ଓଡିଶା

odisha

ETV Bharat / entertainment

ଭାରତର ସବୁଠାରୁ ଦାମୀ ଅଭିନେତା ରଜନୀକାନ୍ତ, ଜେଲରର ଫି ଜାଣିଲେ ଉଡିଯିବ ହୋସ୍

ରଜନୀକାନ୍ତଙ୍କ ଫିଲ୍ମ 'ଜେଲର' ରିଲିଜ ହେବା ଦିନଠାରୁ ଧମାକା କରୁଛି । ଏବଂ ଏହି ଫିଲ୍ମ ଏବେ କଲେକ୍ସନରେ ରେକର୍ଡ ଭାଙ୍ଗିଛି । ଏଥିସହ ଫିଲ୍ମ ପାଇଁ ଅଭିନେତାଙ୍କୁ ମୋଟା ଅଙ୍କର ଫି' ମିଳିଛି । ଏହିପରି ସେ ଭାରତର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ହୋଇଛନ୍ତି । ଅଧିକ ପଢନ୍ତୁ

ଭାରତର ସବୁଠାରୁ ଦାମୀ ଅଭିନେତା ରଜନୀକାନ୍ତ, ଜେଲରର ଫି ଜାଣିଲେ ଉଡିଯିବ ହୋସ୍
ଭାରତର ସବୁଠାରୁ ଦାମୀ ଅଭିନେତା ରଜନୀକାନ୍ତ, ଜେଲରର ଫି ଜାଣିଲେ ଉଡିଯିବ ହୋସ୍

By ETV Bharat Odisha Team

Published : Sep 1, 2023, 3:23 PM IST

ହାଇଦ୍ରାବାଦ:ଅଗଷ୍ଟ 10 ରେ ସାରା ବିଶ୍ୱରେ ରିଲିଜ ହୋଇଥିବା ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଜେଲର ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିଛି । ଇଣ୍ଡଷ୍ଟ୍ରି ଟ୍ରାକର୍ ସାକ୍‌ନିକ୍‌ଙ୍କ ଅନୁଯାୟୀ ଏହି ଚଳଚ୍ଚିତ୍ରଟି ମାତ୍ର 22 ଦିନ ମଧ୍ୟରେ ଭାରତରେ 328 କୋଟିରୁ ଅଧିକ ଟଙ୍କା ଆୟ କରିଛି ଏବଂ ସାରା ବିଶ୍ୱରେ 650 କୋଟି ଟଙ୍କା ରୋଜଗାର କରିବାକୁ ଯାଉଛି । ତେବେ ଏନେଇ ଜଣେ ଟ୍ରେଡ୍‌ ଆନାଲିଷ୍ଟ ପ୍ରକାଶ କରିଛନ୍ତି ଯେ, ରଜନୀକାନ୍ତ ବର୍ତ୍ତମାନ ଭାରତରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ହୋଇଛନ୍ତି।

ଟ୍ବିଟରରେ ଟ୍ରେଡ୍‌ ଆନାଲିଷ୍ଟ ମନୋବାଲା ବିଜୟବାଲାନ ରଜନୀକାନ୍ତଙ୍କ ସହ ସନ୍ ଗ୍ରୁପ୍‌ର କାଲାନିଥୀ ମାରାନଙ୍କ ଏକ ଫଟୋ ସେୟାର କରି କହିଛନ୍ତି ଯେ, କାଲାନିଥୀ ମାରନ ଯେଉଁ ଚେକ ରଜନୀକାନ୍ତଙ୍କୁ ଦେଇଛନ୍ତି, ତାହା 100କୋଟିର ଅଟେ । ଏହି ଚେକ୍‌ ଜେଲରର ଲାଭମୂଲ୍ୟର ଅଟେ। ଏଥିସହ ରଜନୀକାନ୍ତଙ୍କୁ ପୂର୍ବରୁ ହିଁ ଫିଲ୍ମର ଫି' ମିଳି ସାରିଛି । ଯାହା 110 କୋଟି ଅଟେ । ଜେଲର ପାଇଁ ମେଗାଷ୍ଟାରଙ୍କୁ ମୋଟ 210କୋଟି ଟଙ୍କା ମିଳିଛି । ଏହିପରି ରଜନୀକାନ୍ତଙ୍କୁ ଭାରତର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ଭାବେ ବିବେଚନା କରାଯାଇଛି । ପ୍ରକାଶ ଥାଉ କି, ଏନେଇ କୌଣସି ଅଫିସିଆଲି ଘୋଷଣା କରାଯାଇ ନାହିଁ ।

ଏଥିସହ ମନୋବାଲା ନେଲସନ ଦିଲ୍ଲୀପ କୁମାରଙ୍କ ଜେଲରର ସଫଳତାକୁ ଅନ୍ୟ ଏକ ଟ୍ୱିଟରେ ବିଜୟ-ଷ୍ଟାରର ବିଷ୍ଟର ବକ୍ସ ଅଫିସରେ ବିଫଳତା ସହ ତୁଳନା କରିଛନ୍ତି। ସେ ଲେଖିଛନ୍ତି "ଏହା ବିଷ୍ଟର ବିଫଳତା ବୋଲି ଆଉ ଏକ ପ୍ରମାଣ। କାରଣ ବିଜୟଙ୍କ ବିଷ୍ଟ ରିଲିଜ୍ ପରେ କୌଣସି ଚେକ୍ ଦିଆଯାଇ ନାହିଁ। କିନ୍ତୁ, ସୁପରଷ୍ଟାର ରଜନୀକାନ୍ତ ଜେଲରଙ୍କ ପାଇଁ 100 କୋଟି ଲାଭମୂଲ୍ୟର ଚେକ୍ ପାଇଛନ୍ତି । ପ୍ରକୃତ ସଫଳତାର ତଥ୍ୟ ନିଜ ପାଇଁ କହିଥାଏ । ନେଲସନଙ୍କ ଏହି ଫିଲ୍ମ ସହ ଏକ ଦମଦାର ପ୍ରତ୍ୟାବର୍ତ୍ତନ କରି ସେ କେତେ ଦକ୍ଷ ତାହା ମଧ୍ୟ ପ୍ରମାଣିତ କରିଛନ୍ତି । ସମାନ ନିର୍ଦ୍ଦେଶକ ହେଲେ ଭିନ୍ନ ଫଳାଫଳ ।"

ଏହା ମଧ୍ୟ ପଢନ୍ତୁ:ବେଙ୍ଗାଲୁରୁ ବସ୍‌ ଡିପୋରେ ସୁପରଷ୍ଟାର ରଜନୀକାନ୍ତ, ଦିନେ ଏଇଠି ଥିଲେ କଣ୍ଡକ୍ଟର

ସୂଚନା ଥାଉ କି, ନେଲସନ ଦିଲ୍ଲୀପ କୁମାରଙ୍କ ନିର୍ଦ୍ଦେଶିତ ଜେଲର ଦର୍ଶକଙ୍କ ମନ ଜିତୁଛି। 'ଜେଲର' ଅକ୍ଷୟ କୁମାରଙ୍କ 'ଓଏମଜି ୨' ଏବଂ ସନ୍ନି ଦେଓଲଙ୍କ 'ଗଦର ୨'କୁ ମଧ୍ୟ ପରାସ୍ତ କରିଛି । ଏହି ଦୁଇଟି ଚଳଚ୍ଚିତ୍ରର ଗୋଟିଏ ଦିନ ପୂର୍ବରୁ ମୁକ୍ତିଲାଭ କରିଥିବା ଜେଲର ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ 328.20 କୋଟି ଟଙ୍କା କଲେକ୍ସନ କରିଛି । ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ 600କୋଟିରୁ ଅଧିକ ବ୍ୟବସାୟ କରିଛି । ରଜନୀକାନ୍ତଙ୍କ ବ୍ୟତୀତ ଏହି ଫିଲ୍ମରେ ବିନୟକନ୍, ରାମିଆ କୃଷ୍ଣନ୍, ବସନ୍ତ ରବି, ଏବଂ ତମନ୍ନା ଭାଟ୍ଟିଆ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ସନ୍ ପିକ୍ଚର୍ସ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ଭେଟେରାନ୍ ଅଭିନେତା ଶିବ ରାଜକୁମାର, ମୋହନଲାଲ ଏବଂ ଜ୍ୟାକି ଶ୍ରଫ୍ ମଧ୍ୟ କ୍ୟାମିଓ ରୋଲରେ ନଜର ଆସିଛନ୍ତି ।

ABOUT THE AUTHOR

...view details