ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ୍ ଏବଂ ସାରା ଅଲି ଖାନ୍ ନିଜ ସମ୍ପର୍କ ପାଇଁ ପୁଣି ଚର୍ଚ୍ଚାରେ ରହିଛନ୍ତି । ପୂର୍ବରୁ ଉଭୟ ଡେଟିଂ କରିବା ପରେ ଅଲଗା ହୋଇଥିଲେ । ଏହାରି ମଧ୍ୟରେ ନିକଟରେ ଉଭୟଙ୍କୁ ଗଦର-୨ର ସକ୍ସେସ୍ ପାର୍ଟୀରେ ଦେଖିବାକୁ ମିଳିଥିଲା । ପାର୍ଟି ପରେ ସୋସିଆଲ ମିଡିଆରେ ଉଭୟଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଉଭୟ ପରସ୍ପରକୁ ହଗ୍ କରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ବର୍ତ୍ତମାନ ଏବେ କାର୍ତ୍ତିକ ସାରାଙ୍କ ପଡୋଶୀ ହୋଇଥିବା ଜଣାପଡିଛି । ସମାନ କୋଠାରେ ଉଭୟ ଅଫିସ କିଣିଥିବା ଜଣାପଡ଼ିଛି ।
'ଲଭ୍ ଆଜ୍ କଲ୍ (2020)' ସମୟରେ କାର୍ତ୍ତିକ ଏବଂ ସାରାଙ୍କ ଡେଟିଂ ବିଷୟରେ ଚର୍ଚ୍ଚା ହେଉଥିଲା । କିନ୍ତୁ ଫିଲ୍ମ ରିଲିଜ୍ ପୂର୍ବରୁ କାର୍ତ୍ତିକ ଏବଂ ସାରା ଅଲଗା ହୋଇଯାଇଥିଲେ । ଏସବୁ ମଧ୍ୟରେ କାର୍ତ୍ତିକ ବର୍ତ୍ତମାନ ମୁମ୍ବାଇର ଅନ୍ଧେରି ଅଞ୍ଚଳରେ ଏକ ନୂତନ କାର୍ଯ୍ୟାଳୟ କିଣିଛନ୍ତି ବୋଲି ଖବର ଆସିଛି । ଅଭିନେତା ସେହି ବିଲଡିଂରେ ତାଙ୍କ ଅଫିସ୍ କିଣିଛନ୍ତି ଯେଉଁଠି ସାରା ତାଙ୍କ ମା' ଅମୃତା ରାଓଙ୍କ ସହ କିଛି ମାସ ପୂର୍ବରୁ ନିଜ ପାଇଁ ଏକ ନୂଆ ଅଫିସ୍ କିଣିଥିଲେ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆନନ୍ଦ ପଣ୍ଡିତଙ୍କ ଲୋଟସ୍ ଡେଭଲପର୍ସଙ୍କ ବିଳାସପୂର୍ଣ୍ଣ ଲୋଟସ୍ ସିଗ୍ନେଚରରେ କାର୍ତ୍ତିକ ଆର୍ଯ୍ୟନ୍ ଏକ ନୂତନ ଅଫିସ କିଣିଛନ୍ତି । କାର୍ତ୍ତିକ ଆର୍ଯ୍ୟନ୍ ଚତୁର୍ଥ ମହଲାରେ ପ୍ରାୟ 2,100 ବର୍ଗଫୁଟର ଏହି ଅଫିସ୍ କିଣିଛନ୍ତି । ଏଥିପାଇଁ ସେ 10.09 କୋଟି ଟଙ୍କା ଦେଇଛନ୍ତି । ଏଥିପାଇଁ କାର୍ତ୍ତିକ ସେପ୍ଟେମ୍ବର 4ରେ ରେଜିଷ୍ଟ୍ରେସନ କରାଇଥିଲେ । ଏଥିପାଇଁ ତାଙ୍କୁ ପ୍ରାୟ 47.55 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା । ତେବେ ଏହି ସମାନ ମହଲାରେ ସାରା ଅଲି ଖାନଙ୍କର ଏକ କାର୍ଯ୍ୟାଳୟ ରହିଛି । ସାରା ଅଲି ଖାନ ଏବଂ ଅମୃତା ସିଂ ମଧ୍ୟ କିଛି ମାସ ପୂର୍ବରୁ 9 କୋଟି ଟଙ୍କା ମୂଲ୍ୟର 2100 ବର୍ଗଫୁଟ କାର୍ଯ୍ୟାଳୟ କିଣିଥିଲେ ।
ଏହା ମଧ୍ୟ ପଢନ୍ତୁ:ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଆଶିକି-3ରେ ନଜର ଆସିବେ ଏକ୍ସ କପଲ କାର୍ତ୍ତିକ-ସାରା !
ମିଡିଆ ରିପୋର୍ଟ ଅନୁଯାୟୀ, କାର୍ତ୍ତିକଙ୍କ ବ୍ୟତୀତ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ, ସାରା ଅଲି ଖାନ, ଅଜୟ ଦେବଗନ ଏବଂ କାଜୋଲଙ୍କର ମଧ୍ୟ ଲୋଟସ ସାଇନିଂରେ କାର୍ଯ୍ୟାଳୟ ଅଛି । ପ୍ରକାଶ ଥାଉ କି, ଏହି ବିଲଡିଂ 28 ମହଲା ବିଶିଷ୍ଟ । ବିଗ୍ ବି' ପ୍ରାୟ 29 କୋଟି ଟଙ୍କାରେ ମୁମ୍ବାଇର ଅନ୍ଧେରିର ୱଶିୱାରା ଅଞ୍ଚଳରେ ପ୍ରାୟ 8,400 ବର୍ଗଫୁଟର ୪ଟି ଅଫିସ୍ କିଣିଛନ୍ତି । ମେଗାଷ୍ଟାର ସେପ୍ଟେମ୍ବର 1ରେ ଏକ ପ୍ରକଳ୍ପ ଅଧୀନରେ ରେଜିଷ୍ଟ୍ରେସନ କରାଇଥିଲେ । ଯେଉଁଥିପାଇଁ ତାଙ୍କୁ 1.72 କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। ତାଙ୍କ କାର୍ଯ୍ୟାଳୟ ଏକବିଂଶ ମହଲାରେ ଅଛି ।