ଓଡିଶା

odisha

ETV Bharat / entertainment

Cannes Film Festival: ଇତିହାସ ରଚିଲେ ପ୍ରସିଦ୍ଧ ଲୋକ ଗାୟକ ମାମେ ଖାନ, ଜାଣନ୍ତୁ ତାଙ୍କ ସମ୍ପର୍କରେ - କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମାମେ ଖାନ

ଇତିହାସ ରଚିଲେ ପ୍ରସିଦ୍ଧ ଲୋକ ଗାୟକ ମାମେ ଖାନ (Rajasthani folk singer Mame Khan) । ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ଜୈସଲମେର ଜିଲ୍ଲାର ଲୋକ ଗାୟକ ହେଉଛନ୍ତି ମାମେ ଖାନ । ସେ ଫ୍ରାନ୍ସରେ ଆୟୋଜିତ 75ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ (75th Cannes Film Festival) ରେ ଭାରତ ପାଇଁ ରେଡ କାର୍ପେଟରେ ଚାଲିବାରେ ପ୍ରଥମ ଲୋକ କଳାକାର। ଅଧିକ ପଢନ୍ତୁ

ଇତିହାସ ରଚିଲେ ପ୍ରସିଦ୍ଧ ଲୋକ ଗାୟକ ମାମେ ଖାନ
ଇତିହାସ ରଚିଲେ ପ୍ରସିଦ୍ଧ ଲୋକ ଗାୟକ ମାମେ ଖାନ

By

Published : May 18, 2022, 5:09 PM IST

ଜୟପୁର: ଇତିହାସ ରଚିଲେ ପ୍ରସିଦ୍ଧ ଲୋକ ଗାୟକ ମାମେ ଖାନ (Rajasthani folk singer Mame Khan) । ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ଜୈସଲମେର ଜିଲ୍ଲାର ଲୋକ ଗାୟକ ହେଉଛନ୍ତି ମାମେ ଖାନ । ସେ ଫ୍ରାନ୍ସରେ ଆୟୋଜିତ 75 ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ (75th Cannes Film Festival) ରେ ଭାରତ ପାଇଁ ରେଡ କାର୍ପେଟରେ ଚାଲିବାରେ ପ୍ରଥମ ଲୋକ କଳାକାର। ମାମେ ଖାନଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଟୁଇଟ୍ କରି କହିଛନ୍ତି ଯେ, ରାଜସ୍ଥାନୀ ଗାୟକ ମାମେ ଖାନ୍ କାନ୍ସ୍ ଫିଲ୍ମ ଫେଷ୍ଟିଭାଲରେ ରେଡ୍ କାର୍ପେଟ୍ ଚାଲିବାରେ ଭାରତର ପ୍ରଥମ ଲୋକ କଳାକାର ହୋଇପାରିଛନ୍ତି । ରାଜସ୍ଥାନର ଲୋକ ସଂଗୀତର ସମୃଦ୍ଧ ପରମ୍ପରା ପାଇଁ ଏହା ଅନନ୍ୟ । ଗେହଲଟ୍ ଏଥିପାଇଁ ମାମେ ଖାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ଏହା ବି ପଢନ୍ତୁ: Cannes 2022: ହ୍ବାଇଟ ଗାଉନରେ ଦର୍ଶକଙ୍କୁ ଘାଇଲା କଲେ ଉର୍ବଶୀ, ଦେଖନ୍ତୁ ଝଲକ୍‌

'ଲକ୍‌ ବାଇ ଚାନ୍ସ', 'ନୋ ଓ୍ବାନ କିଲ୍ଡ ଜେସିକା' ଏବଂ 'ସୋଞ୍ଚିରିଆ' ଭଳି ଅନେକ ବଲିଉଡ ଚଳଚ୍ଚିତ୍ର ପାଇଁ ମାମେ ଖାନ ଏକ ପ୍ଲେ-ବ୍ୟାକ୍ ଗାୟକ ଭାବରେ କାମ କରିଛନ୍ତି । ସେ ଅମିତ ତ୍ରିବେଦୀଙ୍କ ସହ କୋକ୍ ଷ୍ଟୁଡିଓ ସହିତ ମଧ୍ୟ ଜଡିତ । ଏଥିସହିତ କାନ୍ସର ରେଡ କାର୍ପେଟ ଉପରେ ତାଙ୍କ ଚେହେରା ଦେଖିବାକୁ ଯୋଗ୍ୟ ଥିଲା । ସେ ବହୁତ ଦେଶୀ ଅନ୍ଦାଜରେ ନଜର ଆସିଥିଲେ । ସେ ରେଡ କାର୍ପେଟରେ ଓ୍ବାକ୍‌ କରିବା ସମୟରେ ଏକ ପାରମ୍ପରିକ ରାଜସ୍ଥାନୀ ପୋଷାକ ପରିଧାନ କରିଥିଲେ, ଏହା ସହିତ ଏକ ରଙ୍ଗୀନ ଏମ୍ବ୍ରୋଡେଡ୍ କୋଟ୍ ଏବଂ ଗୋଲାପୀ କୁର୍ତ୍ତା ପିନ୍ଧିଥିଲେ । ତାଙ୍କ ମୁଣ୍ଡରେ ରାଜସ୍ଥାନୀ ଟୋପି ମଧ୍ୟ ଥିଲା ।

ଏହା ବି ପଢନ୍ତୁ: Cannes Film Festival: ସବ୍ୟସାଚ୍ଚୀଙ୍କ ଆଉଟଫିଟ୍‌ରେ ଦୀପିକାଙ୍କ ଜବରଦସ୍ତ ଲୁକ୍‌

ରାଜସ୍ଥାନର ସୀମାନ୍ତ ଜିଲ୍ଲା ଜୈସଲମେରର ସତୋ ଗାଁରୁ ବାହାରି କେବଳ ବଲିଉଡ ନୁହେଁ ଅନେକ ଦେଶ ଭ୍ରମଣ କରି ଲୋକ ଗୀତ ଏବଂ ସ୍ଥାନୀୟ ଗୀତର ପରମ୍ପରାକୁ ବଞ୍ଚାଇ ରଖିଥିବା ସଂଗୀତକାର ମାମେ ଖାନ ଜଣେ ଚର୍ଚ୍ଚିତ ବ୍ୟକ୍ତି । ମାମେ ରାଜସ୍ଥାନର ମାଙ୍ଗନିୟାର ସମ୍ପ୍ରଦାୟର । ଏହି ସମ୍ପ୍ରଦାୟ ଏହାର ଲୋକ ସଂଗୀତ ପାଇଁ ଜଣାଶୁଣା । ପିଲାଦିନରୁ ମାମେ ସଂଗୀତର ପରିବେଶ ବଢି ଆସିଛନ୍ତି । ଜୀବନର ଆରମ୍ଭରୁ ମାମେ କେବଳ ତାଙ୍କ ଚାରିପାଖରେ ସଙ୍ଗୀତର ମାହୋଲ ହିଁ ଦେଖିଥିଲେ । ବିଦ୍ୟାଳୟରେ ସକାଳର ପ୍ରଥମ ପ୍ରାର୍ଥନା ହେଉ, 'ତୁମହି ହୋ ମାତା, ତୁମହି ହୋ ପିତା' କିମ୍ବା 'ସରସ୍ୱତୀ ବନ୍ଦନା' ମାମେ ଏହାର ମଧ୍ୟ ଏକ ଅଂଶ ଥିଲେ । ବାର ବର୍ଷ ବୟସରେ ସେ ଦିଲ୍ଲୀର ଇଣ୍ଡିଆ ଗେଟ୍ ଠାରେ ତାଙ୍କର ପ୍ରଥମ ମ୍ୟୁଜିକ୍ ସୋ କରିଥିଲେ । ମାମେ ଖାନ ଏହି ଖ୍ୟାତି ସହଜରେ ପାଇନଥିଲେ ବରଂ ଏଥିପାଇଁ ସେ କଠିନ ପରିଶ୍ରମ କରିଥିଲେ । ଆଜି ତାଙ୍କର ଏହି ପରିଶ୍ରମ କାନ୍ସ୍ ଫିଲ୍ମ ଫେଷ୍ଟିଭାଲରେ ଦେଖିବାକୁ ମିଳିଛି ।

ABOUT THE AUTHOR

...view details