ଓଡିଶା

odisha

ETV Bharat / entertainment

Oscars 2023: ଭାରତୀୟ ଡକ୍ୟୁମେଣ୍ଟାରୀ ଏଲିଫ୍ୟାଣ୍ଟ ହୁଇସପରର୍ସ ହାତେଇଲା ଓସ୍କାର ଆୱାର୍ଡ

95ତମ ଓସ୍କାରରେ ଭାରତୀୟ ଡକ୍ୟୁମେଣ୍ଟାରୀ ଏଲିଫ୍ୟାଣ୍ଟ ହୁଇସପରର୍ସକୁ ମିଳିଲା ଓସ୍କାର ପୁରସ୍କାର । ଶ୍ରେଷ୍ଠ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ବର୍ଗ ପାଇଁ ଏହି ପୁରସ୍କାର ହାତେଇଛି ଏଲିଫ୍ୟାଣ୍ଟ ହୁଇସପରର୍ସ । ଅଧିକ ପଢନ୍ତୁ

ଏଲିଫ୍ୟାଣ୍ଟ ହୁଇସପରର୍ସକୁ ମିଳିଲା ଓସ୍କାର ପୁରସ୍କାର
Indias The Elephant Whisperers wins Oscars award

By

Published : Mar 13, 2023, 8:44 AM IST

Updated : Mar 13, 2023, 9:03 AM IST

ନୂଆଦିଲ୍ଲୀ: ବିଶ୍ବ ଦରବାରରେ ଚମକିଲା ଭାରତୀୟ ସିନେମା । ସେହି ସମୟ ଆସିଛି ଯାହାର ଅପେକ୍ଷା ଥିଲା । ସମ୍ମାନଜନକ 95ତମ ଓସ୍କାର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି । ଭାରତୀୟ ସିନେମା ପାଇଁ ସଫଳତାର ବର୍ଷ ହୋଇଛି 2023 । 95ତମ ଓସ୍କାର ପୁରସ୍କାରରେ ଭାରତୀୟ ଡକ୍ୟୁମେଣ୍ଟାରୀ ପୁରସ୍କୃତ ହୋଇଛି । କ୍ଷୁଦ୍ର ପ୍ରମାଣିକ ଚଳଚ୍ଚିତ୍ର 'ଏଲିଫ୍ୟାଣ୍ଟ ହୁଇସପରର୍ସକୁ' ଓସ୍କାର ପୁରସ୍କାର ମିଳିଛି । ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ କ୍ଷୁଦ୍ର ଚଳଚ୍ଚିତ୍ର ବର୍ଗରେ ଓସ୍କାର ପୁରସ୍କାର ମିଳିଛି । 39 ମିନିଟର ତାମିଲ ଭାଷାରେ ଚଳଚ୍ଚିତ୍ରଟି ତିଆରି ହୋଇଥିଲା । ଶିଶୁ ହାତୀ ଓ ଦମ୍ପତ୍ତିଙ୍କ ମଧ୍ୟରେ ଗଢି ଉଠିଥିବା ସମ୍ପର୍କକୁ ନେଇ ତିଆରି ହୋଇଥିଲା ଚଳଚ୍ଚିତ୍ରର କାହାଣୀ ।

2023 ଓସ୍କାର ପୁରସ୍କାର ଜିତି ଇତିହାସ ରଚିଛି 'ଏଲିଫ୍ୟାଣ୍ଟ ହୁଇସପରର୍ସ' । ଏଲିଫ୍ୟାଣ୍ଟ ହୁଇସପରର୍ସର ନିର୍ଦ୍ଦେଶନା ଦେଇଛନ୍ତି କର୍ତିକା ଗୋନସାଭେସ ଓ ଗୁନୀତ ମୋଙ୍ଗା ଏହା ପ୍ରଜୋଜନା ଦାୟିତ୍ବ ତୁଲାଇଛନ୍ତି । ଏହି କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ରକୁ ଖୁବ ପ୍ରଶଂସା କରିଥିଲେ ଦର୍ଶକ । ଏହା ଛଡା ସମ୍ମାନଜନକ ଓସ୍କାର 2023 ସମାରୋହରେ ଭାରତୀୟ ଚଳଚ୍ଚିତ୍ର RRR ମଧ୍ୟ ଇତିହାସ ରଚିଛି । ଶ୍ରେଷ୍ଠ ଅରିଜିନାଲ ଗୀତ ଦୌଡରେ ରହିଥିବା RRR ଫିଲ୍ମର ନାଟୁନାଟୁ ଗୀତ ଓସ୍କାର ପୁରସ୍କାର ପାଇଛି । ଏହି ବର୍ଗରେ RRR ପ୍ରଥମ ଭାରତୀୟ ଫିଲ୍ମ ଭାବେ ସ୍ଥାନ ପାଇଥିଲା । ପୁରସ୍କାର ହାତେଇବା ନେଇ ଅଧିକ ସମ୍ଭାବନା ରହିଥିଲା । ପୂର୍ବରୁ ନାଟୁନାଟୁକୁ ଗୋଲଡେନ ଗ୍ଲୋବ ଆୱାର୍ଡ ମିଳି ସାରିଛି । ଏହାଛଡା ଓସ୍କାର ପୁରସ୍କାର ଦୌଡରେ ଦ କାଶ୍ମୀର ଫାଇଲ୍ସ ସମେତ 9ଟି ଭାରତୀୟ ଚଳଚ୍ଚିତ୍ର ସାମିଲ ହୋଇଛନ୍ତି ।

ଏହା ବି ପଢନ୍ତୁ....SwaadAnusaar Wedding: ହିନ୍ଦୁ ରୀତିନୀତିରେ ପଡିବ ସ୍ବରାଙ୍କ ହାତଗଣ୍ଠି, ବିବାହ ପ୍ରସ୍ତୁତି ଆରମ୍ଭ

ଭାରତୀୟ ସିନେମା ପାଇଁ ଏହି ସଫଳତା ଗର୍ବର ବିଷୟ । ଲସ ଏଞ୍ଜେଲସରେ ଅନୁଷ୍ଠିତ ହୋଇଥିବା ଓସ୍କାର ପୁରସ୍କାର ସମୋରୋହରେ ଆହୁରି ଅନେକ କିଛି ହେବାକୁ ବାକି ରହିଛି । ଫିଲ୍ମ 'Women Talking' ବେଷ୍ଟ ସ୍କ୍ରିନପ୍ଲେ ପାଇଁ ଓସ୍କାର ପୁରସ୍କାର ପାଇଛି । ସେହିପରି ବେଷ୍ଟ ଅରିଜିନାଲ ସ୍କ୍ରିନପ୍ଲେ ପାଇଁ ଏଭିଥିଙ୍ଗ ଅଲ ଏଟ ବନ୍ସ ଓସ୍କାର ପୁରସ୍କାର ପାଇଛି । 95ତମ ଓସ୍କାର ପୁରସ୍କାର ସମୋରୋହକୁ ତୃତୀୟ ଥର ପାଇଁ ହୋଷ୍ଟ କରୁଛନ୍ତି ଜିମି କିମଲେ । ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଉପସ୍ଥାପିକା ଭାବେ ନଜର ଆସିଛନ୍ତି । ଦୀପିକାଙ୍କ ବ୍ୟତୀତ ହଲିଉଡରେ ଅନ୍ୟ କଳାକାରମାନେ ଉପସ୍ଥିତ ଅଛନ୍ତି ।

Last Updated : Mar 13, 2023, 9:03 AM IST

ABOUT THE AUTHOR

...view details