ହାଇଦ୍ରାବାଦ:ବଲିଉଡ 'ବେବୋ' କରୀନା କପୁର ଖାନ ବଡ ପରଦାରେ ଜଲୱା ଦେଖାଇବା ପରେ ଏବେ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମ 'ଜାନେ ଜାନ' ସହ ଓଟିଟିରେ ଏଣ୍ଟ୍ରି କରିବେ ବେବୋ । ପୂର୍ବରୁ ଫିଲ୍ମର ପୋଷ୍ଟର ଏବଂ ଟିଜର ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରରେ କରୀନା ଖାନଙ୍କ ସହ ଅଭିନେତା ବିଜୟ ବର୍ମା ଏବଂ ଜୟଦୀପ ଅହଲବତ ମୁଖ୍ୟ ଭୂମିକାରେ ନଜର ଆସିବେ ।
2.19 ମିନିଟର ଜାନେ ଜାନର ଟ୍ରେଲରର ଆରମ୍ଭ କରୀନା କପୁରଙ୍କ ଠାରୁ ହେଉଛି । ଯେଉଁଥିରେ କରୀନା କପୁର ଖାନ ରୂପରେ ଦେଖିବାକୁ ମିଳିଛି । ତାଙ୍କ ଉପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଫିଲ୍ମରେ ମାୟା ଡି’ସୁଜାଙ୍କ ନାଁରେ କରୀନା କପୁର ଅଭିନୟ କରୁଛନ୍ତି । ଯେଉଁଠାରେ ଜୟଦୀପ ଅହଲବତ ଜଣେ ଶିକ୍ଷକ ଭୂମିକାରେ ଏବଂ ବିଜୟ ବର୍ମା ଧର୍ମେନ୍ଦ୍ରଙ୍କ ଚରିତ୍ର ସହ ଏକ ପୋଲିସ ଅଧିକାରୀ ଭୂମିକାରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରରେ କରୀନା କପୁର ଜୟଦୀପଙ୍କ ପଡୋଶୀ ଅଟନ୍ତି । ଟ୍ରେଲରରେ କରୀନା ଉଭୟ ବିଜୟ ଧର୍ମେନ୍ଦ୍ର ଏବଂ ଜୟଦୀପଙ୍କ ସହ ହଟ୍ ସିନ୍ ଦେଉଥିବା ଦେଖିବାକୁ ମିଳିଛି ।
ବିଜୟ ଭର୍ମା ହତ୍ୟା ରହସ୍ୟର ସମାଧାନ ପାଇଁ ଯଥାସମ୍ଭବ ଚେଷ୍ଟା କରୁଥିବା ନଜର ଆସିଛନ୍ତି । ତେବେ, ତାଙ୍କ ସତ୍ୟକୁ ରୋକିବା ପାଇଁ କରୀନା ଉଭୟଙ୍କୁ ତାଙ୍କ ପ୍ରେମର ଫାଶରେ ପକାଇଥିବାର ନଜର ଆସିଛନ୍ତି । କେବଳ ଏତିକି ନୁହେଁ କରୀନା ଫିଲ୍ମରେ ଏକ କିସ ସିନ୍ ମଧ୍ୟ ଦେଇଛନ୍ତି । ତେବେ କରୀନାଙ୍କ ରହସ୍ୟର ପର୍ଦ୍ଦାଫାସ ହେଉଛି କି ନାହିଁ ତାହା କେବଳ ଫିଲ୍ମ ଦେଖିବା ପରେ ଜଣାପଡିବ।
ଏହା ମଧ୍ୟ ପଢନ୍ତୁ:Jaane Jaan Trailer: କରୀନାଙ୍କ ନୂଆ ପୋଷ୍ଟର ଜାରି, ଏହି ଦିନ ରିଲିଜ ହେବ ଟ୍ରେଲର
ସୂଚନା ଥାଉ କି, ଏହି ଚଳଚ୍ଚିତ୍ରକୁ ସୁଜୟ ଘୋଷଙ୍କ ନିର୍ଦ୍ଦେଶନା ଦେଇଥିବା ବେଳେ ନିର୍ମାତା ହେଉଛନ୍ତି ଏକତା କପୁର ଏବଂ ଶୋଭା କପୁର । ଏବଂ ଫିଲ୍ମ 21 ସେପ୍ଟେମ୍ବରରେ କରୀନା କପୁର ଖାନଙ୍କ ଜନ୍ମଦିନରେ ନେଟଫ୍ଲିକ୍ସରେ ପ୍ରସାରିତ ହେବ । ଏହି ଚଳଚ୍ଚିତ୍ରଟି ଜାପାନୀ ଲେଖକ କିଗୋ ହିଗାସିନୋଙ୍କ ପୁସ୍ତକର ଡିଭୋସନ ଅଫ୍ ସସପେକ୍ଟ ଏକ୍ସ ଉପରେ ଆଧାରିତ । ତେବେ ଏହି ଫିଲ୍ମ ନେଇ କରୀନା କପୁର ଏକ ବିବୃତ୍ତିରେ କହିଥିଲେ ଯେ, 23 ବର୍ଷ ପରେ ଏହା ଏକ ନୂଆ ଲଞ୍ଚ ଭଳି ଲାଗୁଛି । ଏହି ନେଟଫ୍ଲିକ୍ସ ପ୍ରୋଜେକ୍ଟର ଏକ ଅଂଶ ହୋଇ ମୁଁ ବହୁତ ଉତ୍ସାହିତ।