ଓଡିଶା

odisha

ETV Bharat / entertainment

ସରୋଗେସି ବିବାଦରେ ବଡ ଖୁଲାସା: ୬ ବର୍ଷ ପୂର୍ବରୁ ବିବାହ କରିଥିଲେ ନୟନତାରା-ବିଗ୍ନେଶ - ନୟନତାରା ବିଗ୍ନେଶ ସରୋଗେସି ବିବାଦ

ନୟନତାରା ଏବଂ ବିଗ୍ନେଶ ଶିବନଙ୍କ ସରୋଗେସି ବିବାଦକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି, ଯେଉଁଥିରେ କୁହାଯାଇଛି ଯେ ଏହି ଦମ୍ପତି 6 ବର୍ଷ ପୂର୍ବେ ବିବାହ କରିଥିଲେ । ଅଧିକ ପଢନ୍ତୁ

୬ ବର୍ଷ ପୂର୍ବରୁ ବିବାହ କରିଥିଲେ ନୟନତାରା-ବିଗ୍ନେଶ
୬ ବର୍ଷ ପୂର୍ବରୁ ବିବାହ କରିଥିଲେ ନୟନତାରା-ବିଗ୍ନେଶ

By

Published : Oct 17, 2022, 9:52 PM IST

ହାଇଦ୍ରାବାଦ: ସାଉଥ୍ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଦମ୍ପତି ନୟନତାରା ଏବଂ ବିଗ୍ନେଶ ଶିବନ ନିକଟରେ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବିବାହର ୪ ମାସ ପରେ ଦୁହେଁ ସରୋଗେସି ମାଧ୍ୟମରେ ଯାଆଁଳା ସନ୍ତାନର ପିତାମାତା ହୋଇଥିଲେ। ଯାହା ପରେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହୋଇଥିଲା ଏବଂ ଉଭୟଙ୍କୁ ଖୁବ୍ ଟ୍ରୋଲ୍ କରାଯାଇଥିଲା। ଅନେକ ଲୋକେ ନୟନତାରାଙ୍କ ମାଆ ହେବାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହାପରେ ନୟନତାରା ଏବଂ ବିଗ୍ନେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ଆଲୋଚନା କରିଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗରେ ନୂଆ ମାମଲା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ ସୁବ୍ରମଣ୍ୟମ୍ ନୟନତାରା ଏବଂ ବିଗ୍ନେଶଙ୍କ ପିତାମାତା ହେବା ଉପରେ ପ୍ରଶ୍ନ ଉଠାଇଥିଲେ। ସରୋଗେସି ନିୟମକୁ ନୟନତାରା ଓ ବିଗ୍ନେଶ ଉଲ୍ଲଙ୍ଘନ କରିଛନ୍ତି ନା ନାହିଁ ତାହା ଜାଣିବା ପାଇଁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଦମ୍ପତି ତାମିଲନାଡୁର ସ୍ୱାସ୍ଥ୍ୟ ବିଭାଗକୁ ଏକ ଆଫିଡେଭିଟ୍ ଦାଖଲ କରିଥିବା ଜଣାଯାଇଛି। ଏହି ଆଫିଡେଭିଟ୍‌ରେ ସେମାନଙ୍କ ବିବାହର ସତ୍ୟତା ସାମ୍ନାକୁ ଆସିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଭୟ ୬ବର୍ଷ ପୂର୍ବେ ସେମାନଙ୍କ ବିବାହ ପଞ୍ଜିକରଣ କରିଥିଲେ। ଦମ୍ପତି ସେମାନଙ୍କ ବିବାହ ଦସ୍ତାବିଜ ମଧ୍ୟ ଦାଖଲ କରିଛନ୍ତି। ଏଥିସହ ସରୋଗେସି ଜରିଆରେ ଛୁଆଙ୍କୁ ଜନ୍ମ ଦେଇଥିବା ମହିଳା ନୟନତାରାଙ୍କ ଜଣେ ସମ୍ପର୍କୀୟ ବୋଲି ରିପୋର୍ଟରେ କୁହାଯାଇଛି।

ଏହା ବି ପଢନ୍ତୁ: Wedding Pic: ସାମ୍ନାକୁ ଆସିଲା ନୟନତାରା ଓ ବିଘ୍ନେଶଙ୍କ ବିବାହ ଫଟୋ

ଖବର ଅନୁଯାୟୀ, ସରୋଗେସି ଆକ୍ଟ ୨୦୨୧ ଅନୁଯାୟୀ, ଯେଉଁ ଦମ୍ପତି ସରୋଗେସି ମାଧ୍ୟମରେ ପିତାମାତା ହେବାକୁ ଚାହାଁନ୍ତି, ସେମାନଙ୍କ ବିବାହକୁ ପାଞ୍ଚ କିମ୍ବା ଅଧିକ ବର୍ଷ ହେବା ଆବଶ୍ୟକ ଏବଂ ସରୋଗେଟ୍ ମଦର ନିଶ୍ଚିତ ଅଭିଭାବକଙ୍କ ନିକଟ ସମ୍ପର୍କୀୟ ହେବା ଆବଶ୍ୟକ। ତେବେ ନୟନତାରା ଏବଂ ବିଗ୍ନେଶ ଶିବନ କହିଛନ୍ତି ଯେ ସେମାନେ ଏହି ସମସ୍ତ ନିୟମ ଏବଂ ପ୍ରକ୍ରିୟାକୁ ପାଳନ କରିଛନ୍ତି। ଉଲ୍ଲେଖନୀୟ ଯେ, ଏହି ଦମ୍ପତ୍ତି ଚଳିତ ବର୍ଷ ଜୁନ୍ 9ରେ ବିବାହ କରିଥିଲେ । ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିଥିଲେ ।

ABOUT THE AUTHOR

...view details