ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ଏମ୍.ଏସ୍ ଧୋନି ବର୍ତ୍ତମାନ ଫିଲ୍ମ ଇଣ୍ଡ୍ରଷ୍ଟ୍ରିରେ ଏଣ୍ଟ୍ରି କରିଛନ୍ତି । ଧୋନି ନିର୍ମାତା ଭାବରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଛନ୍ତି । ଏବଂ ଧୋନିଙ୍କ ପ୍ରଡକ୍ସନ୍ ହାଉସର ପ୍ରଥମ ଚଳଚ୍ଚିତ୍ର ହେଉଛି LGM । ଆଜି ଏହାର ଟ୍ରେଲର ରିଲିଜ ହୋଇଛି । ସୋସିଆଲ ମିଡିଆରେ ଟ୍ରେଲର ରିଲିଜ ହେବା ମାତ୍ରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି ।
ଚେନ୍ନାଇର ଲୀଲା ପ୍ୟାଲେସରେ LGM ଫିଲ୍ମର ଟ୍ରେଲର ଲଞ୍ଚ କରାଯାଇଥିଲା । ଫିଲ୍ମର ଟ୍ରେଲର ଲଞ୍ଚ ସମୟରେ ଧୋନିଙ୍କ ସମେତ ତାଙ୍କ ପତ୍ନୀ ସାକ୍ଷୀ ଉପସ୍ଥିତ ରହିଥିଲେ । ଏଥିସହ ଫିଲ୍ମର ଟିମ୍ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଏହି ଚଳଚ୍ଚିତ୍ରରେ ହରିଶ କଲ୍ୟାଣ, ଇଭାନା, ନାଦିଆ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ଏକ ଲଭଷ୍ଟୋରୀ ଏବଂ ପାରିବାରିକ ମନୋରଂଜନ ଚଳଚ୍ଚିତ୍ର ।
ଏହା ମଧ୍ୟ ପଢନ୍ତୁ: ୟୁଟ୍ୟୁବରେ ଆଦିପୁରୁଷ ଲିକ, କିଛି ଘଣ୍ଟା ମଧ୍ୟରେ 2.3 ମିଲିୟନ୍ ଭିୟୁ
LGMରେ ଟ୍ରେଲର ବିଷୟରେ କହିବାକୁ ଗଲେ, 2 ମିନିଟ୍ 18 ସେକେଣ୍ଡର ଟ୍ରେଲର ଭିଡିଓରେ ଉଭୟ ଲଭ୍ କପଲଙ୍କୁ ଦେଖିବାକୁ ମିଳିବ । ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନିଅନ୍ତି, କିନ୍ତୁ ଇଭାନାଙ୍କୁ ତାଙ୍କ ଭାବିସ୍ବାମୀଙ୍କ ମା'ଙ୍କ ସହ ରହିବାକୁ ପଡିବ, ସେ ତାଙ୍କ ଭାବିସ୍ବାମୀଙ୍କ ପିତାମାତାଙ୍କ ସହ ବାହାରକୁ ଯିବାକୁ ଯୋଜନା କରିଛନ୍ତି, ଯାହାଦ୍ବାରା ସେମାନେ ପରସ୍ପରକୁ ଭଲ ଭାବରେ ଜାଣିପାରିବେ । କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଯାତ୍ରା ସମୟରେ ଇଭାନା ଏବଂ ତାଙ୍କ ଶାଶୁଙ୍କୁ ଅପହରଣ କରାଯାଇଛି । ବର୍ତ୍ତମାନ ସେ କିପରି ନିଜକୁ ବଞ୍ଚାଇ ପାରିବେ ଏବଂ ପରିବାର ସଦସ୍ୟ ସେମାନଙ୍କୁ କିପରି ପାଇବେ । ତାହା ଫିଲ୍ମ ଦେଖିଲେ ଜାଣିପାରିବେ।