ଓଡିଶା

odisha

Ganesh Chaturthi 2023: ଗଣେଶ ଚତୁର୍ଥୀରେ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ଓଲିଉଡ ସେଲିବ୍ରିଟି

By ETV Bharat Odisha Team

Published : Sep 19, 2023, 8:46 PM IST

ସବୁଠି ଗଣେଶ ପୂଜାର ଧୁମ ଦେଖିବାକୁ ମିଳିଛି। ବଲିଉଡ ପରେ ଓଲିଉଡରେ ମଧ୍ୟ ଗଣେଶ ଚତୁର୍ଥୀ କ୍ରେଜ ଦେଖିବାକୁ ମିଳିଛି। ଏହି ଅବସରରେ ତାରକାମାନେ ଧୁମଧାମରେ ପୂଜା ପାଳନ କରିଥିବା ବେଳେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅଧିକ ପଢନ୍ତୁ...

ଗଣେଶ ଚତୁର୍ଥୀ ଶୁଭେଚ୍ଛା ଜଣାଇଲେ ଓଲିଉଡ ସେଲିବ୍ରିଟି
ଗଣେଶ ଚତୁର୍ଥୀ ଶୁଭେଚ୍ଛା ଜଣାଇଲେ ଓଲିଉଡ ସେଲିବ୍ରିଟି

ଭୁବନେଶ୍ବର:ଗାଁ ଠାରୁ ସହର ସବୁଠି ଜମୁଛି ଗମେଶ ପୂଜାର ମାହୋଲ। ଏହି ପରିପ୍ରେକ୍ଷୀରେ ତାରକା ମାନେ ମଧ୍ୟ ଧୁମଧାମରେ ଏହି ଉତ୍ସବକୁ ପାଳନ କରିଛନ୍ତି। ବଲିଉଡରୁ ଓଲିଉଡ ସମସ୍ତ ସେଲିବ୍ରିଟି ଗଣେଶ ପୂଜା ପାଳନ କରିଥିବା ବେଳେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ, ଏଲିନା ସାମନ୍ତରାୟ, ଅର୍ଚ୍ଚିତା ସାହୁଙ୍କ ସମେତ ଅନେକ ତାରକା ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଗଣେଶ ଚତୁର୍ଥୀରେ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ଶିବାନୀ ସଙ୍ଗିତା

ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ଅଭିନେତ୍ରୀ ଗଣେଶ ମୂର୍ତ୍ତୀଙ୍କ ପାଖରେ ଛିଡା ହୋଇଥିବା ନଜର ଆସିଛନ୍ତି। ସେ ଲାଲ ରଙ୍ଗର ସମ୍ବଲପୁରୀ ଶାଢୀରେ ପାରମ୍ପରିକ ଲୁକରେ ନଜର ଆସିଛନ୍ତି। ଏହି ଫଟୋ ସେୟାର କରି ସେ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଅର୍ଚ୍ଚିତା ସାହୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଗଣେଶ ପୂଜାର ଏକ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଗଣେଶ ଚତୁର୍ଥୀର ଶୁଭକାମନା ଜଣାଇଛନ୍ତି।

ଗଣେଶ ଚତୁର୍ଥୀରେ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ଦିବ୍ୟା ମହାନ୍ତି

ଅଭିନେତ୍ରୀ ଅନୁ ଚୌଧୁରୀ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଫଟୋରେ ସେ ନିଜ ଘରେ ଗମେଶ ପୂଜା କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ତାଙ୍କୁ ପିଚ୍ ରଙ୍ଗର ଶାଢୀରେ ପାରମ୍ପରିକ ଲୁକରେ ଦେଖିବାକୁ ମିଳିଛି। ଏବଂ ସେ କ୍ୟାପସନରେ ଲେଖିଛନ୍ତି, ବାପ୍ପା ସମସ୍ତଙ୍କ ବାଧାବିଘ୍ନ ଦୂର କରି ସମସ୍ତଙ୍କ ଜୀବନ ପଥକୁ ଆଲୋକିତ କରନ୍ତୁ। ଏବଂ ଜ୍ଞାନ ସହ ଆମ ହୃଦୟରେ ସକାରାତ୍ମକତା ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ କରନ୍ତୁ।

ସେହିପରି ଅଭିନେତ୍ରୀ ତଥା ନିର୍ମାତା ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ନିଜ ଘରେ ଧୁମଧାମରେ ଗଣେଶ ପୂଜା ପାଳନ କରିଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଏହାର ଝଲକ ଦେଖାଇଛନ୍ତି। ସେ ନିଜ ଝିଅମାନଙ୍କ ପୂଜା ଜୋରଦାର ସେଲିବ୍ରେଟ କରିଛନ୍ତି। ସେପଟେ ଦିବ୍ୟା ମହାନ୍ତି ଗଣେଶ ପୂଜାର ଏକ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଗଣେଶ ଚତୁର୍ଥୀର ଶୁଭକାମନା ଜଣାଇଛନ୍ତି। ଅଭିନେତ୍ରୀ ଭୂମିକା ଦାଶ ଏବଂ ଶିବାନୀ ସଙ୍ଗିତା ନିଜର ଏକ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଛନ୍ତି।

ଏହା ମଧ୍ୟ ପଢନ୍ତୁ:ଓଡ଼ିଶାରେ ଜମିବ ଗଣେଶ ପୂଜାର ମାହୋଲ, ପରଦାକୁ ଆସୁଛି ୩ଟି ଓଡ଼ିଆ ଫିଲ୍ମ

ସୂଚନା ଥାଉ କି, ପୂଜା ଆସର ସହ ମନୋରଞ୍ଜନ ଦୃଷ୍ଟିରୁ ଓଡିଶାରେ ରିଲିଜ ହେଉଛି 3ଟି ଓଡ଼ିଆ ଫିଲ୍ମ। ଆଜି ସବ୍ୟସାଚୀ ମିଶ୍ରଙ୍କ ଫିଲ୍ମ ପୁଷ୍କରା ରିଲିଜ ହୋଇଥିବା ବେଳେ ଆସନ୍ତା ୨୨ ତାରିଖରେ ପ୍ରତିଶୋଧ ଓ ଶଙ୍କର ମୁକ୍ତିଲାଭ କରିବ। ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ 'ପ୍ରତିଶୋଧ' ଏବଂ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଶଙ୍କର ରିଲିଜ ହେବ।

ABOUT THE AUTHOR

...view details