ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଏବେ ଚର୍ଚ୍ଚାରେ ଅଛନ୍ତି । ନିକଟରେ, କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିଷୟରେ ଗୁଜବ ଆସିଥିଲା ଯେ ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଡି 'ଶେରଶାହା'ରେ ଏକ ପ୍ରଶଂସନୀୟ କାମ କରିଥିଲେ, ଯାହା ପରେ ଉଭୟ ନିଜ ରିଲେସନସିପ୍ ପାଇଁ ଚର୍ଚ୍ଚାରେ ଥିଲେ ।
ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କୁ ଫ୍ୟାନ୍ସ ମଧ୍ୟ ଏକାଠି ଦେଖିବାକୁ ଭଲ ପାଆନ୍ତି । କିଆରା ଆଡଭାନୀଙ୍କ ଫିଲ୍ମ 'ଭୁଲ୍ ଭୁଲେୟା ୨ 'ର ଟ୍ରେଲର ମଙ୍ଗଳବାର ରିଲିଜ ହୋଇଛି । ଟ୍ରେଲର ଲଞ୍ଚିଂ ଅବସରରେ କିଆରା ଏମିତି କିଛି କହିଦେଇଛନ୍ତି, ଯାହା ସିଦ୍ଧାର୍ଥଙ୍କ ସହ ରିଲେସନସିପ୍କୁ ସିଧାସଳଖ ଇଙ୍ଗିତ କରୁଛି ।
କ'ଣ ଜବାବ୍ ଦେଲେ କିଆରା
ଫିଲ୍ମ 'ଭୁଲ୍ ଭୁଲେୟା ୨ 'ର ଟ୍ରେଲର ଲଞ୍ଚିଂ ଅବସରରେ କିଆରାଙ୍କୁ ଗଣମାଧ୍ୟମ ପ୍ରତିନିଧି ପଚାରିଥିଲେ ଯେ, ଏମିତି କୌଣସି ବ୍ୟକ୍ତି ଅଛନ୍ତି, ଯାହାକୁ ଆପଣ ନିଜ ସ୍ବପ୍ନରୁ କିମ୍ବା ଆପଣଙ୍କ ଜୀବନରୁ ଭୁଲେଇବାକୁ ଚାହୁଁଛନ୍ତି ? ଏହାର ଜବାବରେ କିଆରା କହିଥିଲେ- 'ବିଲକୁଲ ନୁହେଁ, କାରଣ ଯାହାକୁ ମୁଁ ଭେଟିଛି ଏବଂ ଯାହା ସହ ସମ୍ପର୍କ ରଖିଛି, ସେମାନେ ମୋ ଜୀବନ ସହିତ ଯୋଡି ହୋଇଯାଇଛନ୍ତି । ତେଣୁ କାହାକୁ ମଧ୍ୟ ମୁଁ ଭୁଲିବାକୁ ଚାହୁଁନି।' କିଆରାଙ୍କ ଏହିପରି ଜବାବ୍ ଶୁଣି ସମସ୍ତେ ଖୁସି ହୋଇଯାଇଥିଲେ।