ଓଡିଶା

odisha

By

Published : Nov 10, 2022, 4:16 PM IST

ETV Bharat / entertainment

ଖୁବ୍‌ ଶୀଘ୍ର ବିବାହ କରିବେ ମଲାଇକା ଅର୍ଜୁନ୍‌ ! ଇଶାରା ଦେଲେ ଅଭିନେତ୍ରୀ

ଖୁବ୍‌ ଶୀଘ୍ର ବିବାହ କରିବେ ମଲାଇକା ଅର୍ଜୁନ୍‌ । ଏନେଇ ମଲାଇକା ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହାକୁ ସୂଚିତ କରିଛନ୍ତି । ଅଧିକ ପଢନ୍ତୁ

ଖୁବ୍‌ ଶୀଘ୍ର ବିବାହ କରିବେ ମଲାଇକା-ଅର୍ଜୁନ୍‌, ଇଶାରା ଦେଲେ ଅଭିନେତ୍ରୀ
ଖୁବ୍‌ ଶୀଘ୍ର ବିବାହ କରିବେ ମଲାଇକା-ଅର୍ଜୁନ୍‌, ଇଶାରା ଦେଲେ ଅଭିନେତ୍ରୀ

ମୁମ୍ଵାଇ: ବାଜିବ କି ସାହାନାଇ । ପଡିବ କି ବଲିଉଡ ଡିଭା ମଲାଇକା ଆରୋରାଙ୍କ ହାତଗଣ୍ଠି ? ସମସ୍ତେ ବର୍ତ୍ତମାନ ଏହି ପ୍ରଶ୍ନ ପଚାରୁଛନ୍ତି । ଏହାର କାରଣ ହେଉଛି ମଲାଇକା ଆରୋରାଙ୍କର ଲାଟେଷ୍ଟ ପୋଷ୍ଟ । ହଁ, ମଲାଇକା ନିଜ ଇନଷ୍ଟାଗ୍ରାମରେ ଏଭଳି ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ପରେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ମଲାଇକା ଆରୋରା ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ପୋଷ୍ଟ ସେୟାର କରି ଲେଖିଛନ୍ତି ଆଇ ସେଡ୍‌ ୟେସ୍‌… । ଏହି ଫଟୋରେ ମଲାଇକା ଲାଜଉଥିବାବେଳେ ବ୍ଲାକ ଟପ୍‌ରେ ନଜର ଆସିଛନ୍ତି । ମଲାଇକାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ପୋଷ୍ଟ ଆସିବା ପରେ ପ୍ରଶଂସକମାନେ ମଲାଇକାଙ୍କୁ ପଚାରୁଛନ୍ତି କି ସେ ବିବାହକୁ ହଁ କହିଛନ୍ତି କି ? ଅନେକ ୟୁଜର ମଲାଇକାଙ୍କ ପୋଷ୍ଟରେ ଚକିତ ପ୍ରତିକ୍ରିୟା ଦେଉଛନ୍ତି । ଏଥି ସହିତ ଅନେକ ପ୍ରଶଂସକ ମଧ୍ୟ ତାଙ୍କୁ ଆଗରୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି ।

ଏବେ ମଲାଇକା ଆରୋରା ଅର୍ଜୁନ କପୁରଙ୍କ କନିଆ ହେବାକୁ ଯାଉଛନ୍ତି କି ନାହିଁ, କେବଳ ସେ ହିଁ କହିପାରିବେ । କିନ୍ତୁ ତାଙ୍କର ଏହି ପୋଷ୍ଟ ନିଶ୍ଚିତ ଭାବରେ ପ୍ରଶଂସକଙ୍କ ହୃଦସ୍ପନ୍ଦନକୁ ବଢାଇ ଦେଇଛି । କିଛି ପ୍ରଶଂସକ ମଲାଇକା ଏବଂ ଅର୍ଜୁନ କପୁରଙ୍କ ବିବାହର ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି । କିନ୍ତୁ ଏକ ସୁତ୍ର ମୁତାବିକ ଏମିତି ଖବର ସାମ୍ନାକୁ ଆସିଛି କି ମଲାଇକା ବିବାହ କରୁନାହାଁନ୍ତି, ବରଂ ଏହା ଏକ ପ୍ରମୋସନାଲ ପୋଷ୍ଟ ।

ମଲାଇକା ଆରୋରା ଅର୍ଜୁନ କପୁରଙ୍କୁ ଦୀର୍ଘ ଦିନ ଧରି ଡେଟ କରୁଛନ୍ତି । ଉଭୟଙ୍କ ରୋମାଣ୍ଟିକ୍ ଜୀବନ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଅର୍ଜୁନ ଏବଂ ମଲାଇକା ପରସ୍ପର ଉପରେ ପ୍ରେମ ବର୍ଷା କରିବାର କୌଣସି ସୁଯୋଗ ଛାଡନ୍ତି ନାହିଁ । ଛୁଟି ଠାରୁ ବି-ଟାଉନ୍ ପାର୍ଟି ପର୍ଯ୍ୟନ୍ତ ସେମାନେ ପରସ୍ପରର ହାତ ଧରିଥିବାର ଦେଖାଯାଏ । ମଲାଇକା ଏବଂ ଅର୍ଜୁନଙ୍କ ସିଜଲିଂ କେମେଷ୍ଟ୍ରି ପ୍ରଶଂସକଙ୍କୁ କପଲ ଗୋଲ୍ସ ଦେଇଥାଏ ।

ଯେହେତୁ ଦୁହେଁ ନିଜ ପ୍ରେମକୁ ଅଫିସିଆଲ୍ କରିସାରିଛନ୍ତି, ପ୍ରଶଂସକମାନେ ଉତ୍ସାହର ସହିତ ସେମାନଙ୍କ ବିବାହକୁ ଅପେକ୍ଷା କରିଛନ୍ତି । ମଲାଇକା ଏବଂ ଅର୍ଜୁନ ବିବାହ କରି କେବେ ନିଜ ସମ୍ପର୍କକୁ ନୂଆ ନାମ ଦେବେ ସେ ବିଷୟରେ କୌଣସି ସୂଚନା ନାହିଁ । ଆମେ କେବଳ ଏତିକି କହିପାରିବୁ ଯେ ମଲାଇକା ଏବଂ ଅର୍ଜୁନ ସର୍ବଦା ପରସ୍ପର ସହିତ ଖୁସିରେ ରୁହନ୍ତୁ ଏବଂ ଉଭୟଙ୍କ ମଧ୍ୟରେ ସର୍ବଦା ଭଲପାଇବା ଏବଂ ରୋମାନ୍ସ ଭରି ରହୁ ।

ABOUT THE AUTHOR

...view details