ଓଡିଶା

odisha

ETV Bharat / entertainment

Holi 2023: ଫ୍ୟାନ୍ସକୁ `ହୋଲି' ୱିସ୍ କଲେ ଓଲିଉଡ ତାରକା

ସୋସିଆଲ ମିଡିଆରେ ଫଟୋ ସେୟାର କରି ପ୍ରଂଶସକଙ୍କୁ `ହୋଲି' ଶୁଭକାମନା ଜଣାଇଛନ୍ତି ଓଲିଉଡ ଅଭିନେତା ଓ ଅଭିନେତ୍ରୀ । ଅଧିକ ପଢ଼ନ୍ତୁ

By

Published : Mar 8, 2023, 11:53 AM IST

Updated : Mar 8, 2023, 12:10 PM IST

ଫ୍ୟାନ୍ସକୁ `ହୋଲି' ୱିସ୍ କଲେ ଅନେକ ଓଲିଉଡ ତାରକା
ଫ୍ୟାନ୍ସକୁ `ହୋଲି' ୱିସ୍ କଲେ ଅନେକ ଓଲିଉଡ ତାରକା

ହାଇଦ୍ରାବାଦ: ସାରା ଦେଶରେ ଆଜି ହୋଲିର ଉତ୍ସାହ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଓଲିଉଡ ଜଗତରେ ଏକ ଭିନ୍ନ କ୍ରେଜ୍ ଦେଖିବାକୁ ମିଳିଛି । ଓଲିଉଡ ତାରକାମାନେ ହୋଲିର ଖୁବ ମଜା ନେଇଥିବା ବେଳେ ଫ୍ୟାନ୍ସଙ୍କୁ ମଧ୍ୟ ହୋଲିର ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି । ଏହାକୁ ଦେଖି ଫ୍ୟାନ୍ସମାନେ ମଧ୍ୟ ଲାଇକ କରିବା ସହ ହାପି ହୋଲି ୱିସ କରିଛନ୍ତି ।

ଓଲିଉଡ ସୁନ୍ଦରୀ ତଥା ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନିଜ ଫ୍ୟାନ୍ସଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି । ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ବାପାଙ୍କ ସହ ଏକ ଫଟୋ ସେୟାରି କ୍ୟାପସନରେ ଲେଖିଛନ୍ତି, ବାପା ଏବଂ ମୋ ତରଫରୁ ହୋଲିର ଅଭିନନ୍ଦନ। ଏହି ପୋଷ୍ଟକୁ ଅନେକ ଫ୍ୟାନ୍ସ ଲାଇକ କରିବା ସହ ଅଭିନେତ୍ରୀଙ୍କୁ ମଧ୍ୟ ହୋଲି ୱିସ୍‌ କରିଛନ୍ତି । ଅଭିନେତା ସବ୍ୟସାଚୀ ମିଶ୍ର ମଧ୍ୟ ଏକ ଭିଡିଓ ସେୟାର କରି ହୋଲି ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ଅଭିନେତ୍ରୀ ଏଲିନା ସାମନ୍ତରାୟ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ଏବଂ ଏକ ଭିଡିଓ ମଧ୍ୟ ସେୟାର କରି ଫ୍ୟାନ୍ସଙ୍କୁ ହୋଲି ଶୁଭକାମନା ଜଣାଇଛନ୍ତି । ଭିଡିଓରେ ଏଲିନାଙ୍କୁ ୟେଲୋ ଏବଂ ୱାଇଟ ସାଲୱାର ସୁଟରେ ଦେଖିବାକୁ ମିଳିଛି । ସେ ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ହୋଲିର ରଙ୍ଗରେ ସହ ସବୁ ରଙ୍ଗର ହାର୍ଟ ଇମୋଜି ଦେଇଛନ୍ତି । ଏବଂ ଇନଷ୍ଟା ଷ୍ଚୋରୀରେ ମଧ୍ୟ ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ମୁହଁରେ ରଙ୍ଗ ଖେଳିଥିବା ନଜର ଆସିଛନ୍ତି ।

ଅଭିନେତ୍ରୀ ରିୟା ମଧ୍ୟ ଏକ ଭିଡିଓ ଫୋଷ୍ଟ କରି ଫ୍ୟାନ୍ସଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି । ଯେଉଁଥିରେ ଆକାଶିଆ ନୀଳ ରଙ୍ଗର ଆଉଟଫିଟ୍‌ରେ ନଜର ଆସିବା ସହ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ତେବେ ସେ ନିକଟରେ ବିବାହ କରିଥିବା ବେଳେ ବିବାହ ପରେ ଏହା ତାଙ୍କର ପ୍ରଥମ ହୋଲି ଅଟେ ।

ସେହିପରି ବିବାହିତା ଅଭିନେତ୍ରୀ ଲିପ୍ସା ମିଶ୍ର ମଧ୍ୟ ନିଜ ସ୍ବାମୀ ଓ ଶଶୁର ଘର ପରିବାର ସହ ହୋଲି ଖେଳିବା ସହ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ବର୍ଷ ଫେବୃୟାରୀ 27ରେ ବ୍ୟବସାୟୀ ଆକାଶ ଆଚାର୍ଯ୍ୟଙ୍କ ବିବାହ କରିଥିଲେ। ତେବେ ବିବାହ ପରେ ତାଙ୍କର ଏହା ପ୍ରଥମ ହୋଲି ଅଟୋ ।

ଅଭିନେତ୍ରୀ ଶିତଲ ପାତ୍ର ନିଜ ଇନଷ୍ଟା ଷ୍ଟୋରୀରେ ବୃନ୍ଦାବନର ଏକ ହୋଲି ଭିଡିଓ ସେୟାର କରି ହାପି ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ମଧ୍ୟ ଏହାକୁ ଲାଇକ କରିବା ସହ ସିତଲଙ୍କ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି ।

ଅଭିନେତ୍ରୀ ତମନ୍ନା ବ୍ୟାସ ନିଜ ଇନଷ୍ଟା ଷ୍ଟୋରୀରେ ନିଜର ଏକ ଫଟୋ ସେୟାର କରି ପ୍ରଶଂସକଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଅଭିନେତ୍ରୀ ଅନୁ ଚୌଧୁରୀ ମଧ୍ୟ ନିଜ ସାଙ୍ଗମାନଙ୍କ ସହ ହୋଲିର 3ଟି ଫଟୋ କୋଲାଜ କରି ନିଜ ଇନଷ୍ଟା ଷ୍ଟୋରୀରେ ସେୟାର କରି ହୋଲି ଶୁଭେଚ୍ଛା ଜଣାଇଛନ୍ତି ।

ଅନ୍ୟପଟେ ଓଲିଉଡ ସୁପରଷ୍ଟାର ବାବୁସାନ ମଧ୍ୟ ନିଜ ଏକ ପୋଷ୍ଟର ସେୟାର କରି ହୋଲିର ଅଭିନନ୍ଦନ ଜଣାଇଛନ୍ତି । ଯାହା ତାଙ୍କ ଆଗାମୀ ପ୍ୟାନ ଇଣ୍ଡିଆ ଫିଲ୍ମର ଏକ ଝଲକ ଦେଖିବାକୁ ମିଳିଛି । ସେ ଏହି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଏ ଦୁନିଆ ଭାରି ସ୍ୱାର୍ଥପର, ଏଇଠି କେହି ନୁହେ କାହାର । ଏହା ସହ ସମସ୍ତଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏହି ଫିଲ୍ମର ନାଁ ଘୋଷଣା କରିନଥିବା ବେଳେ ଏହା ଦଶହରାରେ ରିଲିଜ କରିବ ବୋଲି ଜଣାପଡିଛି ।

ସେହିପରି ଓଲିଉଡ ଅଭିନେତା ତଥା ଉପସ୍ଥାପକ ପୁପିନ୍ଦର ସିଂ ସମସ୍ତଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ ଇନଷ୍ଟାରେ ରଙ୍ଗରେ ଖେଳି ଏକ ରିଲ୍‌ ସେୟାର କରିଛନ୍ତି । ଯାହାକୁ ଅନେକ ଫ୍ୟାନ୍ସ ଲାଇକ କରିବା ସହ ଅଭିନେତାଙ୍କୁ ମଧ୍ୟ ହୋଲି ୱିସ୍‌ କରିଛନ୍ତି ।

ସେପଟେ ଅଭିନେତ୍ରୀ ତଥା ଲୋକପ୍ରିୟ ଉପସ୍ଥାପିକା ଏଲି ପାଢୀ ମଧ୍ୟ ହୋଲି ଶୁଭେଚ୍ଛା ଜଣାଇଛନ୍ତି । ସେ ଏକ କମଳା ରଙ୍ଗର ସାଲୱାରରେ ନଜର ଆସିଥିବା ବେଳେ ହୋଲିର ଏକ ଗୀତରେ ରିଲ କରି ଫ୍ୟାନ୍ସକୁ ହୋଲି ଅଭିନନ୍ଦନ ଜଣାଇଛନ୍ତି ।

Last Updated : Mar 8, 2023, 12:10 PM IST

ABOUT THE AUTHOR

...view details