ଓଡିଶା

odisha

9ଦିନ ପରେ ବି ଫେରିନି ରାଜୁ ଶ୍ରୀବାସ୍ତବଙ୍କ ଚେତା, ପ୍ରାର୍ଥନା କରିବାକୁ କହିଲେ ଶେଖର ସୁମନ

By

Published : Aug 18, 2022, 5:35 PM IST

9ଦିନ ପରେ ବି ଫେରିନି ରାଜୁ ଶ୍ରୀବାସ୍ତବଙ୍କ ଚେତା । ତାଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି । ଅଭିନେତା ଓ କଣ୍ଠଶିଳ୍ପୀ ଶେଖର ସୁମନ ଏବଂ ତାଙ୍କ ପ୍ରଶଂସକମାନେ ରାଜୁ ଶ୍ରୀବାସ୍ତବଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ଅଧିକ ପଢନ୍ତୁ

9ଦିନ ପରେ ବି ଫେରିନି ରାଜୁ ଶ୍ରୀବାସ୍ତବଙ୍କ ଚେତା, ପ୍ରାର୍ଥନା କରିବାକୁ କହିଲେ ଶେଖର ସୁମନ
9ଦିନ ପରେ ବି ଫେରିନି ରାଜୁ ଶ୍ରୀବାସ୍ତବଙ୍କ ଚେତା, ପ୍ରାର୍ଥନା କରିବାକୁ କହିଲେ ଶେଖର ସୁମନ

ନୂଆଦିଲ୍ଲୀ: ଦେଶର ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର ରହିଛି। ସେ ଗତ 9ଦିନ ଧରି ଦିଲ୍ଲୀ AIIMS ରେ ଡାକ୍ତରଙ୍କ ତତ୍ତ୍ବାବଧାନରେ ଅଛନ୍ତି । ସୁତ୍ର ମୁତାବିକ, ଶ୍ରୀବାସ୍ତବଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି, ଏପର୍ଯ୍ୟନ୍ତ ତାଙ୍କର ଚେତା ଫେରିନାହିଁ । ଏବେ ସେ ଆଇସିୟୁରେ ଭେଣ୍ଟିଲେଟରରେ ରହିଛନ୍ତି । ଏଥିସହିତ ଲୋକପ୍ରିୟ ଅଭିନେତା ଓ କଣ୍ଠଶିଳ୍ପୀ ଶେଖର ସୁମନ ଏବଂ ତାଙ୍କ ପ୍ରଶଂସକମାନେ ରାଜୁ ଶ୍ରୀବାସ୍ତବଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି ।

ଟ୍ବିଟରେ ଶେଖର ସୁମନ ଲେଖିଛନ୍ତି ଯେ, ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଆଜିର ରିପୋର୍ଟ ହେଉଛି ଯେ ସେ ସ୍ଥିର ଅଛନ୍ତି । ଅଚେତ ଅବସ୍ଥାରେ ଥିଲେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଚେତା ଫେରିବା ପାଇଁ ଆଉ ଏକ ସପ୍ତାହ ସମୟ ଲାଗିବ । ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରନ୍ତୁ । ହର ହର ମହାଦେବ ।

ସୂଚନାଯୋଗ୍ୟ ଯେ, ୫୮ ବର୍ଷୀୟ ରାଜୁଙ୍କୁ ହୃଦଘାତ ହେବାରୁ ଦିଲ୍ଲୀର AIIMS ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଏଠାରେ ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଚିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି । ଡାକ୍ତର କହିଛନ୍ତି ଯେ, ସେ ଆଇସିୟୁରେ ଭେଣ୍ଟିଲେଟରରେ ରହିଛନ୍ତି । ତାଙ୍କ ମସ୍କିଷ୍କ କାର୍ଯ୍ୟ କରୁନାହିଁ । ରାଜୁଙ୍କ ଚିକିତ୍ସା ଏମ୍‌ସ ହୃଦରୋଗ ବିଭାଗର ପ୍ରଫେସର ଡାକ୍ତର ନୀତିଶ ନାୟକଙ୍କ ନେତୃତ୍ବରେ କରାଯାଉଛି ।

ଏହା ବି ପଢନ୍ତୁ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କୁ ହୃଦଘାତ, AIIMSରେ ଭର୍ତ୍ତି

ଅଗଷ୍ଟ 13 ରେ ରାଜୁଙ୍କର ଏକ MRI ଥିଲା । ଏମଆରଆଇ ରିପୋର୍ଟରେ ଜଣାପଡିଥିଲା କି, ରାଜୁ ଶ୍ରୀବାସ୍ତବଙ୍କ ମସ୍ତିଷ୍କର ଶିରା ଦବିଯାଇଛି । ଏହି କାରଣରୁ କରାଯାଉଥିବା ଚିକିତ୍ସାର ପ୍ରଭାବ ତାଙ୍କ ଉପରେ ପଡ଼ୁନାହିଁ । ଶିରା ଦବିଥିବାରୁ ତାଙ୍କୁ ସୁସ୍ଥ ହେବାକୁ ଆହୁରି କିଛି ଦିନ ଲାଗିବ ବୋଲି କହିଥିଲେ ଡାକ୍ତର ।

ABOUT THE AUTHOR

...view details