ଓଡିଶା

odisha

By ETV Bharat Odisha Team

Published : Oct 11, 2023, 12:40 PM IST

ETV Bharat / entertainment

Mission Raniganj vs Thank You For Coming: ଚାଲୁନି ଅକ୍ଷୟ ଏବଂ ଭୂମିଙ୍କ ଯାଦୁ, ୬ ଦିନରେ ଏତିକି କଲେକ୍ସନ

ବଲିଉଡରେ ବର୍ତ୍ତମାନ ଅନେକ ଫିଲ୍ମ ରିଲିଜ ହୋଇଥିବା ବେଳେ କଡ଼ା ଟକ୍କର ଦେଖିବାକୁ ମିଳିଛି । ତେବେ ଅକ୍ଟୋବର ୬ରେ ରିଲିଜ ହୋଇଛି ଅକ୍ଷୟ କୁମାରଙ୍କ ଫିଲ୍ମ ମିଶନ ରାନିଗଞ୍ଜ ଏବଂ ଭୂମି ପେଡ୍ନେକରଙ୍କ ଫିଲ୍ମ ଥ୍ୟାଙ୍କ ୟୁ ଫର୍ କମିଂ । ଉଭୟ ଫିଲ୍ମ ରିଲିଜର ୬ ଦିନରେ କେତେ ଆୟ କରିଛନ୍ତି ? ଜାଣନ୍ତୁ

ଚାଲୁନି ଅକ୍ଷୟ ଏବଂ ଭୂମିଙ୍କ ଯାଦୁ, ୬ ଦିନରେ ଏତିକି କଲା କଲେକ୍ସନ
ଚାଲୁନି ଅକ୍ଷୟ ଏବଂ ଭୂମିଙ୍କ ଯାଦୁ, ୬ ଦିନରେ ଏତିକି କଲା କଲେକ୍ସନ

ହାଇଦାବ୍ରାଦ: ବି-ଟାଉନରେ ବର୍ତ୍ତମାନ ଜୋରଦାର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳୁଛି । ସେଥି ମଧ୍ୟରେ ଅକ୍ଟୋବର 6 ରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ମିଶନ ରାନିଗଞ୍ଜ ଏବଂ ଭୂମି ପେଡ୍ନେକରଙ୍କ ଫିଲ୍ମ ଥ୍ୟାଙ୍କ ୟୁ ଫର୍ କମିଙ୍ଗ ଏକାସାଙ୍ଗେ ରିଲିଜ ହୋଇଛି । ଯାହା ଫଳରେ ଉଭୟ ଫିଲ୍ମ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଉଭୟ ଫିଲ୍ମର ଓପେନିଂ ଭଲ ରହିଥିବା ବେଳେ କିନ୍ତୁ ପ୍ରଥମ ସପ୍ତାହରେ ଫିଲ୍ମର ଆୟ ହ୍ରାସ ପାଇଛି ।

ଉଭୟ ଫିଲ୍ମ ରିଲିଜକୁ ୬ ଦିନ ବିତିଛି । ଅକ୍ଷୟ କୁମାରଙ୍କ ମିଶନ ରାନିଗଞ୍ଜ ରିଲିଜର ପ୍ରଥମ ଦିନ ଅର୍ଥାତ୍ ଶୁକ୍ରବାର ଦିନ ୨.୮ କୋଟି ଆୟ କରିଥିଲା । ଯାହା ପରେ ଫିଲ୍ମରେ ଆୟରେ ସାମାନ୍ୟ ବୃଦ୍ଧି ମଧ୍ୟ ଘଟିଥିଲା । ହେଲେ ବର୍ତ୍ତମାନ ୬ଷ୍ଠ ଦିନରେ ଫିଲ୍ମର ଆୟରେ ହ୍ରାସ ଘଟିଛି । ରିପୋର୍ଟ ଅନୁଯାୟୀ, ଫିଲ୍ମ ୬ଷ୍ଠ ଦିନରେ ୧.୪୩ କୋଟି(ଆନୁମାନିକ) ଆୟ କରିପାରେ । ଫଳରେ ଫିଲ୍ମର ମୋଟ ଆୟ ୧୭.୦୩ କୋଟିକୁ ବୃଦ୍ଧି ପାଇବ ।

ସେହିପରି ଦର୍ଶକଙ୍କ ଭଲ ସମୀକ୍ଷା ସତ୍ତ୍ୱେ ଏହାର ଏପନିଂ ଦିନରେ ଥ୍ୟାଙ୍କ ୟୁ ଫର କମିଙ୍ଗ ଫିଲ୍ମ 1.06 କୋଟି ଟଙ୍କା ରୋଜଗାର କରିଥିଲା । ହେଲେ ପରେ ଫିଲ୍ମର ଆୟରେ ହ୍ରାସ ଦେଖିବାକୁ ମିଳିଛି । ସାକ୍ନିଲ୍କ ରିପୋର୍ଟ କରିଥିବା ପ୍ରାରମ୍ଭିକ ଆକଳନ ଅନୁଯାୟୀ, ସେକ୍ସ-କମେଡି ଫିଲ୍ମ ୬ଷ୍ଠ ଦିନରେ 0.4 କୋଟି ଆୟ କରିପାରେ । ଏହା ସହିତ ଫିଲ୍ମର 6 ଦିନର ମୋଟ ଘରୋଇ ବକ୍ସ ଅଫିସରେ 5.62 କୋଟି ହେବ ବୋଲି ଆଶା କରାଯାଉଛି ।

ମିଶନ ରାନିଗଞ୍ଜ ଫିଲ୍ମ ବିଷୟରେ କହିବାକୁ ଗଲେ, ସ୍ୱର୍ଗତ କୋଇଲା ଖଣି ଇଞ୍ଜିନିୟର ଜସୱନ୍ତ ସିଂ ଗିଲ୍‌ଙ୍କ ଉପରେ ଆଧାରିତ ଏହି ଫିଲ୍ମ । ଯିଏ 1989 ପଶ୍ଚିମବଙ୍ଗ ବନ୍ୟା ସମୟରେ 64 ଖଣି ଶ୍ରମିକଙ୍କ ଜୀବନ ରକ୍ଷା କରିଥିଲେ । ଏହି ଫିଲ୍ମରେ ଅକ୍ଷୟଙ୍କୁ ଜସୱନ୍ତ ସିଂଙ୍କ ଭୂମିକାରେ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ସେ ପୁଣି ପରିଣୀତି ଚୋପ୍ରାଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି । ଏହି ଫିଲ୍ମଟି ବାସୁ ଭଗ୍ନାନି, ଦୀପଶିଖା ଦେଶମୁଖ, ଜ୍ୟାକି ଭଗ୍ନାନୀ, ଏବଂ ଅଜୟ କପୁରଙ୍କ ଦ୍ୱାରା ନିର୍ମିତ । ନିର୍ଦ୍ଦେଶକ ଟିନୁ ସୁରେଶ ଦେଶାଇ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:ମଧ୍ୟରାତ୍ରିରେ ଫ୍ୟାନ୍ସଙ୍କ ସହ ଜନ୍ମଦିନ ପାଳିଲେ ବିଗ୍‌ ବି, ଜଲସାରୁ ବାହାରି ଜଣାଇଲେ ଅଭିବାଦନ

ଥ୍ୟାଙ୍କ ୟୁ ଫର୍ କମିଂ ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମରେ ଭୂମିଙ୍କ ସହ ଶେହନାଜ ଗିଲ୍‌, ଡଲି ସିଂ, କୁଶା କପିଲା ଏବଂ ଶିବାନୀ ବେଦୀ, ପ୍ରଦ୍ୟୁମ୍ନ ସିଂ ମଲ୍‌, ନତାଶା ରସ୍ତୋଗୀ, ଗୌତମିକ, ସୁଶାନ୍ତ ଦିଭିକର, ସଲୋନି ଡାଇନି, ଡଲି ଆଲୁୱାଲିଆ, କରଣ କୁନ୍ଦ୍ରା ଏବଂ ଅନୀଲ କପୁର ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଏକତା କପୁର ଏବଂ ଅଭିନେତା ଅନୀଲ କପୁରଙ୍କ ଝିଅ ତଥା ଫିଲ୍ମ ନିର୍ମାତା ରିୟା କପୁର । ରିୟାଙ୍କ ସ୍ବାମୀ କରଣ ବୁଲାନି ଏହି ଫିଲ୍ମ ସହ ନିର୍ଦ୍ଦେଶନାରେ ଡେବ୍ୟୁ କରିଛନ୍ତି । ଏହି ଚଳଚ୍ଚିତ୍ରଟି ଅଭିନେତା ଅନୀଲ କପୁରଙ୍କ ପ୍ରଡକ୍ସନ୍ ହାଉସ୍ ଅନୀଲ କପୁର ଫିଲ୍ମ ଆଣ୍ଡ କମ୍ୟୁନିକେସନ୍ ନେଟୱାର୍କ ଦ୍ୱାରା ନିର୍ମିତ ହେଉଛି ।

For All Latest Updates

ABOUT THE AUTHOR

...view details