ଓଡିଶା

odisha

ETV Bharat / entertainment

କଣ୍ଠଶିଳ୍ପୀ କୁମାର ସାନୁଙ୍କ ଝିଅ କିଏ ? କେଉଁ ଫିଲ୍ମରୁ ବଲିଉଡରେ କରିବେ ଡେବ୍ୟୁ ?

ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଲୋକପ୍ରିୟ ବଲିଉଡ କଣ୍ଠଶିଳ୍ପୀ କୁମାର ସାନୁଙ୍କ ଝିଅ ଶାନନ । ତାଙ୍କ ପ୍ରଥମ ଫିଲ୍ମରୁ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ

By

Published : Apr 3, 2023, 5:22 PM IST

ବଲିଉଡରେ ଡେବ୍ୟୁ କରିବାକୁ ୟାଉଛନ୍ତି ଲୋକପ୍ରିୟ ଗାୟକ କୁମାର ସାନୁଙ୍କ ଝିଅ ଶାନନ
ବଲିଉଡରେ ଡେବ୍ୟୁ କରିବାକୁ ୟାଉଛନ୍ତି ଲୋକପ୍ରିୟ ଗାୟକ କୁମାର ସାନୁଙ୍କ ଝିଅ ଶାନନ

ମୁମ୍ବାଇ: 90 ଦଶକର ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ କୁମାର ସାନୁଙ୍କ ସ୍ବରର ଆଜି ବି ଲୋକେ ଦିୱାନା । କୁମାର ସାନୁ ବଲିଉଡର ଅନେକ ସିନେମାରେ ଗୋଟିଏ ଗୋଟିଏ ହିଟ୍ ଗୀତ ଗାଇଛନ୍ତି । ଏଥିସହ ୟୁଟ୍ୟୁବରେ ତାଙ୍କର ହିଟ୍ ଗୀତର ଅନେକ ଆଲବମ୍ ଅଛି । ତେବେ ତାଙ୍କ ସ୍ବର ନେଇ ସେହି ସମୟରେ ବେଶ ଲୋକପ୍ରିୟତା ହାସଲ କରିଥିବା ବେଳେ ଆଜି ମଧ୍ୟ ତାଙ୍କ ସ୍ବରର ଫ୍ୟାନ୍ସ ରହିଛନ୍ତି। ଏହାରି ମଧ୍ୟରେ ବର୍ତ୍ତମାନ କୁମାର ସାନୁଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ରହିଛି । କୁମାର ସାନୁଙ୍କ ଝିଅ ସାନୁ ଭଟ୍ଟାଚାର୍ଯ୍ୟ ତଥା ଶାନନ୍ ସାନୁ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମରୁ ତାଙ୍କର ପ୍ରଥମ ଲୁକ୍ ଆଜି ରିଲିଜ ହୋଇଛି ।

ସଞ୍ଜୟ ମିଶ୍ର ଏବଂ ମୀତା ବୈଷ୍ଣବଙ୍କ ଫିଲ୍ମ 'ଚଲ ଜିନ୍ଦଗୀ' ସହ ଶାନନ ସାନୁ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି । ଫିଲ୍ମରୁ ତାଙ୍କ ପ୍ରଥମ ଲୁକ ରିଲିଜ ହୋଇଛି । ସୋସିଆଲ ମିଡିଆରେ ଫିଲ୍ମର ଭିଡିଓ ସେୟାର କରିଛନ୍ତି ଶାନନ ସାନୁ । ଯାହାକୁ ଫ୍ୟାନ୍ସ ଖୁବ ପସନ୍ଦ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଫ୍ୟାନ୍ସ ଶାନନଙ୍କୁ ଶୁବେଚ୍ଛା ଦେବା ସହ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି ।

ଅଭିନେତ୍ରୀ ଶାନନ ତାଙ୍କର ଇନଷ୍ଟଗ୍ରାମ ଆକାଉଣ୍ଟରେ ଡେବ୍ୟୁ ଫିଲ୍ମ ଚଲ ଜିନ୍ଦେଗୀର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଫିଲ୍ମର ମୋସନ ପୋଷ୍ଟ ସେୟାର କରି ଶାନନ ଲେଖିଛନ୍ତି, 'ଚଲ ଜିନ୍ଦେଗୀ, ମୋସନ ପୋଷ୍ଟର" । ଏହା ସହିତ ସେ ପୋଷ୍ଟରେ ଶାନନ କେ, ସଞ୍ଜୟ ମିଶ୍ରା, ବିବେକ ଦହିୟା, ଭିଭାନ ଶର୍ମା ଏବଂ ବିବେକ ଶର୍ମାଙ୍କୁ ଟ୍ୟାଗ୍‌ କରିଛନ୍ତି । ତେବେ 'ଚଲ ଜିନ୍ଦେଗୀ' ଫିଲ୍ମଟି ଭିଭାନ୍ ଶର୍ମାଙ୍କ ଦ୍ୱାରା ନିର୍ମିତ ହୋଇଛି ।

ଅଭିନେତ୍ରୀ ଶାନନ ଫିଲ୍ମ ପୂର୍ବରୁ ଭାରତୀୟ ଏବଂ ଆମେରିକୀୟ କଣ୍ଠଶିଳ୍ପୀ ଭାବେ ବେଶ ପରିଚିତ । ସେ ବାପାଙ୍କ ଭଳି ଗୀତ ଗାଇବାକୁ ମଧ୍ୟ ବେଶ ଭଲପାଆନ୍ତି । ଶାନନ ତାଙ୍କର ଇନଷ୍ଟଗ୍ରାମ ଏହି ଭିଡିଓ ସେୟାର କରିବା ପରେ ଫ୍ୟାନ୍ସ ତାଙ୍କୁ ତାଙ୍କ ଫିଲ୍ମି କ୍ୟାରିଅର ପାଇଁ ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି । ତା ସହିତ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ।

କୁମାର ସାନୁଙ୍କ ଝିଅ ମଧ୍ୟ ଜଣେ କଣ୍ଠଶିଳ୍ପୀ । ସେ 'ଏକ ଲଙ୍ଗ ଟାଇମ୍' ପପ୍ ସିଙ୍ଗଲ୍ ଗାଇ ନିଜର ସିଂଗିଂ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହି ଗୀତଟି କଣ୍ଠଶିଳ୍ପୀ ଜେସନ ପଲ୍ ଡଗଲାସ୍ ରଚନା କରିଥିଲେ । ଶାନନ୍ ହେଉଛନ୍ତି କଣ୍ଠଶିଳ୍ପୀ କୁମାର ସାନୁଙ୍କ ପୋଷ୍ୟ କନ୍ୟା । 2001ମସିହାରେ କୁମାର ଶାନୁ ଶାନନଙ୍କୁ ପୋଷ୍ୟ କନ୍ୟା କରିଥିଲେ । ବର୍ତ୍ତମାନ ପିତାଙ୍କ କର୍ତ୍ତବ୍ୟ ପାଳନ କରି କୁମାର ସାନୁ ଝିଅର ପ୍ରତ୍ୟେକ ସ୍ୱପ୍ନ ପୂରଣ କରିବାରେ ଲାଗି ପଡ଼ିଛନ୍ତି ।

ABOUT THE AUTHOR

...view details