ଚେନ୍ନାଇ: ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଜୟପ୍ରଦାଙ୍କ ନାଁରେ କର୍ମଚାରୀଙ୍କୁ ରାଜ୍ୟ ବୀମା ଅର୍ଥ ପ୍ରଦାନରେ ହେରଫେର ଅଭିଯୋଗ ମାମଲାରେ ମାଡ୍ରାସ ହାଇକୋର୍ଟଙ୍କ ଶୁଣାଣି । ନିମ୍ନ ଅଦାଲତ ଦ୍ୱାରା ଧାର୍ଯ୍ୟ ୬ମାସର ଜେଲ ଦଣ୍ଡାଦେଶକୁ କାଏମ ରଖିଲେ ମାଡ୍ରାସ ହାଇକୋର୍ଟ ଜଷ୍ଟିସ ଜୟଚନ୍ଦ୍ରନ । ଏଥିସହ ଜୟପ୍ରଦାଙ୍କୁ 15 ଦିନ ମଧ୍ୟରେ ସଂପୃକ୍ତ ଏଗମୋର କୋର୍ଟରେ ଆତ୍ମସମର୍ପଣ କରିବା ସହ 20 ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଜୟପ୍ରଦା ଏଗମୋର କୋର୍ଟଙ୍କ ଆଦେଶ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ । ଏହି ମାମଲାରେ ଜୟପ୍ରଦା ଏଗମୋର କୋର୍ଟଙ୍କ ଆଦେଶ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ । ଶୁକ୍ରବାର ଦିନ(ଆଜି) ଅର୍ଥାତ୍ ଅକ୍ଟୋବର ୨୦ରେ ଜଷ୍ଟିସ ଜୟଚନ୍ଦ୍ରନ ଏହି ମାମଲାର ଶୁଣାଣି କରିଛନ୍ତି । ଏହି ସମୟରେ ESI ପକ୍ଷରୁ ହାଜର ହୋଇଥିବା ଓକିଲ କହିଥିଲେ ଯେ ମାମଲା ଏଥିପାଇଁ ଦାୟର କରାଯାଇଥିଲା ଯେ, ଶ୍ରିମକମାନଙ୍କୁ ବାରମ୍ବାର ନୋଟିସ ପରେ ବି ଟଙ୍କା ଦେଇ ନ ଥିଲେ ।
ସେପଟେ ଜୟପ୍ରଦାଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ କହିଛନ୍ତି, 'ଶ୍ରମିକମାନେ କାହିଁକି ଟଙ୍କା ଦେଇନାହାଁନ୍ତି ତେବେ ESI କାହିଁକି ଏହି କଥାର କୌଣସି ସ୍ପଷ୍ଟୀକରଣ ଦେଇନାହିଁ । କୌଣସି ନୋଟିସ ନ ପଠାଇ ସିଧାସଳଖ ESI ପକ୍ଷରୁ ମାମଲା ଦାୟର କରାଯାଇଥିଲା । ତେବେ ଏହି ମାମଲାରେ, ମାଡ୍ରାସ୍ ଏଚସି ବିଚାରପତି ଏଗମୋର କୋର୍ଟଙ୍କ ୬ମାସର କାରାଦଣ୍ଡାଦେଶ ରାୟକୁ ବଳବତ୍ତର ରଖିଛନ୍ତି । ଏବଂ ଜୟପ୍ରଦା ESI କର୍ମଚାରୀଙ୍କ ଟଙ୍କା ଫେରସ୍ତ ବିଷୟରେ କିଛି ରିପୋର୍ଟ କରି ନ ଥିବାରୁ ଏହି ଆବେଦନକୁ ଖାରଜ କରିଦେଇଛନ୍ତି । ଏଥିସହ ଜୟପ୍ରଦାଙ୍କୁ 15 ଦିନ ମଧ୍ୟରେ ସଂପୃକ୍ତ ଏଗମୋର ଆର୍ବିଟ୍ରାଲ ଟ୍ରିବ୍ୟୁନାଲରେ ଆତ୍ମସମର୍ପଣ କରିବାକୁ ଏବଂ 20 ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।