ଓଡିଶା

odisha

ETV Bharat / entertainment

‘ମୁଁ ଷ୍ଟାର କିଡ୍‌ ନୁହେଁ’: ଏମିତି କାହିଁକି କହିଲେ ଇରଫାନ ଖାନଙ୍କ ପୁଅ, ଜାଣନ୍ତୁ - Babil Khan

ମୁଁ ଜଣେ ସାଧାରଣ ଷ୍ଟାର କିଡ ନୁହେଁ । ଏମିତି କହି ଏବେ ବେଶ ଚର୍ଚ୍ଚାରେ ସ୍ବର୍ଗତ ଅଭିନେତା ଇରଫାନ ଖାନଙ୍କ ପୁଅ । ଅଧିକ ପଢନ୍ତୁ

ମୁଁ ଜଣେ ସାଧାରଣ ଷ୍ଟାର କିଡ ନୁହେଁ
ମୁଁ ଜଣେ ସାଧାରଣ ଷ୍ଟାର କିଡ ନୁହେଁ

By ETV Bharat Odisha Team

Published : Sep 11, 2023, 6:37 AM IST

ହାଇଦ୍ରାବାଦ: ସ୍ବର୍ଗତ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲ ଖାନ ନିଜ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ସେ ତାଙ୍କ ଚଳଚ୍ଚିତ୍ର ଫ୍ରାଇଡେ ନାଇଟ୍ ପ୍ଲାନର ପ୍ରମୋଶନରେ ସମୟରେ ଦେଇଥିବା ଏକ ଇଣ୍ଟଭ୍ୟୁ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ବିଭିନ୍ନ ସୋସିଆଲ ମିଡିଆ ସାଇଟରେ ଏହା ଟ୍ରେଣ୍ଡ କରିବାରେ ଲାଗିଛି । ବାବିଲ ନିଜ ଇଣ୍ଟରଭ୍ୟୁରେ କହିଛନ୍ତି, ‘‘ମୁଁ ଜଣେ ସାଧାରଣ ଷ୍ଟାର କିଡ ନୁହେଁ । ମୋ ବାପା ବଲିଉଡରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ସବୁଠି କାମ କରି ନିଜ ନିଖୁଣ ଅଭିନୟ ପାଇଁ ପ୍ରଂଶସିତ । ମାତ୍ର ବଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କୁ “ଷ୍ଟାର” ଭାବରେ ବିବେଚନା କରାଯାଉନାହିଁ ।’’

ନିକଟରେ ସେ ଏକ ପ୍ରମୋସନାଲ ଇଣ୍ଟଭ୍ୟୁରେ ବାବିଲ ଖାନ କହିଛନ୍ତି, ‘‘ମୋ ପିତାଙ୍କ କ୍ୟାରିଅରକୁ ଅନୁକରଣ କରିବାକୁ ଇଚ୍ଛା ନାହିଁ । ସିନେମା ଜଗତରେ ମୁଁ ମୋ ପିତାଙ୍କ ନାଁରେ ନୁହେଁ ବରଂ ମୋର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା । ନିଜ ଅଭିନୟ ବଳରେ ମୋ ପିତାଙ୍କ ସମ୍ମାନକୁ ଫେରାଇ ଆଣିବି । ଯେତେ ଆହ୍ବାନ ଆସୁ ପଛେ ସବୁକୁ ସାମ୍ନା କରି ଶୀର୍ଷରେ ପହଞ୍ଚିବାର ପଥ ନିଜ ହାତରେ ଗଢିବି । ମୋ ପିତାଙ୍କ କଥା ମତେ ପଥ ପ୍ରଦର୍ଶନ କରିବ । ମୋ ବାପାଙ୍କ ଲେଗେସି ଠାରୁ ମୁଁ ମୋର ଏକ ଭିନ୍ନ ପରିଚୟ ସୃଷ୍ଟି କରିବି ।’’

ଏହା ମଧ୍ୟ ପଢନ୍ତୁ.. କ୍ରୀତି ସାନନଙ୍କ ଭଉଣୀଙ୍କ ନୁପୁର ସାନନଙ୍କ ସହ ସ୍କ୍ରୀନ ସେୟାର କରିବେ ପ୍ରଭାସ, ଭଗବାନ ଶିବଙ୍କ ରୂପରେ ନଜର ଆସିବେ

ନେପୋଟିଜିମ ପ୍ରସଙ୍ଗକୁ ନେଇ ବାବିଲ କହିଥିଲେ ସେ ବଂଶାବଳୀ ଗତ ଷ୍ଟାର କିଡ ନୁହେଁ । ସେ ଗର୍ବିତ ଯୋ ସେ ଇରଫାନ ଖାନଙ୍କ ପୁଅ । ଷ୍ଟାର କିଡ ହେବାର କେତେକ ସୁବିଧା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । " ଇଣ୍ଡଷ୍ଟ୍ରିରେ ନେପୋଟିଜିମକୁ ନେଇ ସେ କହିଛନ୍ତି, ମୁଁ ଷ୍ଟାର୍ କିଡ୍ ନୁହେଁ ଇରଫାନଙ୍କ ପୁଅ । ମୋତେ ଏହି ସମ୍ମାନ ହାସଲ କରିବାକୁ ହେବ । ମୋ ବାପାଙ୍କ ନାଁ ବ୍ୟବହାର କରିବା ପୂର୍ବରୁ ତାର ପାଇଁ ଯୋଗ୍ୟ ହେବାକୁ ପଡିବ । ମତେ ଏହି ସ୍ଥାନ ପାଇବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ । ମୁଁ ପରିଶ୍ରମ କରିବାକୁ ଡରିନି । ତାଙ୍କ ପୁଅର ପରିଚୟ ଦେଇ ସମାଜରେ ନିଜ ସ୍ଥାନ ସୃଷ୍ଟି କରିବା ପାଇଁ ମୁଁ ପ୍ରସ୍ତୁତ । ବହୁତ କିଛି ଶିକ୍ଷିବାର ଅଛି । ଏହା ମୋର ସବୁଠାରୁ ବଡ ଭାଗ୍ୟ । ’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details