ଓଡିଶା

odisha

ETV Bharat / entertainment

ରଣଭୀର-ଦୀପିକାଙ୍କୁ ଟ୍ରୋଲ ନେଇ ରାଗିଗଲେ କରଣ

Karan Johar Reacts On Deepika-Ranvir Trolling: ଚର୍ଚ୍ଚାରେ ରହିଛି କରଣ ଜୋହରଙ୍କ ଶୋ' 'କଫି ୱିଥ କରଣ ୮' । ଚଳିତ ବର୍ଷର ସିଜନ ଏଥର ବଲିଉଡ ଲୋକପ୍ରିୟ ଦମ୍ପତି ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କୁ ଠାରୁ ଆରମ୍ଭ ହୋଇଥିଲା । ଯାହାପରେ ଏହି ଯୋଡି ଟ୍ରୋଲର ଶିକାର ହୋଇଥିଲେ । ବର୍ତ୍ତମାନ ଏହାକୁ ନେଇ ଟ୍ରୋଲର୍ସଙ୍କ ଉପରେ ବର୍ଷିଛନ୍ତି କରଣ । ଅଧିକ ପଢନ୍ତୁ,

By ETV Bharat Odisha Team

Published : Dec 14, 2023, 3:17 PM IST

ରଣବୀର-ଦୀପିକାଙ୍କୁ ଟ୍ରୋଲ ନେଇ ଟ୍ରୋଲର୍ସଙ୍କ ଉପରେ ବର୍ଷିଲେ କରଣ, କହିଲେ-ତୁମେ ନିଜର...
ରଣବୀର-ଦୀପିକାଙ୍କୁ ଟ୍ରୋଲ ନେଇ ଟ୍ରୋଲର୍ସଙ୍କ ଉପରେ ବର୍ଷିଲେ କରଣ, କହିଲେ-ତୁମେ ନିଜର...

ହାଇଦ୍ରାବାଦ:କରଣ ଜୋହରଙ୍କ ସେଲିବ୍ରିଟି ଚାଟ ଶୋ' 'କଫି ୱିଥ କରଣ ୮'କୁ ନେଇ ବର୍ତ୍ତମାନ ଶିରୋନାମାରେ ରହିଛନ୍ତି । ଏପର୍ଯ୍ୟନ୍ତ ଏହି ସିଜର ୭ ଟି ଏପିସୋଡ୍ ପ୍ରସାରିତ ହୋଇସାରିଛି । କରଣ ଜୋହରଙ୍କ ଏହି ଶୋ' ବଲିଉଡ ଲୋକପ୍ରିୟ ଦମ୍ପତି ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କୁ ଠାରୁ ଆରମ୍ଭ ହୋଇଥିଲା । ଏହି ସମୟରେ ଏହି ଦମ୍ପତି ନିଜ ବିବାହ, ସମ୍ପର୍କ ବିଷୟରେ ଅନେକ ଖୁଲାସା କରିଥିଲେ । ଯାହା ପରେ ଉଭୟଙ୍କୁ ଟ୍ରୋଲ କରାଯାଇଥିଲା । ବର୍ତ୍ତମାନ ଏନେଇ ପ୍ରତିକ୍ରିୟା ଦେଇଛନ୍ତି କରଣ ଜୋହର ।

କରଣ ଜୋହରଙ୍କ ରାନୀ ମୁଖାର୍ଜୀ, କାଜୋଲ, ସନ୍ନି ବବି ଦେଓଲ ପରି ଅନେକ ତାରକା ସାମିଲ ହୋଇଥିବା ବେଲେ ବର୍ତ୍ତମାନ ଲାଟେଷ୍ଟ ଏପିସୋଡରେ ଆଦିତ୍ୟ ରୟ କପୁର ଏବଂ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିଛି । ଏହି ସମୟରେ କରଣ ସିଜିନର ପ୍ରଥମ ଏପିସୋଡକୁ ନେଇ କଥାବାର୍ତ୍ତା କରିଛନ୍ତି । ସେ ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଏପିସୋଡ ଉପରେ ନକାରାତ୍ମକ ପ୍ରତିକ୍ରିୟା ନେଇ ବର୍ଷିଛନ୍ତି ।

ସେ କହିଛନ୍ତି,'ମୋତେ ଲାଗୁଥିଲା ଯେ ଆମ ତିନିଜଣ ଏପିସୋଡରେ ଆମର ଭାବନାକୁ ଅତି ସ୍ପଷ୍ଟ ଏବଂ ଖୋଲାଖୋଲି ଭାବରେ ପ୍ରକାଶ କରିଥିଲୁ । କିନ୍ତୁ ପରବର୍ତ୍ତୀ ପ୍ରଭାବ ଯାହା ମୁଁ ଦେଖିଲି ତାହା ଅତ୍ୟନ୍ତ ନିନ୍ଦନୀୟ । ମୁଁ ପ୍ରକୃତରେ କହିବାକୁ ଚାହେଁ ଯେ ସେହି ଧାରା ଉପରେ ଲୋକମାନେ କିପରି ପ୍ରତିକ୍ରିୟା କରିଥିଲେ ତାହା ମୋତେ ଅଧିକ କ୍ରୋଧିତ କରିଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ଭାବୁଛି ଏହା ଆମର ଶ୍ରେଷ୍ଠ ଏପିସୋଡ୍ ଥିଲା । ସେମାନେ ସମ୍ପୂର୍ଣ୍ଣ ସଚ୍ଚୋଟ ଥିଲେ । ସେମାନେ ସେହି ଏପିସୋଡ୍ ଜିତିଥିଲେ । ସେମାନେ ନିଜ ବିଷୟରେ କଥାବାର୍ତ୍ତା ହୋଇଥିଲେ, ଅନେକ ଜିନିଷ ସେୟାର କରିଥିଲେ । ଆପଣ ସେମାନଙ୍କ ପାଇଁ ଫାଲତୁ କଥାବାର୍ତ୍ତା କରୁଛନ୍ତି । ମୁଁ କହୁଛି ଲୋକମାନେ କାହିଁକି ସେମାନଙ୍କ ଜୀବନ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ? ମୁଁ ସେମାନଙ୍କୁ କେବଳ କହିବାକୁ ଚାହେଁ, ତୁମେ କାହାର ବ୍ୟକ୍ତିଗତ ଜୀବନ ଏବଂ ବିବାହ ବିଷୟରେ କ'ଣ ଜାଣ ? ତୁମେ ପ୍ରଥମେ ତୁମ ଘରକୁ ଦେଖ ।

ଏହା ମଧ୍ୟ ପଢନ୍ତୁ:ଦୀପିକାଙ୍କ ପୂର୍ବରୁ ଅନୁଷ୍କାଙ୍କ ପାଇଁ ରଣଭୀର କହିଥିଲେ ସମାନ କଥା, କମେଣ୍ଟ ବର୍ଷା କଲେ ୟୁଜର୍ସ

ସୂଚନା ଥାଉ କି, ଏହି ଶୋ' ପରେ ସୋସିଆଲ ମିଡିଆରେ ଉଭୟ ରଣଭୀର ଏବଂ ଦୀପିକାଙ୍କୁ ଟ୍ରୋଲ କରାଯାଇଥିଲା । ଦୀପିକାଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ବିଷୟରେ -କହିବା ପାଇଁ ରଣଭୀରଙ୍କୁ ଟ୍ରୋଲ କରାଯାଇଥିବାବେଳେ କାଜୁଆଲ୍ ଡେଟିଂ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଦୀପିକାଙ୍କୁ ଟ୍ରୋଲ କରାଯାଇଥିଲା ।

ABOUT THE AUTHOR

...view details