ହାଇଦ୍ରାବାଦ:ପ୍ରଖ୍ୟାତ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର । ହୃଦଘାତର ଶିକାର ହୋଇ ଗତକାଲିଠୁ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଜଣାଶୁଣା ରାଜୁ ଶ୍ରୀବାସ୍ତବଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିବା ଜଣାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ପ୍ରଥମେ ଏମ୍ସର ଜରୁରୀକାଳୀନ ମେଡିସିନ ବିଭାଗ ଡାକ୍ତରୀ ଟିମ୍ ଦ୍ୱାରା ଚିକିତ୍ସିତ ହେଉଥିଲେ । ବର୍ତ୍ତମାନ ରାଜୁ ଶ୍ରୀବାସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସିସିୟୁ (Cardiac Care Unit)ରେ ଭର୍ତ୍ତି କରାଯାଇଛି।
ଗତକାଲି ରାଜୁ ଶ୍ରୀବାସ୍ତଙ୍କ ଆଞ୍ଜିଓଗ୍ରାଫି ହୋଇଥିବା ବେଳେ ଧମନୀର ଏକ ବଡ଼ ଅଂଶ ସମ୍ପୂର୍ଣ୍ଣ ବ୍ଳକ ହୋଇ ଯାଇଥିବା ଜଣାଯାଇଛି । ତେଣୁ ଅବସ୍ଥା ଏବେ ଗୁରୁତର ଅଛି । ଏନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଛି ।
ଉତ୍ତରପ୍ରଦେଶ ଫିଲ୍ମ ବିକାଶ ପରିଷଦର ଚେୟାରମ୍ୟାନ ରାଜୁ ଶ୍ରୀବାସ୍ତବ ହୋଟେଲର ଜିମରେ ଓ୍ବାର୍କ ଆଉଟ୍ କରୁଥିଲେ । ସେ ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କଲେ ଏବଂ ସେ ତଳେ ପଡ଼ିଯାଇଥିଲେ । ଏହା ପରେ ରାଜୁ ଶ୍ରୀବାସ୍ତବଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ।