ହାଇଦ୍ରାବାଦ:ହିନ୍ଦୀ ସିନେମାର ଦିଗ୍ଗଜ ଅଭିନେତା ଋଷି କପୁରଙ୍କ ଆଜି (ଏପ୍ରିଲ 30) ଦ୍ୱିତୀୟ ମୃତ୍ୟୁ ବାର୍ଷିକୀ Rishi Kapoor second Death Anniversary)। କ୍ୟାନ୍ସରରେ ପୀଡିତ ଋଷି 67 ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ଆମେରିକାରେ ଚିକିତ୍ସିତ ହେଉଥିବାବେଳେ ହଠାତ୍ ଋଷିଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । କେହି ବିଶ୍ୱାସ କରିନଥିଲେ ଯେ ଋଷି କପୁର ଏତେ ଶୀଘ୍ର ଦୁନିଆରୁ ବିଦାୟ ନେବେ ବୋଲି । ଋଷି କପୁରଙ୍କ ଦେହାନ୍ତରେ ପୂରା ପରିବାର ଦୁଃଖରେ ଭାଙ୍ଗି ପଡିଥିଲେ । ଏଭଳି ପରିସ୍ଥିତିରେ ଋଷିଙ୍କ ପତ୍ନୀ ନୀତୁ କପୁର ନିଜକୁ କିପରି ସମ୍ଭାଳିଥିବେ ଏହା କେବଳ ତାଙ୍କ ହୃଦୟ ଜାଣିଥିବ ।
ଆଜି ଭଳି ଦିନରେ ନୀତୁ କପୁର ତାଙ୍କ ସ୍ୱାମୀଙ୍କୁ ମନେ ପକାଇ ଭାବପ୍ରବଣ ହୋଇପଡିଛନ୍ତି । ଋଷିଙ୍କୁ ମନେ ପକାଇ କାନ୍ଦୁଥିବାର ଏକ ଶୋ’ (Dance Deewane Juniors) ରେ ଦେଖିବାକୁ ମିଳିଛି । ଏହି ଶୋ’ରେ ନୀତୁ କପୁର, ମୋନି ରୟ ଏବଂ ନୋରା ଫତେହି ବିଚାରକ ଅଛନ୍ତି । ଏହି ପରିପ୍ରେକ୍ଷୀରେ, ଅଭିନେତ୍ରୀ ଏକ ଭାବପ୍ରବଣ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି । ନୀତୁ ତାଙ୍କ ପୋଷ୍ଟରେ ଲେଖିଛନ୍ତି, 'ଋଷି ଜୀ ଆମକୁ ଛାଡିବାର ଦୁଇ ବର୍ଷ ବିତିଗଲାଣି ... 45 ବର୍ଷର ସାଥୀକୁ ହରାଇବା କଷ୍ଟସାଧ୍ୟ ଏବଂ ଯନ୍ତ୍ରଣାଦାୟକ ଥିଲା, ସେହି ସମୟରେ ମୋର ମନ ବା ହୃଦୟକୁ ସୁସ୍ଥ କରିବାର ଏକମାତ୍ର ଉପାୟ ଥିଲା କି ମୁଁ ନିଜକୁ ମାନସିକ ସ୍ତରରେ ବ୍ୟସ୍ତ ରଖେ । .. ଚଳଚ୍ଚିତ୍ର ଏବଂ ଟେଲିଭିଜନ ମୋତେ ସମ୍ଭାଳିଲା, ଋଷି ଜୀ ତୁମେ ସବୁବେଳେ ସ୍ମରଣୀୟ ହୋଇ ରହିବ, ତୁମେ ସବୁବେଳେ ସମସ୍ତଙ୍କ ହୃଦୟରେ ରହିବ ।'