ଓଡିଶା

odisha

୨୦୨୩ରେ ମାଇକେଲଙ୍କୁ ବିବାହ କରିଛନ୍ତି ଇଲିଆନା ! ନିଜ ସମ୍ପର୍କ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ

By ETV Bharat Odisha Team

Published : Jan 5, 2024, 10:19 PM IST

Ileana Dcruz Opens Up On Relationship: ଇଲିଆନା ଡିକ୍ରୁଜ ପୁଅ ଜନ୍ମ ପରେ ପ୍ରଥମ ଥର ପାଇଁ ନିଜ ଫ୍ୟାମିଲି ଏବଂ ସାଥୀକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଜାଣନ୍ତୁ, ଅଭିନେତ୍ରୀ କ'ଣ କହିଛନ୍ତି ?

ମେ' ୨୩ରେ ମାଇକେଲଙ୍କୁ ବିବାହ କରିଛନ୍ତି ଇଲିଆନା! ପ୍ରଥମ ଥର ନିଜ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ
ମେ' ୨୩ରେ ମାଇକେଲଙ୍କୁ ବିବାହ କରିଛନ୍ତି ଇଲିଆନା! ପ୍ରଥମ ଥର ନିଜ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ

ହାଇଦ୍ରାବାଦ: ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଇଲିଆନା ଡି'କ୍ରୁଜ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ଇଲିଆନା ଗତ ବର୍ଷ ବିବନା ବିବାହରେ ମା'ହେବା ଖବର ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରିଥିଲା । ସେ ଅଗଷ୍ଟ ୧, ୨୦୨୩ରେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ଏବଂ ସପ୍ତାହ ପରେ ସେ ପୁଅରା ନାଁ ସହ ଝଲକ ଦେଖାଇଥିଲେ । ହେଲେ ଯେବେ ଠାରୁ ଅଭିନେତ୍ରୀଙ୍କ ପ୍ରେଗନ୍ସିଙ୍କ ଖହର ସାମ୍ନାକୁ ଆସିଥିଲା । ସେବେ ଠାରୁ ଅଭିନେତ୍ରୀଙ୍କ ସମ୍ପର୍କକୁ ନେଇ ଆଲୋଚନା ଜୋର ଧରିଥିଲା । ତେବେ ବର୍ତ୍ତମାନ ଅଭିନେତ୍ରୀ ପ୍ରଥମ ଥର ପାଇଁ ନିଜ ଫ୍ୟାମିଲି ଏବଂ ଲଭ ଲାଇଫକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ନିଜ ବିଷୟରେ ଚର୍ଚ୍ଚା ହେଉଥିବା କଥାବସ୍ତୁକୁ ପରିଚାଳନା କରିପାରିବି । ହେଲେ ନିଜ ସାଥୀଏବଂ ଫ୍ୟାମିଲି ବିଷୟରେ ନିର୍ବୋଧ କଥା ହେବାକୁ ଠିକ ମନେ କରୁନାହିଁ ।

ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି, ପ୍ରସବ ପରବର୍ତ୍ତୀ ଡିପ୍ରେସନ ବାସ୍ତବ ଅଟେ । ଏହା ପାଇଁ କେହି ମଧ୍ୟ ପ୍ରସ୍ତୁତନଥାନ୍ତି । ମୁଁ ଭାଗ୍ୟବାନ ଯେ, ମୋ ଘରେ ସପୋର୍ଟ ସିଷ୍ଟମ ଥିଲା ।ଡାକ୍ତରଙ୍କ ଟିମ ଯିଏ ମୋର ବିଶେଷ ଯତ୍ନ ନେଇଛନ୍ତି । ସେ ଆହୁରି କହିଛନ୍ତି, ମୋତେ ମନେ ଅଛି, ମୁଁ ମୋ ରୁମରେ ଥିଲି ଏବଂ କାନ୍ଦିବାକୁ ଲାଗିଥିଲି । ସେତେବେଳେ ମୋ ସାଥୀ ମୋତେ ପଚାରିଥିଲେ ଯେ, ମୁଁ କାହିଁକି କାନ୍ଦୁଛି? ମୁଁ କହିଥିଲି- ମୋ ପୁଅ ଅନ୍ୟ କୋଠରୀରେ ଶୋଇଛି ଏବଂ ମୁଁ ତାକୁ ମିସ୍ କରୁଛି ।

ଇଲିଆନା ବିବାହିତ କି ?

ମିଡିଆ ରିପୋର୍ଟ ଅନୁସାରେ, ଇଲିଆନା ମାଇକେଲଙ୍କ ସହ ମେ ୨୦୨୩ରେ ବିବାହ କରିଛନ୍ତି । ଏନେଇ ଯେତେବେଳେ ତାଙ୍କୁ ପଚରାଗଲା ଯେ, ୨୦୨୩ରେ ତୁମେ ମାଇକେଲଙ୍କୁ ବିବାହ କରିଛ କି? ଏହାର ଜବାବରେ ଇଲିଆନା କହିଛନ୍ତି, ଏପରି ଅନେକ ଗୁଜବ ଖବର ଚର୍ଚ୍ଚା ହୋଇଥିଲା । ଏଥିରେ ଟିକିଏ ରହସ୍ୟ ରହିବା ଉଚିତ । ସତ କହିବାରୁ ଗଲେ, ମୁଁ ଏବେ ଯାଏଁ ଜୀବନର ଏହି ଅଂଶ ବିଷୟରେ କେତେ କହିବା ଦରକାର, ମୁଁ ନିଷ୍ପତି ନେଇନାହିଁ । ଇଲିଆନା ଆହୁରି କହିଛନ୍ତି, ଯେତେବେଳେ ୱୋକମାନେ ତୁମ ଫିଠି ପଛରେ ତୁମ ବିଷୟରେ କଥାବାର୍ତ୍ତା କରନ୍ତି । ମୋତେ ଏହା ଭଲ ଲାଗେ ନାହିଁ । ମୁଁ ନିଜ ବିଷୟରେ କୁହାଯାଉଥିବା କଥା ହ୍ୟାଣ୍ଡେଲ କରିପାରେ, ହେଲେ ମୁଁ ମୋ ସାଥୀ କିମ୍ବା ପରିବାର ବିଷୟରେ ନିର୍ବୋଧ କଥା ହେବାକୁ ଠିକ ମନେ କରୁନାହିଁ ।

ଏହା ମଧ୍ୟ ପଢନ୍ତୁ:ମାଆ ହେବା ପରେ ପୁଣି ବୟଫ୍ରେଣ୍ଡଙ୍କ ଫଟୋ ସେୟାର କଲେ ଇଲିଆନା

ସୂଚନା ଥାଉ କି, ଇଲିଆନାଙ୍କ ସାଥୀଙ୍କ ନାମ ହେଉଛି ମାଇକେଲ୍ ଡୋଲାନ୍ । ଅଭିନେତ୍ରୀ ତାଙ୍କ ମିଷ୍ଟ୍ରିମ୍ୟାନ ତଥା ବୟଫ୍ରେଣ୍ଡଙ୍କ ସହ ଏକ ଅସ୍ପଷ୍ଟ ମୋନୋକ୍ରୋମ୍ ଫଟୋ ପୋଷ୍ଟ କରିଥିଲେ । ପରେ ସେ ନିଜ ଡିନର ଡେଟର ଫଟୋ ପୋଷ୍ଟ କରି ନିଜ ସାଥୀଙ୍କ ଚେହେରା ଦେଖାଇଥିଲେ । ଏହା ପୂର୍ବରୁ ଇଲିଆନା କ୍ୟାଟ୍ରିନା କୈଫଙ୍କ ଭାଇ ସେବାଷ୍ଟିଆନ୍ ଲୋରେଣ୍ଟ ମିସେଲଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା ହୋଇଥିଲା ।

ABOUT THE AUTHOR

...view details