ଓଡିଶା

odisha

By ETV Bharat Odisha Team

Published : Oct 12, 2023, 8:12 PM IST

ETV Bharat / entertainment

Lal Salaam: ମୁକ୍ତିଲାଭ ପାଇଁ ପ୍ରସ୍ତୁତ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ଫିଲ୍ମ, ଏହି ଦିନ ରିଲିଜ

ଲାଲ ସଲାମ ସହ ପୁଣି ପରଦାରେ ଧମାକା କରିବେ ରଜନୀକାନ୍ତ । ଏହି ଫିଲ୍ମରେ ଅଭିନେତାଙ୍କୁ କ୍ୟାମିଓ ରୋଲରେ ଦେଖିବାକୁ ମିଳିବ । ବର୍ତ୍ତମାନ ନିର୍ମାତା ଏହାର ରିଲିଜ ତାରିଖ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ,

ମୁକ୍ତିଲାଭ ପାଇଁ ପ୍ରସ୍ତୁତ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ଫିଲ୍ମ, ଏହି ଦିନ ରିଲିଜ
ମୁକ୍ତିଲାଭ ପାଇଁ ପ୍ରସ୍ତୁତ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ଫିଲ୍ମ, ଏହି ଦିନ ରିଲିଜ

ହାଇଦ୍ରାବାଦ:ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଲାଲ ସଲାମ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଫିଲ୍ମକୁ ନେଇ ଫ୍ୟାନ୍ସ ବେଶ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଫିଲ୍ମର ତାରିଖ ଘୋଷଣା କରିଛନ୍ତି ନିର୍ମାତା । ଏହି ଚଳଚ୍ଚିତ୍ରଟି ଜାନୁଆରୀ 2024 ପୋଙ୍ଗଲ୍ ଅବସରରେ ରିଲିଜ ହେବ ।

ଫିଲ୍ମର ନିର୍ମାତା ଲାଇକା ପ୍ରଡକ୍ସନ ଏକ ପୋଷ୍ଟର ସେୟାର କରି ଫିଲ୍ମର ରିଲିଜ ତାରିଖ ନେଇ ସୂଚନା ଦେଇଛନ୍ତି । ଫିଲ୍ମଟି ଜାନୁଆରୀ 2024 ପୋଙ୍ଗଲ୍ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ନିର୍ମାତା କ୍ୟାପସନରେ ଲେଖିଛନ୍ତି, "ତାମିଲନାଡୁରେ ରେଡଜିଆଣ୍ଟମୁଭିସ୍ ଦ୍ବାରା ଗ୍ରାଣ୍ଡ ଥିଏଟରିକାଲ ରିଲିଜ ଘୋଷଣା କରି ବହୁତ ଖୁସି ।'' ପୋଷ୍ଟରେ ଲେଖାଅଛି, ପ୍ରେକ୍ଷାଳୟରେ ପୋଙ୍ଗଲ୍ ୨୦୨୪ରେ ସାରା ବିଶ୍ବରେ ଲାଲ ସଲାମ ।

ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ଦ୍ୱାରା ଲାଲ ସଲାମ ଲିଖିତ ଏବଂ ନିର୍ଦ୍ଦେଶିତ । ଏହା ଏକ କ୍ରୀଡ଼ା ଡ୍ରାମା ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ର ହେଉଛି ଐଶ୍ୱର୍ଯ୍ୟାଙ୍କ ଚତୁର୍ଥ ନିର୍ଦ୍ଦେଶିତ ଫିଲ୍ମ । ଗତ ବର୍ଷ ନଭେମ୍ବରରେ ସୋସିଆଲ ମିଡିଆରେ ଏହି ଫିଲ୍ମ ଘୋଷଣା କରାଯାଇଥିଲା । ଯେଉଁଥିରେ ନିର୍ଦ୍ଦେଶକ ପ୍ରକାଶ କରିଥିଲେ ଯେ ବିଷ୍ଣୁ ବିଶାଲ ଏବଂ ବିକ୍ରାନ୍ତ ପୂର୍ବତନ କ୍ରିକେଟର ଭାବେ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ରଜନୀକାନ୍ତ ଏବଂ କପିଲ ଦେବ ଏହି ଚଳଚ୍ଚିତ୍ରରେ କ୍ୟାମିଓ ରୋଲରେ ନଜର ଆସିବେ । ଏନେଇ ରଜନୀକାନ୍ତ ଏବଂ କପିଲ ଦେବ ମେ’ରେ ଏକାଠି ସୁଟିଂ କରୁଥିବା ନଜର ଆସିଥିଲେ । ଏହି ସମୟରେ ରଜନୀକାନ୍ତ କିମ୍ବଦନ୍ତୀ କ୍ରିକେଟର କପିଲଙ୍କ ସହ ଏକ ଫଟୋ ସେୟାର କରି ତାଙ୍କ ସହ କାମ କରିବା ଏକ ଆନନ୍ଦଦାୟକ ଥିଲା ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ: ଲାଲ ସଲାମରୁ ରଜନୀକାନ୍ତ ପ୍ରଥମ ଲୁକ ଆଉଟ, ଝିଅ ନିର୍ଦ୍ଦେଶନା ଫିଲ୍ମରେ ଟ୍ରୋଲ ହେଲେ ବାପା

ସୂଚନା ଥାଉ କି, ଏହି ଫିଲ୍ମ ପୋଙ୍ଗଲ ଅବସରରେ ରିଲିଜ ହେବାକୁ ଥିବା ବେଳେ ଜାନୁଆରୀ 12ରେ ରିଲିଜ୍ ହେବାକୁ ଥିବା ମହେଶ ବାବୁଙ୍କ ଗୁଣ୍ଟୁର କରମ ଏବଂ ଜାନୁଆରୀ 13 ରେ ରିଲିଜ୍ ହେବାକୁ ଥିବା ରବି ତେଜାଙ୍କ ଇଗଲ୍ ସହ ପ୍ରତିଦ୍ୱନ୍ଦ୍ୱିତା କରିବ । ପରବର୍ତ୍ତୀ ସମୟରେ ରଜନୀକାନ୍ତଙ୍କୁ TJ Gnanavel ଙ୍କ ଆଗାମୀ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ, ଯାହାର ନାମ ହେଉଛି ଥାଲାଇୱର୍ 170 । ଏଥିସହ ଥାଲାଇୱର୍ 171 ରେ ମଧ୍ୟ ରହିଛି । ଯାହା ଲୋକେଶ କାନାଗରାଜ ନିର୍ଦ୍ଦେଶନା ଦେଉଛନ୍ତି ।

ABOUT THE AUTHOR

...view details