ଓଡିଶା

odisha

କଚ୍ଚା ବାଦାମ ଗୀତରେ ଧକ୍‌ ଧକ୍‌ ଗର୍ଲ ମାଧୁରୀ-ରିତେଶଙ୍କ ଠୁମକା, ଭିଡିଓ ଭାଇରାଲ

By

Published : Mar 31, 2022, 12:31 PM IST

ବଲିଉଡର ଧକ୍-ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ଭାଇରାଲ୍ ଗୀତ କଚ୍ଚା ବାଦାମରେ ଡ୍ୟାନ୍ସ କରିଛନ୍ତି । ଏପରିକି ରିତେଶ ଦେଶମୁଖ ମଧ୍ୟ ମାଧୁରୀଙ୍କ ଡ୍ୟାନ୍ସ ଦେଖି ନିଜକୁ ଅଟକାଇ ପାରିନଥିଲେ। ଅଧିକ ପଢନ୍ତୁ

କଚ୍ଚା ବାଦାମ ଗୀତରେ ଧକ୍‌ ଧକ୍‌ ଗର୍ଲ ମାଧୁରୀ-ରିତେଶଙ୍କ ଠୁମକା, ଭିଡିଓ ଭାଇରାଲ
କଚ୍ଚା ବାଦାମ ଗୀତରେ ଧକ୍‌ ଧକ୍‌ ଗର୍ଲ ମାଧୁରୀ-ରିତେଶଙ୍କ ଠୁମକା, ଭିଡିଓ ଭାଇରାଲ

ହାଇଦ୍ରାବାଦ: ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିବା 'କଚ୍ଚା ବାଦାମ' ଗୀତର କ୍ରେଜ ଏବେ ବି କମିନି । ଭୁବନ ବାଦ୍ୟକରଙ୍କ ଗୀତ 'କଚ୍ଚା ବାଦାମ' ବିଦେଶରେ ମଧ୍ୟ ଲୋକପ୍ରିୟ ହେବାରେ ଲାଗିଛି । କେବଳ ସେତିକି ନୁହେଁ, ଏହି ଭାଇରାଲ୍ ଗୀତରେ ନାଚିବା ପାଇଁ ସବୁଠି ଯେମିତି ଏକ ପ୍ରତିଯୋଗିତା ଚାଲିଛି । ନିକଟରେ ବଲିଉଡର ଧକ୍-ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ମଧ୍ୟ ଏହି ଭାଇରାଲ୍ ଗୀତ "କଚ୍ଚା ବାଦାମ"ରେ ଡ୍ୟାନ୍ସ କରିଛନ୍ତି । ଏପରିକି ରିତେଶ ଦେଶମୁଖ ମଧ୍ୟ ମାଧୁରୀଙ୍କ ଡ୍ୟାନ୍ସ ଦେଖି ନିଜକୁ ଅଟକାଇ ପାରିନଥିଲେ । ଏହି ଗୀତରେ ଦୁହେଁ ଜୋରଦାର ଡ୍ୟାନ୍ସ କରିଛନ୍ତି ।

ମାଧୁରୀ ଦୀକ୍ଷିତ ନିଜ ଇନଷ୍ଟାଗ୍ରାମରେ ରିତେଶ ଦେଶମୁଖଙ୍କ ସହ ଡ୍ୟାନ୍ସର ଭିଡିଓ ସେୟାର କରିଛନ୍ତି । ଭିଡିଓରେ, ମାଧୁରୀ ଏକ ସିଲଭର ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି । ଏଥିସହିତ ରିତେଶ କଳା ରଙ୍ଗର ସୁଟ ପିନ୍ଧିଛନ୍ତି । ମାଧୁରୀ ଏବଂ ରିତେଶଙ୍କ ଡ୍ୟାନ୍ସ ଭାଇରାଲ୍ ଗୀତ 'କଚ୍ଚା ବାଦାମ' ସହିତ ମେଳ ଖାଉଥିବା ନଜର ଆସିଛି ।

ଏହି ଭିଡିଓ ସେୟାର କରି ମାଧୁରୀ କ୍ୟାପସନରେ ଲେଖିଛନ୍ତି, 'ଏହା ବହୁତ ମଜାଦାର ଥିଲା, ହଁ ନା ରିତେଶ ଦେଶମୁଖ ? ମୋ ଯୋଗଦାନ ପାଇଁ ରିତେଶଙ୍କୁ ବହୁତ ଧନ୍ୟବାଦ ? ରିତେଶ ମନ୍ତବ୍ୟରେ ଲେଖିଛନ୍ତି, 'ଏହା ପ୍ରକୃତରେ ମଜା ଥିଲା, ମୋ ପାଇଁ ସବୁବେଳେ ସୌଭାଗ୍ୟର ବିଷୟ ହେବ'।

ମାଧୁରୀ ଦୀକ୍ଷିତଙ୍କ କାର୍ଯ୍ୟ ବିଷୟରେ କଥାବାର୍ତ୍ତା କରିବା ତ, ନିକଟରେ ଅଭିନେତ୍ରୀ OTT ସିରିଜ୍ 'ଗେମ୍ ଅଫ୍ ଫେମ୍' ସହିତ ଡେବ୍ୟୁ କରିଛନ୍ତି । ଏହି ସିରିଜରେ ମାଧୁରୀ ଜଣେ ସଫଳ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରର କାହାଣୀ କହେ ଯେ, ଜଣେ ସୁପରଷ୍ଟାର ଜୀବନରେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details