ଓଡିଶା

odisha

By ETV Bharat Odisha Team

Published : Sep 27, 2023, 7:52 AM IST

ETV Bharat / entertainment

Dada Saheb Phalke Award 2023: ୱାହିଦା ରେହମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭକାମନା

ବଲିଉଡର ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଦାଦାସାହେବ ଫାଲକେ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଁ ଚୟନ କରାଯାଇଛି । ଏହି ବିଶେଷ ଉପଲବ୍ଧି ହାସଲ ନେଇ ଘୋଷଣା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଭିନେତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଧିକ ପଢନ୍ତୁ

ୱାହିଦା ରେହମାନ
ୱାହିଦା ରେହମାନ

ହାଇଦ୍ରାବାଦ: ହିନ୍ଦୀ ସିନେମାର ଦିଗ୍ଗଜ ଅଭିନେତ୍ରୀଙ୍କ ବିଷୟରେ ଯଦି ଆମେ ଉଲ୍ଲେଖ କରିବା, ତେବେ ୱାହିଦା ରେହମାନଙ୍କ ନାମ ଶୀର୍ଷ ତାଲିକାରେ ସ୍ଥାନ ପାଇବ । ୮୫ ବର୍ଷୀୟା ୱାହିଦା ତାଙ୍କର ଦମଦାର ଅଭିନୟ ଆଧାରରେ ବଲିଉଡ୍‌ ଇଣ୍ଡଷ୍ଟ୍ରିକୁ ଏକାଧିକ ଚଳଚ୍ଚିତ୍ର ଦେଇଛନ୍ତି । ମଙ୍ଗଳବାର ୱାହିଦା ରେହମାନ ଦାଦାସାହେବ ଫାଲ୍‌କେ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ୍‌ ଆୱାର୍ଡର ସ୍ୱତନ୍ତ୍ର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଏହାପରେ ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ୱାହିଦାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୱାହିଦା ରେହମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ୱାହିଦା ରେହମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟରରେ ଅଭିନେତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, "ୱାହିଦା ରେହମାନ ଜୀଙ୍କୁ ଦାଦାସାହେବ ଫାଲକେ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରିଯିବ । ଭାରତୀୟ ସିନେମାରେ ତାଙ୍କର ଯାତ୍ରା ଏକ ଅବିସ୍ମରଣୀୟ ଛାପ ଛାଡ଼ିଛି । ପ୍ରତିଭା, ସମର୍ପଣ ଏବଂ ଶାଳୀନତାର ପ୍ରତୀକ, ସେ ଆମର ଶ୍ରେଷ୍ଠ ସିନେମାଟିକ୍ ଐତିହ୍ୟର ପ୍ରତୀକ, ତାଙ୍କୁ ଅଭିନନ୍ଦନ ।"

ଚଳିତ ବର୍ଷ ଦାଦାସାହେବ ଫାଲକେ ଲାଇଫ୍‌ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଁ ମନୋନୀତ ହେବା ପରେ ୱାହିଦା ରେହମାନ ମଧ୍ୟ ବହୁତ ଖୁସି ଅଛନ୍ତି । ଅଭିନେତ୍ରୀ କହିଛନ୍ତି, "ସରକାର ମୋତେ ଏହି ବଡ ସମ୍ମାନ ପାଇଁ ମନୋନୀତ କରିଥିବାରୁ ମୁଁ ବହୁତ ଖୁସି । ଯେତେବେଳେ ଆପଣଙ୍କ କୌଣସି ଜିନିଷ ସମ୍ମାନ, ପ୍ରେମ ଏବଂ ସ୍ନେହ ସହିତ ମିଳେ ସେତେବେଳେ ଖୁସି ଅନୁଭବ ହୁଏ । ଏଥିସହ ଅଭିନେତ୍ରୀ ସରକାରଙ୍କ ସହିତ ସୂଚନା ତଥା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Dadasaheb Phalke Award: ସମ୍ମାନିତ ହେବେ ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନ

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି । ୱାହିଦା ରେହମାନ ବହୁ ସିନେମାରେ କାଳଜୟୀ ଅଭିନୟ କରିଛନ୍ତି । 'ଗାଇଡ୍', 'ପ୍ୟାସା', 'ନୀଲକମଲ', 'କାଗଜ କେ ଫୁଲ୍‌', 'ଚୌଦଭି କା ଚାନ୍ଦ', 'ସାହେବ ବିବି ଔର ଗୁଲାମ', 'ଖାମୋସି' ଭଳି ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । ଇଣ୍ଡଷ୍ଟ୍ରିରେ ତାଙ୍କର ଚମତ୍କାର ଯାତ୍ରା ପାଇଁ ସରକାର ପୂର୍ବରୁ ଅଭିନେତ୍ରୀଙ୍କୁ ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରିଛନ୍ତି । ହିନ୍ଦୀ ସିନେମାରେ ୫ ଦଶନ୍ଧୀ ଧରି ସେ ଅଭିନୟ କରିଛନ୍ତି । ଫିଲ୍ମ ରେସ୍ମା ଓ ସେରା ପାଇଁ ସେ ଜାତୀୟ ଚଳଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି । ତେବେ ଗତ ବର୍ଷ ଆଶା ପାରେଖ ଏହି ସମ୍ମାନ ପାଇଥିଲେ ଏବଂ ଏବେ ୱାହିଦା ରେହମାନଙ୍କୁ ଏହି ସମ୍ମାନ ପ୍ରାପ୍ତ ହେବ ।

ABOUT THE AUTHOR

...view details