ହାଇଦ୍ରାବାଦ: ବ୍ରିଟେନର ଦିବଙ୍ଗତ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟ ଆମ ଗହଣରେ ଆଉ ନାହାଁନ୍ତି । ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଖବର ଆସିବା ପରଠୁ ଅନେକ ସେଲିବ୍ରିଟି ଶୋକ ବ୍ୟକ୍ତ କରୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ରାଣୀ ଏଲିଜାବେଥ ମଧ୍ୟ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସହିତ ଜଡିତ ଥିଲେ। ଯଦି ଆପଣ ଜାଣି ନାହାଁନ୍ତି, ତେବେ ଆମେ ଆପଣଙ୍କୁ ରାଣୀ ଏଲିଜାବେଥ୍ ସହିତ ଜଡିତ ଏକ ଚଳଚ୍ଚିତ୍ର କାହାଣୀ ବିଷୟରେ କହୁଛୁ ।
ଯେତେବେଳେ ରାଣୀ ଏଲିଜାବେଥ ତୃତୀୟ ତଥା ଶେଷ ଥର ପାଇଁ 1997 ରେ ଭାରତ ଆସିଥିଲେ, ସେତେବେଳେ ସେ ଦକ୍ଷିଣ ଭାରତୀୟ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ 'Marudhanayagam'ର ସେଟରେ ପହଞ୍ଚିଥିଲେ। 16 ଅକ୍ଟୋବର 1997 ରେ MGR ଫିଲ୍ମ ସିଟିରେ ଚଳଚ୍ଚିତ୍ର ଉନ୍ମୋଚନରେ କମଲ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିଥିଲେ। ରାଣୀ ଏଲିଜାବେଥ୍ ନିଜେ ମଧ୍ୟ ଭାରତୀୟ ଚଳଚ୍ଚିତ୍ର ସେଟ୍ ପରିଦର୍ଶନ କରିବାକୁ ଆଗ୍ରହ ଦେଖାଇଥିଲେ ଏବଂ ଯେତେବେଳେ ସେ ସେଟ୍ରେ ପହଞ୍ଚିଲେ କମଲ ତାଙ୍କୁ ସ୍ୱାଗତ କରିଥିଲେ। କମଲ ହାସନଙ୍କ ପୂର୍ବତନ ପତ୍ନୀ ସାରିକା ମହାରାଣୀଙ୍କୁ ଆରତୀ, ତିଲକ ଏବଂ ଫୁଲମାଳ ପିନ୍ଧାଇ ଭାରତୀୟ ରୀତିନୀତି ସହିତ ତାଙ୍କୁ ସ୍ୱାଗତ କରିଥିଲେ। ରାଣୀ ଏଲିଜାବେଥ୍ ଦ୍ୱିତୀୟ ଫିଲ୍ମର ସେଟ୍ରେ ପୁରା 20 ମିନିଟ୍ ବିତାଇଲେ । ଏହି ସମୟରେ ଫିଲ୍ମରେ ଅଂଶ ଗ୍ରହଣ କରିଥିବା ରଜନୀକାନ୍ତ, ଟିନୁ ଆନନ୍ଦ ଏବଂ ଓମ୍ ପୁରୀ ମଧ୍ୟ ସେଟରେ ରାଣୀଙ୍କୁ ସ୍ୱାଗତ କରିବାକୁ ଉପସ୍ଥିତ ଥିଲେ।