ଓଡିଶା

odisha

ETV Bharat / entertainment

Chandrayaan-3; ଲ୍ୟାଣ୍ଡିଂକୁ ଅପେକ୍ଷା କରିଛନ୍ତି କରୀନା, କହିଲେ- ପୁଅଙ୍କ ସହ ଦେଖିବେ ଲାଇଭ୍ - ଚନ୍ଦ୍ରାୟନ 3 ଲ୍ୟାଣ୍ତିଂ କରୀନା କପୁରଙ୍କ ପ୍ରତିକ୍ରିୟା

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସେଲିବ୍ରିଟିମାନେ ଭାରତର 'ଚନ୍ଦ୍ରାୟନ 3' ମିଶନ ବିଷୟରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ନିକଟରେ ବଲିଉଡ ଅଭିନେତ୍ରୀ କରୀନା କପୁର ଏକ ସାକ୍ଷାତକାରରେ 'ଚନ୍ଦ୍ରାୟନ 3' କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,' ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ।' ଅଧିକ ପଢନ୍ତୁ,

Chandrayaan 3 ଲ୍ୟାଣ୍ଡିଂକୁ ଅପେକ୍ଷା କରିଛନ୍ତି କରୀନା, କହିଲେ- ଉଭୟ ପୁଅଙ୍କ ସହ ଦେଖିବେ ଲାଇଭ୍
Chandrayaan 3 ଲ୍ୟାଣ୍ଡିଂକୁ ଅପେକ୍ଷା କରିଛନ୍ତି କରୀନା, କହିଲେ- ଉଭୟ ପୁଅଙ୍କ ସହ ଦେଖିବେ ଲାଇଭ୍

By

Published : Aug 21, 2023, 10:16 PM IST

ମୁମ୍ବାଇ: ଆଉ ଦିନକ ପରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରାୟନ-3 ଲ୍ୟାଣ୍ଡିଂ କରିବ । ଯାହା ପାଇଁ ସମଗ୍ର ଦେଶ ଉତ୍କଣ୍ଠା ସହ ଅପେକ୍ଷା କରିଛି । ଏହି ମହାକାଶଯାନ 23 ଅଗଷ୍ଟ 2023 ରେ ଚନ୍ଦ୍ରରେ ଏକ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆଶା କରାଯାଉଛି। ଏହାରି ମଧ୍ୟରେ ବଲିଉଡ ସେଲିବ୍ରିଟିମାନେ ମଧ୍ୟ 'ଚନ୍ଦ୍ରାୟନ 3' ନେଇ ଉତ୍ସାହିତ ଥିବା ବେଳେ ନିଜ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ବର୍ତ୍ତମାନ ବଲିଉଡ ଅଭିନେତ୍ରୀ କରୀନା କପୁର ଏକ ସାକ୍ଷାତକାରରେ 'ଚନ୍ଦ୍ରାୟନ3' କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,' ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ।'

ନିକଟରେ ଏକ ସାକ୍ଷାତକାରରେ ଯେତେବେଳେ କରୀନାଙ୍କୁ 'ଚନ୍ଦ୍ରାୟନ 3' ମିଶନ ବିଷୟରେ ପଚରାଯାଇଥିଲା । କରୀନା ଉତ୍ତରରେ 'ଚନ୍ଦ୍ରାୟନ 3' କୁ ନେଇ କହିଥିଲେ ଯେ, ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ। ଆମେ ଆମ ହୃଦୟରେ ସେହି ଗର୍ବ ଅନୁଭବ କରୁ। ଆମେ ସମସ୍ତେ ଭାରତୀୟ ହୋଇଥିବାରୁ ଏହି ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା କରିଛୁ। ଅଭିନେତ୍ରୀ ଆହୁରି କହିଛନ୍ତି, 'ମୁଁ ଏହାକୁ ଦେଖିବାକୁ ପ୍ରସ୍ତୁତ। ମୁଁ ମୋ ପରିବାର ସହିତ ଅର୍ଥାତ୍ ସ୍ୱାମୀ ସୈଫ ଅଲି ଖାନ ଏବଂ 2 ପୁଅ ତୈମୁର ଏବଂ ଜେହ ଅଲି ଖାନଙ୍କ ସହ ଏହି ମୁହୂର୍ତ୍ତକୁ ଲାଇଭ୍ ଦେଖିବେ।' ସେପଟେ କରୀନାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ ଶେଷରେ କରୀନାଙ୍କୁ ଲାଲ ସିଂ ଚଢାରେ ଆମୀର ଖାନଙ୍କ ସହ ଦେଖିବାକୁ ମିଳିଥିଲା। ବର୍ତ୍ତମାନ କରୀନା ତାଙ୍କର ଆଗାମୀ ଫିଲ୍ମ 'ଭୀରେ ଦି ୱେଡିଂ ୨', 'କ୍ରୁ' ଏବଂ 'ତକ୍ତ' ରେ ନଜର ଆସିବେ।

ଏହା ମଧ୍ୟ ପଢନ୍ତୁ:ଚନ୍ଦ୍ରଯାନ-3 କୁ କଟାକ୍ଷ କରି ବିବାଦରେ ପ୍ରକାଶରାଜ, ଟ୍ରୋଲ କରୁଛନ୍ତି ୟୁଜର୍ସ

ସୂଚନା ଥାଉ କି, ଏହି ମହାକାଶଯାନର ଲାଇଭ୍ କାର୍ଯ୍ୟକଳାପ ISRO ୱେବସାଇଟ୍, ଏହାର ୟୁଟ୍ୟୁବ୍ ଚ୍ୟାନେଲ୍, ଫେସବୁକ୍ ଏବଂ DD ନ୍ୟାସନାଲ ଟିଭିରେ ଅଗଷ୍ଟ 23, 2023 ରେ 17:27 ସମୟରେ IST ରେ ଉପଲବ୍ଧ ହେବ। ଯାହାର ସିଧାପ୍ରସାରଣ ଦେଖିପାରିବେ ଦେଶବାସୀ। ତେବେ ଚନ୍ଦ୍ରାୟଣ -3 ମିଶନର ଲ୍ୟାଣ୍ଡର ନାମ ବିକ୍ରମ ସାରଭାଇ (1919–1971) ଙ୍କ ନାମରେ ନାମିତ, ଯାହାକି ଭାରତୀୟ ମହାକାଶ କାର୍ଯ୍ୟକ୍ରମର ପିତା ଭାବରେ ବେଶ ଜଣାଶୁଣା। ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ 14 ଜୁଲାଇରେ ଚନ୍ଦ୍ରୟାନ -3 ମିଶନ ଆରମ୍ଭ କରିଥିଲା। ଏହି ମହାକାଶଯାନ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା।

ABOUT THE AUTHOR

...view details