ଓଡିଶା

odisha

By ETV Bharat Odisha Team

Published : Oct 5, 2023, 7:07 AM IST

ETV Bharat / entertainment

ପର୍ଣ୍ଣୋଗ୍ରାଫି ମାମଲାରେ ମୁହଁ ଖୋଲିଲେ ରାଜ କୁନ୍ଦ୍ରା, କହିଲେ - '18 ବର୍ଷ ବୟସରେ ପ୍ରଥମ ଥର ପାଇଁ ...'

ରାଜ କୁନ୍ଦ୍ରା ନିଜକୁ 'ମାସ୍କମ୍ୟାନ୍' ଏବଂ 'ଶିଳ୍ପାଙ୍କ ସ୍ୱାମୀ' ବୋଲି କହି ଷ୍ଟାଣ୍ଡ ଅପ୍ କମେଡି ସୋ’ ଆରମ୍ଭ କରିଥିଲେ । ସେ 18 ବର୍ଷ ବୟସରେ ଲଣ୍ଡନରେ କ୍ୟାବ ଚଳାଇ କିପରି ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ, ତାହା କହିଛନ୍ତି । ଅଧିକ ପଢନ୍ତୁ

ରାଜ କୁନ୍ଦ୍ରା
ରାଜ କୁନ୍ଦ୍ରା

ହାଇଦ୍ରାବାଦ: ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ନିକଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଷ୍ଟାଣ୍ଡ୍‌ ଅପ୍ କମେଡି କରୁଥିବା ନଜର ଆସିଛନ୍ତି । ଏହା ବ୍ୟତୀତ ସେ ଏହି ସୋ’ ଆରମ୍ଭ କରିବା ପୂର୍ବରୁ ଅନେକ ଖୁଲାସା ମଧ୍ୟ କରିଛନ୍ତି । ରାଜ ବର୍ତ୍ତମାନ ପର୍ଣ୍ଣୋଗ୍ରାଫି ମାମଲାରେ ନିଜର ନିରବତାକୁ ଭାଙ୍ଗିଛନ୍ତି ।

ଅଶ୍ଳୀଳତା ମାମଲାରେ ପ୍ରଥମ ଥର ନିରବତା ଭାଙ୍ଗିଲେ ରାଜ କୁନ୍ଦ୍ରା

ରାଜ କୁନ୍ଦ୍ରା ପ୍ରଥମ ଥର ପାଇଁ ମାସ୍କ ପିନ୍ଧି ଷ୍ଟାଣ୍ଡ ଅପ୍ କମେଡି କରିଥିଲେ । ଷ୍ଟାଣ୍ଡ ଅପ୍ କମେଡି କରୁଥିବାବେଳେ ରାଜ କୁନ୍ଦ୍ରା ନିଜକୁ 'ମାସ୍କମ୍ୟାନ୍' ଏବଂ 'ଶିଳ୍ପାଙ୍କ ସ୍ୱାମୀ' ବୋଲି କହି ସୋ’ ଆରମ୍ଭ କରିଥିଲେ। ସେ 18 ବର୍ଷ ବୟସରେ ଲଣ୍ଡନରେ କ୍ୟାବ ଚଳାଇ କିପରି ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ତାହା କହିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ 'ମୁଁ ସବୁବେଳେ ପୋଷାକ ପିନ୍ଧିବା କାମ କରିଛି, କାଢିବା ନୁହେଁ'।

ଉଲ୍ଲେଖନୀୟ ଯେ, ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ତାଙ୍କ ଅଭିନୟ ଜୀବନ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ଷ୍ଟାଣ୍ଡ ଅପ୍ କମେଡି ସୋ’ରେ ରାଜ କୁନ୍ଦ୍ରା ବର୍ତ୍ତମାନ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି । ଯେତେବେଳେ ରାଜ କୁନ୍ଦ୍ରା ଆଡଲ୍ଟ ଚଳଚ୍ଚିତ୍ର ନିର୍ମାଣ କରୁଥିବା ଅଭିଯୋଗ ହୋଇଥିଲା ସେବେଠୁ ମାସ୍କ ପିନ୍ଧିବା ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Pornography Case: ରାଜ କୁନ୍ଦ୍ରାଙ୍କ ସମେତ ଶର୍ଲିନ ଚୋପ୍ରା ଓ ପୁନମ ପାଣ୍ଡେଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ବସ୍ତି

ଏହି ମାମଲାରେ ରାଜ କୁନ୍ଦ୍ରାଙ୍କୁ ଜୁଲାଇ 2021ରେ ଗିରଫ କରାଯାଇଥିଲା । ମୋବାଇଲ୍ ଆପ୍ଲିକେସନ୍‌ରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଅପଲୋଡ୍ କରିବା ଅଭିଯୋଗରେ ଗିରଫ କରାଯାଇଥିଲା । ପ୍ରାୟ ଦୁଇମାସ ପରେ ଜାମିନ ପାଇଥିଲେ । ଜଣେ ମହିଳା ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। କହି ରଖୁଛୁ ଯେ, ମହିଳାଙ୍କ ଦ୍ୱାରା ଦିଆଯାଇଥିବା ଏଫ୍ଆଇଆରରେ ଶର୍ଲିନ୍ ଚୋପ୍ରା ଏବଂ ପୁନମ୍ ପାଣ୍ଡେଙ୍କୁ ସହ ଅଭିଯୁକ୍ତ କରାଯାଇଥିଲା । ତେବେ ଏହି ମାମଲାକୁ ନେଇ କୋର୍ଟ କହିିଥିଲେ, ସମସ୍ତ ଅଭିଯୁକ୍ତଙ୍କୁ ଯାଞ୍ଚରେ ସହଯୋଗ କରିବା ଉଚିତ ଏବଂ ଆବଶ୍ୟକ ପଡ଼ିଲେ ଯେକୌଣସି ପରିସ୍ଥିତିରେ ସେମାନଙ୍କୁ ତଦନ୍ତରେ ଯୋଗଦେବାକୁ ହେବ ।

ରାଜ କୁନ୍ଦ୍ରା ବର୍ତ୍ତମାନ ପ୍ରାୟତଃ ମାସ୍କ ପିନ୍ଧିଥିବାର ଦେଖାଯାଆନ୍ତି । ରାଜ କୁନ୍ଦ୍ରା ସର୍ବସାଧାରଣ ସ୍ଥାନରେ ଭିଡ଼ରୁ ବର୍ତ୍ତିବା ପାଇଁ ଫେସ୍‌ ମାସ୍କ ବ୍ୟବହାର କରୁଛନ୍ତି । ଏହାକୁ ନେଇ ଅନେକ ଥର ସୋସିଆଲ ମିଡିଆରେ ଟ୍ରୋଲ୍‌ ମଧ୍ୟ ହୋଇଥିଲେ । ଏମିତି କାମ କଲେ ମୁହଁ ଲୁଚାଇବାକୁ ପଡ଼େ ବୋଲି ୟୁଜର୍ସ କହିଥିଲେ ।

ABOUT THE AUTHOR

...view details