କୋଲକାତା: ଗୁରୁବାର କୋଲକାତାର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ 28ତମ କୋଲକାତା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ଉଦଘାଟିତ ହୋଇଯାଇଛି(28th Kolkata International Film Festival)। ଏହି ଉତ୍ସବରେ ଯୋଗଦେଇଥିଲେ ବଲିଉଡର ବିଗବି ଅମିତାଭ ବଚ୍ଚନ । ଏହାସହ ମୁଖ୍ୟ ଅତିଥିରୂପେ ପଶ୍ଚିମବଙ୍ଗ ରାଜ୍ୟପାଳ ଡ. ସିଭି ଆନନ୍ଦ ବସୁ, ପଶ୍ଚିମବଙ୍ଗର ଆମ୍ବାସାଡର ଶାହାରୁଖ , କ୍ରିକେଟର ସୌରଭ ଗାଙ୍ଗୁଲି, ମହେଶଭଟ୍ଟଙ୍କ ଅନେକ ଅଭିନତା ଏବଂ ଅଭିନେତ୍ରୀ ଉପସ୍ଥିତ ରହିଥିଲେ । ତେବେ ରାଜନୈତିକ ଚର୍ଚ୍ଚା ଏବଂ ବିବାଦୀୟ ପ୍ରସଙ୍ଗ ଠାରୁ ସର୍ବଦା ନିଜକୁ ଦୂରେଇ ରଖୁଥିବା ବଲିଉଡର ବିଗବି(Amitabh Bachchan) ନାଗରିକ ସ୍ବାଧିନତା ଏବଂ ମୁକ୍ତ ଅଭିବ୍ୟକ୍ତିକୁ ନେଇ ମୁହଁ ଖୋଲିଛନ୍ତି ।
କୁହାଯାଏ ଯେ, ବିଗବି କୌଣସି ସାମ୍ବାଦିକ ସମ୍ମିଳନୀ କିମ୍ବା ମିଡିଆ କାର୍ଯ୍ୟକ୍ରମରେ ବହୁତ କମ ଯୋଗ ଦିଅନ୍ତି । ତେବେ KIFFରେ ବିଗବି ନିଜ ପତ୍ନୀଙ୍କ ସହ ଯୋଗଦେଇ ପ୍ରଥମେ କୋଲକାତା ପ୍ରତି ରହିଥିବା ତାଙ୍କ ଭଲପାଇବା ବିଷୟରେ କହିଥିଲେ । ଏହାପରେ ସେ ବର୍ତ୍ତମାନ ସମୟରେ ନାଗରିକ ସ୍ବାଧିନତା ଏବଂ ବାକ ସ୍ବାଧିନତାକୁ ନେଇ ସୃଷ୍ଟି ହେଉଥିବା ପ୍ରଶ୍ନବାଚୀ ଉପରେ ଆଲୋଚନା କରିଥିଲେ।