ହାଇଦ୍ରାବାଦ:ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ 'ଓ ମାଇ ଗଡ ୨' ଫିଲ୍ମର ଟିଜର ରିଲିଜ ହେବା ଦିନ ଠାରୁ ବିବାଦରେ ଛନ୍ଦି ହୋଇଛି । ଫିଲ୍ମରେ ଅକ୍ଷୟ କୁମାର ଭଗବାନ ଶିବଙ୍କ ରୂପରେ ନଜର ଆସିବାକୁ ଥିବା ବେଳେ ଅଭିନେତା ପଙ୍କଜ ତ୍ରିପାଠୀ ତାଙ୍କ ଭକ୍ତ ଭାବେ ନଜର ଆସିଛନ୍ତି । ଫିଲ୍ମକୁ ସେନ୍ସର ବୋର୍ଡ ମଧ୍ୟ ଏଯାଏଁ ସାର୍ଟିଫିକେଟ ଦେଇନାହିଁ । ତେବେ ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତା ପଙ୍କଜ ତ୍ରିପାଠୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, 'ସତ ଖୁବଶୀଘ୍ର ସମସ୍ତଙ୍କ ସାମ୍ନାକୁ ଆସିବ ।'
ସୂଚନା ଅନୁସାରେ, ରିଲିଜ ଟିଜରରେ ଫିଲ୍ମର କିଛି ସିନକୁ ନେଇ ସୋସିଆଲ ମିଡିଆରେ ବିବାଦ ସୃଷ୍ଟି ହୋଇଥିଲା । ଏବଂ ଫିଲ୍ମରୁ ସିନକୁ ହଟାଇବାକୁ ଦାବି ମଧ୍ୟ କରାଯାଇଥିଲା । ସେପଟେ ସେନ୍ସର ବୋର୍ଡ ମଧ୍ୟ ଫିଲ୍ମକୁ ସାର୍ଟିଫିକେଟ ନ ଦେଇ ରିଭ୍ୟୁ କମିଟିକୁ ପଠାଇଛି । କାରଣ ଆଦିପୁରୁଷକୁ ନେଇ ହୋଇଥିବା ପୁନରାବୃତ୍ତି ଚାହୁଁନାହିଁ ସେନ୍ସର ବୋର୍ଡ । ଏଣୁ ସେନ୍ସର ବୋର୍ଡ ଫିଲ୍ମ ରିଲିଜକୁ ବର୍ତ୍ତମାନ ସୁଦ୍ଧା ସାର୍ଟିଫିକେଟ ଦେଇନାହିଁ । ତେବେ ବର୍ତ୍ତମାନ ପଙ୍କଜ ତ୍ରିପାଠୀ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, 'ଏପର୍ଯ୍ୟନ୍ତ ଏ ବାବଦରେ କହିବା ପାଇଁ ଅନୁମତି ଦିଆଯାଇ ନାହିଁ । ଏହା ବ୍ୟତୀତ ତାଙ୍କ ଚଳଚ୍ଚିତ୍ର ବିଷୟରେ ପଙ୍କଜ ତ୍ରିପାଠୀ କହିଛନ୍ତି ଯେ ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । ଅଗଷ୍ଟ 11ରେ ଫିଲ୍ମଟି ପରଦାରେ ରିଲିଜ ହେଲେ ସମସ୍ତଙ୍କ ସାମ୍ନାରେ ସତ୍ୟତା ଆସିବ । ସବୁ ଭ୍ରମ ଦୂର ହୋଇଯିବ।'