ହାଇଦ୍ରାବାଦ:73 ତମ ବର୍ଷରେ ପାଦ ଥାପିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବିଶେଷ ଅବସରରେ ରାଜନୈତିକ ନେତାଙ୍କ ସହ ବଲିଉଡ ଅଭିନେତାମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିକୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି ଅନେକ ବଲିଉଡ ସେଲିବ୍ରିଟି । ଅନୁପମ ଖେରଙ୍କୁ ଠାରୁ ଆରମ୍ଭ କରି କଙ୍ଗନା ରାଣାୱତ ପିଏମ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ଅନୁପମ ଖେର ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି, ନରେନ୍ଦ୍ର ମୋଦି ଜୀ । ଆପଣଙ୍କୁ ଜନ୍ମଦିନର ଅଭିନନ୍ଦନ। ଭଗବାନ ଆପଣଙ୍କୁ ଏକ ଦୀର୍ଘ ଏବଂ ସୁସ୍ଥ ଜୀବନ ଦିଅନ୍ତୁ । ଆଗାମୀ ବର୍ଷ ପାଇଁ ସମାନ ନିଷ୍ଠା ଏବଂ କଠିନ ପରିଶ୍ରମ ସହ ଆପଣ ଆମ ଭାରତର ନେତୃତ୍ୱ ଜାରି ରଖନ୍ତୁ । ଗତ 9 ବର୍ଷ ମଧ୍ୟରେ ଆପଣ ଦେଶକୁ ଯେଉଁ ସ୍ଥାନରେ ଠିଆ କରାଇଛନ୍ତି ସେନେଇ ବିଶ୍ବର କୋଣ ଅନୁକୋଣରେ ଥିବା ସମସ୍ତ ଭାରତୀୟ ଗର୍ବ ଅନୁଭବ କରୁଛନ୍ତି । ତୁମର ଜୀବନ ଶୈଳୀ ଅତ୍ୟନ୍ତ ପ୍ରେରଣାଦାୟକ । ମୋର ମା' ଆପଣଙ୍କୁ ସାଧୁଜୀ ବୋଲି ଡାକନ୍ତି ସେ ମଧ୍ୟ ଆପଣଙ୍କୁ ସ୍ନେହପୂର୍ଣ୍ଣ ଆଶୀର୍ବାଦ ପଠାଇଛନ୍ତି । ଜୟ ହୋ । ଜନ୍ମଦିନର ଶୁଭେଚ୍ଛା ମୋଦି ଜୀ ।
ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତ୍ରୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, 'ବିଶ୍ୱର ସବୁଠାରୁ ପ୍ରିୟ ନେତା, ଜଣେ ସାଧାରଣ ବ୍ୟକ୍ତିତ୍ବଙ୍କୁ ଜନ୍ମଦିନର ଶୁଭେଚ୍ଛା, ଯିଏ ନିଜର ପରିଶ୍ରମ ଏବଂ ଦୃଢତା ଦ୍ୱାରା ସଶକ୍ତିକରଣର ଉଚ୍ଚତାରେ ପହଞ୍ଚି ନୂତନ ଭାରତର ସୃଷ୍ଟିକର୍ତ୍ତା ହୋଇଛନ୍ତି । ଆପଣ କେବଳ ଭାରତର ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନୁହଁନ୍ତି । ଆପଣଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରୁଛି ସାର୍ । ଜନ୍ମଦିନର ଶୁଭେଚ୍ଛା ମୋଦି ଜୀ ।
ଏହା ମଧ୍ୟ ପଢନ୍ତୁ:Jawan Box Office Collection: ପଠାନର ରେକର୍ଡ ଭାଙ୍ଗିଲା ଜବାନ, 700 କୋଟି କ୍ଲବରେ ଫିଲ୍ମ
ସେପଟେ ଅଭିନେତା ପରେଶ ରାୱଲ ମଧ୍ୟ ତାଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ସେ ଲେଖିଛନ୍ତି ଯେ' ନରେନ୍ଦ୍ରମୋଦି ଜୀଙ୍କୁ ଅନେକ ଶୁଭେଚ୍ଛା ଜଣାଉଛି । ଇଶ୍ବର ଆପଣଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନ ପ୍ରଦାନ କରନ୍ତୁ ।' ସେହିପରି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇ ଟ୍ୱିଟ କରି କହିଛନ୍ତି, ମୋଦି ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା, ଯିଏ ଭାରତର ଆତ୍ମବିଶ୍ୱାସକୁ ଦୃଢ କରିଛନ୍ତି । ଭାରତ ସବୁକିଛି ପାରେ ସଂସ୍କୃତିକୁ ବଦଲାଇ ଦେଇଛନ୍ତି । ବିଶ୍ୱସ୍ତରୀୟ ନେତାଙ୍କ ପରି କୋଭିଡ୍ ସଙ୍କଟକୁ ସୁଦୂର ରୂପେ ପରିଚାଳନା କରିଛନ୍ତି । ସାପ ଧରାଳି ଠାରୁ ମହାନ ଉପଲବ୍ଧି ହାସଲ କରି ଭାରତର ରୂପରେଖ ବଦଳାଇଛନ୍ତି । ସାନଦାର୍।