ହାଇଦ୍ରାବାଦ: ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ ରୀତିନୀତି ଆରମ୍ଭ ହୋଇଯାଇଛି । ସକାଳେ ଲୀଲା ପ୍ୟାଲେସର ମହାରାଜା ସୁଇଟରେ ପରିଣୀତିଙ୍କ ଚୁଡା ସମାରୋହ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପରିବାର ସଦସ୍ୟ ଏବଂ ବିଶେଷ ଅତିଥିମାନେ ଅଂଶଗ୍ରହଣ କରିଥିଲେ। ଏହା ସହିତ ରାଘବ-ପରିଣୀତିଙ୍କ ବୈବାହିକ ରୀତିନୀତି ଆରମ୍ଭ ହୋଇଛି। ରୟାଲ ୱେଡିଂରେ ଆସୁଥିବା ଅତିଥିମାନଙ୍କୁ ଢୋଲ ବାଜା ସହିତ ସ୍ୱାଗତ କରାଯାଇଛି । ବିଭିନ୍ନ ସ୍ଥାନରେ ସ୍ୱାଗତ ବୋର୍ଡ ଲଗାଯାଇଛି ଏବଂ ସମଗ୍ର ମାର୍ଗକୁ ସଜାଯାଇଛି । ରାଜସ୍ଥାନୀ ଶୈଳୀରେ ଲୀଲା ପ୍ୟାଲେସରେ ସମସ୍ତ ଅତିଥିଙ୍କୁ ସ୍ୱାଗତ କରାଯାଉଛି । କହିବାକୁ ଗଲେ ବିବାହ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ।
ପରିଣୀତିଙ୍କ ଚୁଡା ସମାରୋହ
ପରିଣୀତିଙ୍କ ଚୁଡା ସେରିମନି ଆରମ୍ଭ ହୋଇଯାଇଛି । ଏହି ସମାରୋହ ଲୀଲା ପ୍ୟାଲେସର ମହାରାଜା ସୁଇଟରେ କରାଯାଇଥିଲା । ପରିଣୀତିଙ୍କ ପରିବାର ଏବଂ ସମ୍ପର୍କୀୟମାନେ ଏଥିରେ ଭାଗ ନେଇଥିଲେ। ଚୁଡା ସମାରୋହରେ କନିଆ ଅର୍ଥା ପରିଣୀତିଙ୍କ ମାମୁଁ ଚୁଡା ଆଣି ଆସନ୍ତି ଏବଂ ପରେ ତାଙ୍କୁ ପିନ୍ଧାନ୍ତି । ଏହା ପରେ ସ୍ୱାଗତ ମଧ୍ୟାହ୍ନ ଭୋଜନ ପରିବେଷଣ କରାଯିବ । ଯାହା ହୋଟେଲର ଭିତର ପ୍ରାଙ୍ଗଣରେ ରଖାଯାଇଛି ।
ଏହା ମଧ୍ୟ ପଢନ୍ତୁ: Ragneeti Wedding: ଉଦୟପୁରରେ ପହଞ୍ଚିଲେ ରାଘବ-ପରିଣୀତି, ବିମାନବନ୍ଦରରେ ଭବ୍ୟ ସ୍ବାଗତ
ଅତିଥିମାନଙ୍କୁ ସ୍ୱାଗତ
ପରିଣୀତିଙ୍କ ବିବାହ ପାଇଁ ବଲିଉଡ ତାରକାମାନେ ମଧ୍ୟ ପହଞ୍ଚିବା ଆରମ୍ଭ କରିଛନ୍ତି। ଅଭିନେତ୍ରୀ ଭାଗ୍ୟଶ୍ରୀ ତାଙ୍କ ସ୍ୱାମୀ ହିମାଳୟଙ୍କ ସହ ପହଞ୍ଚିଛନ୍ତି। ତାରକ ମେହେଟ୍ଟା କା ଓଲଟା ଚଷମା ଫେମ୍ ଅଭିନେତା ଶୌଲେଶ ଲୋଡା ମଧ୍ୟ ସେଠାରେ ପହଞ୍ଚିଛନ୍ତି । ଅଭିନେତ୍ରୀ ଅମନା ସରିଫ ମଧ୍ୟ ପହଞ୍ଚିଛନ୍ତି। ପରିଣୀତି ଚୋପ୍ରାଙ୍କ ସ୍ୱତନ୍ତ୍ର ବନ୍ଧୁ ଅର୍ଜୁନ କପୁର ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଉଛନ୍ତି। ମନୀଷ ମଲହୋତ୍ରା ଏବଂ ଅନ୍ୟାନ୍ୟ ବଡ ତାରକା ସେଠାରେ ପହଞ୍ଚିବେ ବୋଲି ଆଶା କରାଯାଉଛି ।