ଓଡିଶା

odisha

By

Published : Jul 12, 2022, 10:33 AM IST

ETV Bharat / entertainment

Liger First Song Akdi Pakdi: ବିଜୟ ଦେବରାକୋଣ୍ଡା- ଅନନ୍ୟାଙ୍କ ଜବରଦସ୍ତ କେମେଷ୍ଟ୍ରିରେ ଫ୍ୟାନ୍ସ ଫିଦା

ବିଜୟ ଦେବରାକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଲାଇଗର୍ ର ପ୍ରଥମ ଗୀତ ଅକଡି ପକଡି ରିଲିଜ ହୋଇଛି। ଫିଲ୍ମର ଏହି ଗୀତକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ଅଧିକ ପଢନ୍ତୁ

ବିଜୟ ଦେବରାକୋଣ୍ଡା- ଅନନ୍ୟାଙ୍କ ଜବରଦସ୍ତ କେମେଷ୍ଟ୍ରିରେ ଫ୍ୟାନ୍ସ ଫିଦା
ବିଜୟ ଦେବରାକୋଣ୍ଡା- ଅନନ୍ୟାଙ୍କ ଜବରଦସ୍ତ କେମେଷ୍ଟ୍ରିରେ ଫ୍ୟାନ୍ସ ଫିଦା

ହାଇଦ୍ରାବାଦ: ସାଉଥ୍‌ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଲାଇଗର୍' (Liger) ର ପ୍ରଥମ ଗୀତ 'ଅକଡି ପକଡି' (Akdi Pakdi) ରିଲିଜ ହୋଇଛି। ଫିଲ୍ମର ଏହି ଗୀତକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ଗୀତର ଭିଡିଓ ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ୟୁଟ୍ୟୁବରେ ମୁକ୍ତିଲାଭ କରିଥିବା ଏହି ଗୀତର ଭିଡିଓ ଏପର୍ଯ୍ୟନ୍ତ 8 ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଏହାପୂର୍ବରୁ ଫିଲ୍ମର ଏହି ପ୍ରଥମ ଗୀତର ଟିଜର ଜୁଲାଇ 8 ରେ ମୁକ୍ତିଲାଭ କରିଥିଲା, ଯାହା ପରେ ଦର୍ଶକ ଏହି ଗୀତର ମୁକ୍ତିଲାଭକୁ ଅପେକ୍ଷା କରିଥିଲେ। ଏଥି ସହିତ, ପ୍ରଶଂସକମାନେ ଏହି ଗୀତର ଭିଡିଓ ଉପରେ କମେଣ୍ଟ ଦେଇ କ୍ରମାଗତ ଭାବରେ ଏହି ଗୀତର ପ୍ରଶଂସା କରୁଛନ୍ତି ।

ଚଳଚ୍ଚିତ୍ର ଲାଇଗର୍

ଏହି ଗୀତରେ କମେଣ୍ଟ ଦେଇ ଲୋକମାନେ ବିଜୟଙ୍କର ମଧ୍ୟ ଘୋର୍‌ ପ୍ରଶଂସା କରୁଛନ୍ତି। ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ସୁପରହିଟ୍ ବୋଲି କହୁଛନ୍ତି । ଜଣେ ୟୁଜର ଉପରେ କମେଣ୍ଟ ଦେଇ ଲେଖିଛନ୍ତି, 'ବିଜୟ ଦେବରାକୋଣ୍ଡା ଜଣେ ଦକ୍ଷ ଏବଂ ଦୟାଳୁ ମଧ୍ୟ । ଏଥି ସହିତ ଅନ୍ୟ ଜଣେ ଲେଖିଛନ୍ତି,' ଏହି ଚଳଚ୍ଚିତ୍ର ସବୁଠୁ ହିଟ୍‌ ହେବ।

ଫିଲ୍ମର ପ୍ରଥମ ଗୀତରେ ବିଜୟ ଏବଂ ଅନନ୍ୟାଙ୍କ କେମେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳୁଛି । ଏହି ଯୋଡିଙ୍କୁ ଦର୍ଶକ ମଧ୍ୟ ବହୁତ ପସନ୍ଦ କରିଛନ୍ତି । 'ଅକଡି ପକଡି' ଗୀତର ଲିରିକ୍ସ ଏବଂ ମ୍ୟୁଜିକ୍ ବହୁତ ଜବରଦସ୍ତ ହୋଇଛି । ଏହି ଗୀତଟିକୁ ଲିଜୋ ଜର୍ଜ-ଡିଜେ ଚେତସ ରଚନା କରିଥିବାବେଳେ ଗୀତଗୁଡ଼ିକ ମୋହସିନ୍ ଶେଖ ଏବଂ ଅଜିମ ଦୟାନୀଙ୍କ ଦ୍ୱାରା ହୋଇଛି। ଏହି ଗୀତକୁ ଦେବ ନେଗି, ପବନି ପାଣ୍ଡେ ଏବଂ ଲିଜୋ ଜର୍ଜ ଗାଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details