ଓଡିଶା

odisha

By ETV Bharat Odisha Team

Published : Dec 3, 2023, 1:23 PM IST

ETV Bharat / entertainment

'ଆନିମଲ' ସଫଳତା ଦେଖି ଭାବବିହ୍ବଳ ହେଲେ ବବି, କହିଲେ ଲାଗୁଛି ଯେମିତି ସ୍ବପ୍ନ ଦେଖୁଛି

ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' ଭଲ ପ୍ରଦର୍ଶନ କରୁଛି । ଦର୍ଶକଙ୍କୁ ହଲ୍‌କୁ ଟାଣୁଛି ରଣବୀର କପୁର ଏବଂ ବବି ଦେଓଲଙ୍କ ଆକ୍ସନ ଅବଦାର । ଏହାରି ମଧ୍ୟରେ ଫିଲ୍ମର ସଫଳତା ଦେଖି ଭାବବିହ୍ବଳ ହୋଇଛନ୍ତି ବବି ଦେଓଲ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ

'ଲାଗୁଛି ଯେମିତି ସ୍ବପ୍ନ ଦେଖୁଛି'; 'ଆନିମଲ' ସଫଳତା ଦେଖି ଭାବବିହ୍ବଳ ହେଲେ ବବି ଦେଓଲ
'ଲାଗୁଛି ଯେମିତି ସ୍ବପ୍ନ ଦେଖୁଛି'; 'ଆନିମଲ' ସଫଳତା ଦେଖି ଭାବବିହ୍ବଳ ହେଲେ ବବି ଦେଓଲ

ହାଇଦ୍ରାବାଦ:ଦର୍ଶକଙ୍କ ମନ ଜିଣୁଛି ଡିସେମ୍ବର ୧ରେ ରିଲିଜ ହୋଇଥିବା ରଣବୀର କପୁର ଏବଂ ବବି ଦେଓଲ ଷ୍ଟାରର ଫିଲ୍ମ ଆନିମଲ । ଲୋକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ଥିଏଟରରେ ଜମୁଛି ପ୍ରବଳ ଭିଡ । ଏପରିକି ଫିଲ୍ମ ଗତ ୨ ଦିନ ମଧ୍ୟରେ ୧୦୦ କୋଟିରୁ ଅଧିକ ଆୟ କର ରେକର୍ଡ ସୃଷ୍ଟି କରିଛି । ତେବେ ଏହି ସଫଳତାକୁ ଦେଖି ବର୍ତ୍ତମାନ ଭାବବିହ୍ବଳ ହୋଇଛନ୍ତି ବବି ଦେଓଲ ।

ଆନିମଲରେ ଖଳନାୟକ ଭୂମିକାରେ ଅଭିନୟ କରିଥିବା ବବି ଦେଓଲ ତାଙ୍କ ଚରିତ୍ର ପାଇଁ ବେଶ ପ୍ରଶଂସା ସାଉଁଟୁଛନ୍ତି । ସେପଟେ ଏହା ଦେଖି ବବି ଦେଓଲ ବେଶ ଭାବବିହ୍ବଳ ହୋଇଛନ୍ତି । ଇନଷ୍ଟାଗ୍ରାମରେ ଜଣେ ପ୍ୟାପଙ୍କ ଦ୍ବାରା ସେୟାର ହୋଇଥିବା ଏକ ଭିଡିଓରେ ବବି ଦେଓଲ ନଜର ଆସିଛନ୍ତି । ପାପରାଜିଙ୍କ ଆଗରେ ଫିଲ୍ମର ସଫଳତା ପାଇଁ ସମସ୍ତ ଫ୍ୟାନ୍ସଙ୍କୁ ହାତଯୋଡି ଧନ୍ୟବାଦ ଜଣାଇଛନ୍ତି । ବବି ଦେଓଲ କହିଛନ୍ତି, 'ଏହି ଚଳଚ୍ଚିତ୍ରଟି ପାଇଥିବା ଅପାର ଭଲପାଇବା ମୋତେ ପ୍ରକୃତରେ ନମ୍ର କରିଛି । ମୋତେ ଏହା ଲାଗୁଛି, ମୁଁ ଏବେ ବି ସ୍ବପ୍ନ ଦେଖୁଛି ।' ଏଥିସହ ସେ କାରରେ ବସିବା ସମୟରେ ବେଶ ଭାବବିହ୍ବଳ ହୋଇ କାନ୍ଦୁଥିବାର ନଜର ଆସିଛନ୍ତି ।

ସେପଟେ ଏହା ପୂର୍ବରୁ ବବି ଦେଓଲ ନିଜ ଫ୍ୟାନ୍ ମାନଙ୍କ ସହ ଥିଏଟରରେ ବସି ଆନମଲ ଫିଲ୍ମ ଦେଖିଥିଲେ । ଯାହାର ଫଟୋ ସେ ଇନଷ୍ଟାଗ୍ରାମରେ ସେୟାର କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି, 'ତୁମମାନଙ୍କ ଭଲପାଇବା ଏବଂ ପ୍ରଶଂସା ପାଇଁ ମୁଁ କୃତଜ୍ଞ ।' ଏହି ପୋଷ୍ଟ ସେୟାର ପରେ ଫ୍ୟାନ୍ ମାନେ ମଧ୍ୟ ଅଭିନେତାଙ୍କ ପ୍ରଶଂସା କରି ଫାୟାର ଇମୋଜି ଏବଂ ଲାଲ ହାର୍ଟ ଇମୋଜି ସେୟାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଥିଏଟରରେ 'ଆନିମଲ' ଧମାକା, ଭାରତୀୟ ବକ୍ସ ଅଫିସରେ ୧୦୦ କୋଟି ପାର୍ କଲା ଫିଲ୍ମ

ବବି ଦେୱଲ ୧୯୯୫ରେ 'ବରସାତ୍' ଚଳଚ୍ଚିତ୍ରରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ନିଜର କର୍ଲି ହେଆର ଷ୍ଟାଇଲ ସହ ଲେଦର ଜ୍ୟାକେଟରେ ନଜର ଆସିଥିବା ବବି ଫ୍ୟାନ୍ସଙ୍କ ମନ ଜିତିଥିଲେ । ହେଲେ ଏହା ପରେ ପରେ ୧୯୯୮ରେ ରିଲିଜ ହୋଇଥିବା ଫିଲ୍ମ 'ସୋଲଜର' ବ୍ୟତୀତ ଅନ୍ୟ ସମସ୍ତ ଚଳଚ୍ଚିତ୍ର ବକ୍ସ ଅଫିସରେ ସେତେଟା କମାଲ କରିପାରିନଥିଲା । ତେବେ ଏଥର 'ଆନିମଲ'ରେ ପୁଣି ଥରେ ଦମଦାର କମବ୍ୟାକ୍ କରିବାକୁ ନିଜର ଜି ଜାନ ଲଗାଇ ଦେଇଛନ୍ତି ଅଭିନେତା ବବି ଦେୱଲ ।

ABOUT THE AUTHOR

...view details