ହାଇଦ୍ରାବାଦ:ଆପ୍ ନେତା ରାଘବ ଚଢା ଏବଂ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଡେଟିଂ ଦିନ ଠାରୁ ଚର୍ଚ୍ଚାରେ ରହି ଆସୁଛନ୍ତି । ଏହି କପଲ ଗତ ମେ' 13ରେ ନିର୍ବନ୍ଧ କରିଥିଲେ । ତେବେ ଉଭୟଙ୍କ ବିବାହକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ପରିଣୀତିଙ୍କ ସହ ଜଡିତ ହେବା ପରେ ଆପ୍ ନେତା ରାଘବ ଚଢାଙ୍କ ଜୀବନରେ ଅନେକ ପରିବର୍ତ୍ତନ ହୋଇଛି । ଏନେଇ ନିକଟରେ ଏକ ସାକ୍ଷାତକାରରେ ରାଘବଙ୍କ ଜୀବନରେ ପରିଣୀତି ଆସିବା ପରେ କଣ ପରିବର୍ତ୍ତନ ହୋଇଛି, ସେନେଇ ଖୁଲାସା କରିଛନ୍ତି ।
ରାଘବ ନିଜ ନିର୍ବନ୍ଧ ବିଷୟରେ କଥାବାର୍ତ୍ତା କରି କହିଛନ୍ତି ଯେ, ବର୍ତ୍ତମାନ ତାଙ୍କ ସହକର୍ମୀ ଏବଂ ଦଳର ନେତାମାନେ ପରୀଙ୍କ ନାମ ନେଇ ତାଙ୍କୁ ବହୁତ ଥଟ୍ଟା କରୁଥିଲେ ଏବଂ ବର୍ତ୍ତମାନ ନିର୍ବନ୍ଧ ପରେ ଏହା କମିଯାଇଛି । ରାଘବ ଆହୁରି କହିଛନ୍ତି, ''ମୋର ସାଥୀମାନେ ଯଥାଶୀଘ୍ର ବିବାହ କରିବାକୁ ମୋତେ ଚାପ ପକାଉଥିଲେ, କିନ୍ତୁ ଯେତେବେଳେ ମୁଁ ଏବଂ ପରୀ ନିର୍ବନ୍ଧ କରିଥିଲୁ, ବର୍ତ୍ତମାନ ତାହା ବନ୍ଦ ହୋଇଯାଇଛି ।
ସୂଚନା ଥାଉ କି, ବିବାହ ପୂର୍ବରୁ ପରିଣୀତି ଏବଂ ରାଘବଙ୍କୁ ଅନେକ ଥର ସ୍ପଟ କରାଯାଇଛି । ନିକଟରେ ବିବାହ ପାଇଁ ଲଣ୍ଡନରେ ସପିଂ କରୁଥିବାର ଫଟୋ ଭାଇରାଲ ହୋଇଥିଲା । ଏହାପରେ ଉଭୟ ଉଦୟପୁରରେ ନିଜ ବିବାହ ପାଇଁ ସ୍ଥାନ ଦେଖିବାକୁ ଯାଇଥିବାର ନଜର ଆସିଥିଲେ । ତାପରେ ଉଭୟ ପଞ୍ଜାବର ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିରରେ ସେବା ମଧ୍ୟ କରିଥିଲେ । ଯାହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।