ଓଡିଶା

odisha

ନିର୍ମାତା ସନ୍ଦୀପ ସିଂଙ୍କ ଏକାଠି କାମ କରିବେ କଙ୍ଗନା, ଆସୁଛି ନୂଆ ଫିଲ୍ମ

By

Published : Jun 29, 2023, 9:20 AM IST

ଫିଲ୍ମ ଏମରଜେନ୍ସିକୁ ନେଇ ଚର୍ଚ୍ଚାରେ ଥିବା ବଲିଉଡ କୁଇନ କଙ୍ଗନା ରାଣାୱତ ଏବେ ପୁଣି ଶିରୋନାମାରେ ରହିଛନ୍ତି । କଙ୍ଗନା ତାଙ୍କର ନୂଆ ପ୍ରୋଜେକ୍ଟ ନେଇ ଘୋଷଣା କରିଛନ୍ତି । ସନ୍ଦୀପ ସିଂଙ୍କ ସହ ତାଙ୍କର ପ୍ରୋଜେକ୍ଟ କରିବା ନେଇ ସୂଚନା ଦେଇଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ

ନୂଆ ପ୍ରୋଜେକ୍ଟର ଘୋଷଣା କଲେ କଙ୍ଗନା ରାଣାୱତ, ସନ୍ଦୀପ ସିଂଙ୍କ ସହ କାମ କରିବା ନେଇ ଦେଲେ ସୂଚନା
ନୂଆ ପ୍ରୋଜେକ୍ଟର ଘୋଷଣା କଲେ କଙ୍ଗନା ରାଣାୱତ, ସନ୍ଦୀପ ସିଂଙ୍କ ସହ କାମ କରିବା ନେଇ ଦେଲେ ସୂଚନା

ହାଇଦ୍ରାବାଦ: ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି'କୁ ନେଇ ଆଜିକାଲି ଶିରୋନାମାରେ ରହିଛନ୍ତି । ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ନିର୍ଦ୍ଦେଶନା ଦେବା ସହିତ ଅଭିନୟ କରିଛନ୍ତି । ଏପରିକି 'ଏମରଜେନ୍ସି' କଙ୍ଗନା ନିଜେ ପ୍ରସ୍ତୁତ କରିଛନ୍ତି । ଗୋଟିଏ ପଟେ କଙ୍ଗନା ରାଣାୱତ ଦେଶର ସବୁଠୁ ବଡ ରାଜନୈତିକ ଘଟଣା ଉପରେ ଆଧାରିତ ଫିଲ୍ମର ସୁଟିଂରେ ବ୍ୟସ୍ତ ଥିବାବେଳେ ଅନ୍ୟ ପଟେ ନୂଆ ପ୍ରୋଜେକ୍ଟର ଘୋଷଣା କରିଛନ୍ତି କଙ୍ଗନା । କଙ୍ଗନା ଏହି ବଡ଼ ବଜେଟ୍ ଚଳଚ୍ଚିତ୍ର ପାଇଁ ନିର୍ମାତା ସନ୍ଦୀପ ସିଂଙ୍କ ସହ ହାତ ମିଳାଇଥିବା ଜଣାପଡିଛି ।

'ଏମରଜେନ୍ସି'କୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ କଙ୍ଗନା ଫ୍ୟାନ୍ସଙ୍କୁ ଆଉ ଏକ ଖୁସି ଖବର ଦେଇଛନ୍ତି । କଙ୍ଗନା ବର୍ତ୍ତମାନ ସନ୍ଦୀପ ସିଂଙ୍କ ସହ ତାଙ୍କ ନୂଆ ପ୍ରୋଜେକ୍ଟର ଘୋଷଣା କରିଛନ୍ତି । ତେବେ ଏହି ଆଗାମୀ ମେଗା ବଜେଟ୍ ଫିଲ୍ମ ବିଷୟରେ ଆଉ କୌଣସି ସୂଚନା ଦିଆଯାଇନାହିଁ । ଫିଲ୍ମର ନାମ ଏବଂ ଏହାର ନିର୍ଦ୍ଦେଶକ ଖୁବ ଶୀଘ୍ର ଘୋଷଣା କରାଯିବ । କେବଳ ଏତିକି ନୁହେଁ କଙ୍ଗନା ଏବଂ ସନ୍ଦୀପଙ୍କ ଏହି ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଆରମ୍ଭରୁ ଆରମ୍ଭ ହେବ ବୋଲି ମଧ୍ୟ କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଶ୍ରେୟସ ତଲପଡେ

ଚଳଚ୍ଚିତ୍ର ନିର୍ମାତା ସନ୍ଦୀପ ସିଂଙ୍କ ସହ ତାଙ୍କର ସହଯୋଗ ଘୋଷଣା କରି ଅଭିନେତ୍ରୀ କଙ୍ଗନା ରାଣାୱତ କହିଛନ୍ତି, “ସନ୍ଦୀପ ଏବଂ ମୁଁ 13 ବର୍ଷରୁ ଅଧିକ ସମୟ ଧରି ବନ୍ଧୁ ହୋଇଥିଲୁ ଏବଂ ଦୀର୍ଘ ସମୟ ଧରି ଏକାଠି ଫିଲ୍ମ କରିବାକୁ ଚାହୁଁଥିଲୁ । ବର୍ତ୍ତମାନ ଆମେ ସଠିକ୍ ବିଷୟ ଏବଂ କାଷ୍ଟ୍ ପାଇଛୁ, ଏହା ଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଏହା ମୋ କ୍ୟାରିୟରର ସବୁଠୁ ବଡ ଚଳଚ୍ଚିତ୍ର ଏବଂ ଏକ ଦମଦାର ଫିଲ୍ମ ହେବାକୁ ଯାଉଛି । ଫିଲ୍ମ ବିଷୟରେ ଅଧିକ ସୂଚନା ଖୁବ ଶୀଘ୍ର ଘୋଷଣା କରାଯିବ ।''

ସେପଟେ ଚଳଚ୍ଚିତ୍ର ନିର୍ମାତା ସନ୍ଦୀପ ସିଂ କହିଛନ୍ତି, “କୌଣସି ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଜାତୀୟ ପୁରସ୍କାର ବିଜେତା ତଥା କଙ୍ଗନା ରାଣାୱତଙ୍କ ପରି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀଙ୍କ ସହ କାମ କରିବା ଏକ ସ୍ୱପ୍ନ । ମୁଁ ତାଙ୍କ ସହିତ ଏକ ଦଶନ୍ଧିରୁ ଅଧିକ ସମୟ କାମ କରିବାକୁ ଉତ୍ସାହର ସହିତ ଅପେକ୍ଷା କରିଥିଲି । ଶେଷରେ, ଏହି ଚଳଚ୍ଚିତ୍ର ସହିତ ତାହା ସତ ହେବାକୁ ଯାଉଛି ।’’ ସୂଚନା ଥାଉ କି, ସନ୍ଦୀପ ସିଂ ରାଉଡି ରାଥୋଡ, ରାମଲୀଲା, ମେରି କୋମ, ଆଲିଗଡ, ସରବଜିତ, ଭୂମି, ଝୁଣ୍ଡ ଭଳି ହିଟ ଚଳଚ୍ଚିତ୍ର ନିର୍ମାଣ କରି ଲୋକପ୍ରିୟତା ହାସଲ କରିଛନ୍ତି।

ABOUT THE AUTHOR

...view details