ମୁମ୍ବାଇ:ସବୁଠି ନୂଆବର୍ଷକୁ ଧୁମଧାମରେ ସ୍ବାଗତ କରାଯାଇଛି । ବିଭିନ୍ନ ସେଲିବ୍ରିଟି ନିଜ ନିଜ ଅନ୍ଦାଜରେ ଫ୍ୟାନ୍ସଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହିତ ସେଲିବ୍ରେଟ କରିଛନ୍ତି । ଏହି କ୍ରମରେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ସ୍ୱାମୀ ସୈଫ ଅଲି ଖାନଙ୍କ ସହ ଏକ ରୋମାଣ୍ଟିକ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।
ନୂଆବର୍ଷରେ କରୀନା କପୁର ଖାନ ନିଜର ଇନଷ୍ଟାଗ୍ରାମରେ ସ୍ବାମୀ ସୈଫ ଅଲି ଖାନଙ୍କ ସହିତ ଏକ ଫଟୋ ସେୟାର କରିଥିଲେ । ଫଟୋରେ ବେବୋ ରଙ୍ଗବେରଙ୍ଗର ଏକ ସାର୍ଟ ପିନ୍ଧିଥିବା ବେଳେ ସୈଫଙ୍କୁ ସୁଟରେ ଦେଖିବାକୁ ମିଳିଛି । ଏଥିସହ କରୀନା ନୀଳ ରଙ୍ଗର ସନଗ୍ଲାସ୍ ପିନ୍ଧିଛନ୍ତି ଯାହା ଖୁବ ଷ୍ଟାଇଲିସ ଦେଖାଯାଉଛି । ତେବେ କରୀନା ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, '' ଇନ ମାଇଁ ପିଜେ ଓ୍ବିଥ ମାଇଁ ମ୍ୟାନ ଇନ ଏ ଡିଜେ... ଏହା ସବୁଠାରୁ ଭଲ ରାତି ଥିଲା... 2024ରେ ସମସଙ୍କୁ ସୁଖ ଏବଂ ଶାନ୍ତି ମିଳୁ... ନୂତନ ବର୍ଷର ଶୁଭେଚ୍ଛା ସମସ୍ତଙ୍କୁ...' ତେବେ ପୂର୍ବରୁ ଅଭିନେତ୍ରୀ କରୀନା ତାଙ୍କ ଛୁଟି ଦିନର କିଛି ଫଟୋ ସେୟାର କରିଥିଲେ । ଯେଉଁଥିରେ ତାଙ୍କ ଦୁଇ ପୁଅ ତୈମୁର ଅଲି ଖାନ ଏବଂ ଜାହାଙ୍ଗୀର ଅଲି ଖାନ ସେଠାରେ ମଧ୍ୟ ଉପସ୍ଥିତ ଥିଲେ । ଫଟୋ ସେୟାର କରି ଜାନେ ଜାନ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, 'ତୁମେ ପ୍ରସ୍ତୁତ କି ? ଆମେ ପ୍ରସ୍ତୁତ...'