ ହାସ୍ୟ ଅଭିନେତା
ପ୍ରସିଦ୍ଧ ହାସ୍ୟ ଅଭିନେତା

ନୂଆଦିଲ୍ଲୀ: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଆସିଛି । 15 ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରାଜୁଙ୍କର ଶେଷରେ ଚେତା ଫେରିଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି । ରାଜୁଙ୍କ ପର୍ସନାଲ ସେକ୍ରେଟେରୀ କହିଛନ୍ତି ଯେ, ‘ରାଜୁ ଶ୍ରୀବାସ୍ତବଙ୍କର ସକାଳ 8.10 ସମୟରେ ଚେତା ଫେରିଛି । ଏହା ପରେ ଡାକ୍ତରଙ୍କ ଟିମ୍ 9 ଟାରେ ମଧ୍ୟ ରାଜୁଙ୍କ ଅବସ୍ଥା ଯାଞ୍ଚ କରିଥିଲେ । ୧୦ ଅଗଷ୍ଟରେ ହୃଦଘାତ ହୋଇଥିଲା ଏବଂ ସେବେଠାରୁ ତାଙ୍କୁ ଦିଲ୍ଲୀର AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରାଜୁ ପ୍ରାୟ ୧୫ ଦିନ ଚେତାଶୂନ୍ୟ ହୋଇପଡିଥିଲେ ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଥିଲା । ବର୍ତ୍ତମାନ ସଦ୍ୟତମ ରିପୋର୍ଟ ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି । ଏଠାରେ ପ୍ରଶଂସକମାନେ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି ।’

ଏହା ପୂର୍ବରୁ କୁହାଯାଉଥିଲା କି, ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାର ନ ଦେଖିବାରୁ ଡାକ୍ତରମାନେ ତାଙ୍କ ଚିକିତ୍ସା ପାଇଁ ନ୍ୟୁରୋଫିସିଓଥେରାପି ବ୍ୟବହାର କରିବା ଆରମ୍ଭ କରିଛନ୍ତି । ନ୍ୟୁରୋଫିସିଓଥେରାପି ଅର୍ଥ ହେଉଛି ରୋଗୀଙ୍କୁ ସେମାନଙ୍କ ହୃଦୟର ଅତି ନିକଟତର ଲୋକଙ୍କ ସ୍ୱର ଶୁଣାଇବା । ସେମାନଙ୍କ ସ୍ୱରରୁ ଶୀଘ୍ର ଚେତା ଫେରିବାର ସମ୍ଭାବନା ବଢିବାକୁ ଲାଗେ । ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଡାକ୍ତର ରାଜୁ ଶ୍ରୀବାସ୍ତବଙ୍କୁ କାହାର ସ୍ୱର ଶୁଣାଉଛନ୍ତି । ଏହି ସ୍ୱର ତାଙ୍କ ପରିବାର କିମ୍ବା କୌଣସି ଘନିଷ୍ଠ ବ୍ୟକ୍ତିଙ୍କଠାରୁ ନୁହେଁ, ବରଂ ଏହି ସ୍ୱର ବଲିଉଡ ସମ୍ରାଟ ଅମିତାଭ ବଚ୍ଚନଙ୍କର ।

ଏହା ବି ପଢନ୍ତୁ: 9ଦିନ ପରେ ବି ଫେରିନି ରାଜୁ ଶ୍ରୀବାସ୍ତବଙ୍କ ଚେତା, ପ୍ରାର୍ଥନା କରିବାକୁ କହିଲେ ଶେଖର ସୁମନ

ଉଲ୍ଲେଖନୀୟ ଯେ, ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଜାଣିବା ପରେ ଅମିତାଭ ବଚ୍ଚନ ତାଙ୍କୁ ଏକ ଭଏସ୍ ନୋଟ୍ ପଠାଇଥିଲେ, ଯାହା ପରେ ଡାକ୍ତରମାନେ ସେହି ସ୍ବରରୁ ରାଜୁ ଶ୍ରୀବାସ୍ତବଙ୍କ କାନରେ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ । ସେହି ଅଡିଓରେ ଅମିତାଭ ବଚ୍ଚନ କହୁଛନ୍ତି, ରାଜୁ ଉଠ ...ବହୁତ ହୋଇଗଲା... ଏବେ ଲୋକଙ୍କୁ ପୁଣି ହସିବାକୁ ଶିଖାଓ ...। ଡାକ୍ତର ରାଜୁଙ୍କ ପରିବାରକୁ କହିଛନ୍ତି କି, ହୁଏତ ରାଜୁ ଆଖପାଖର କଥାକୁ ଶୁଣିପାରୁଥିବେ, ଆଉ ଯଦି ତାଙ୍କ ପ୍ରିୟ ଲୋକଙ୍କର ସ୍ୱର ଶୁଣିବେ ତେବେ ମସ୍ତିଷ୍କ ଅଧିକ ସକ୍ରିୟ ହୋଇପାରେ । ବ୍ରେନ୍‌ କିଛି ପରିମାଣରେ କାମ କରିପାରେ । ହୁଏତ ନିଜ ଆଦର୍ଶ ଅମିତାଭ ବଚ୍ଚନଙ୍କ ସ୍ୱର ଶୁଣି କିଛି ପ୍ରତିକ୍ରିୟା ଦେଇପାରନ୍ତି । ତାଙ୍କ ପରିବାର ସଦସ୍ୟଙ୍କୁ ଅମିତାଭ ବଚ୍ଚନଙ୍କ ଅଫିସରୁ ଫୋନ କରି ରାଜୁଙ୍କ ବିଷୟରେ ପଚରାଉଚରା କରାଯାଉଥିବେଳେ ତାଙ୍କୁ ମେସେଜ ପଠାଇବା କଥା କୁହାଯାଇଛି ।

ଏହା ବି ପଢନ୍ତୁ: ଭାଇରାଲ ହେଉଛି ରାଜୁ ଶ୍ରୀବାସ୍ତବଙ୍କ ଭିଡିଓ, ଯମରାଜ ଓ ମୃତ୍ୟୁକୁ ନେଇ କହିଥିଲେ ଏମିତି କଥା

ଏବେ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ପୂରା ବଲିଉଡ୍‌ ଚିନ୍ତିତ ଅଛି । ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ମନୋଜ ମୁନ୍ତଶିର, ଶେଖର ସୁମନ, କପିଲ ଶର୍ମା, ଜୟାପ୍ରଦା, ସୋନୁ ନିଗମ, କୈଲାସ ଖୈର, ରବି କିଶନ, ସୁନିଲ ପାଲ, ରାଜପାଲ ଯାଦବ, କ୍ରିକେଟର ହରଭଜନ ସିଂଙ୍କ ସମେତ ଅନେକ ବଡ଼ ବଡ଼ ଷ୍ଟାର୍‌ ରାଜୁଙ୍କ ପାଇଁ ଲଗାତାର ପ୍ରାର୍ଥନା କରୁଛନ୍ତି । ସମସ୍ତେ ରାଜୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେପଟେ ରାଜୁ ଜଲ୍‌ଦି ଠିକ୍‌ ହୋଇଯିବେ ବୋଲି ତାଙ୍କ ପରିବାର ଲୋକେ ଆଶା ରଖିଛନ୍ତି ।

ABOUT THE AUTHOR

...view details