ମୁମ୍ବାଇ:ଜଣାଶୁଣା କଣ୍ଠଶିଳ୍ପୀ ଜୁବିନ୍ ନୌଟିଆଲ୍ ଗୁରୁତର ଆହତ ହୋଇଛନ୍ତି । ଗୁରୁବାର ତାଙ୍କ ଘରେ ପାହାଚରୁ ଖସିଯିବା ଫଳରେ ତାଙ୍କର ହାତ କହୁଣି ଭାଙ୍ଗି ଯାଇଛି । ଏହା ବ୍ୟତୀତ ଗାୟକଙ୍କ ମୁଣ୍ଡ, ପଞ୍ଜରା ହାଡ ଏବଂ କପାଳରେ ମଧ୍ୟ ଆଘାତ ଲାଗିଛି । ଗାୟକଙ୍କୁ ମୁମ୍ବାଇର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ପରେ ତାଙ୍କ ଡାହାଣ ହାତ ଅପରେସନ୍ ହେବ ।
ନିକଟରେ ଜୁବିନ୍ ନୌଟିଆଲ୍ଙ୍କ ନୂଆ ଗୀତ ତୁ ସାମନେ ଆଏ ରିଲିଜ୍ ହୋଇଛି । ସେ ଗାୟକ ୟୋହାନୀଙ୍କ ସହ ଏହି ଗୀତ ଗାଇଛନ୍ତି। ଗୁରୁବାର ଦିନ ନୌଟିଆଲ୍ ଏବଂ ୟୋହାନୀଙ୍କୁ ଗୀତର ଶୁଭାରମ୍ଭରେ ଏକାଠି ଦେଖିବାକୁ ମିଳିଥିଲା । ଏହା ପରେ ହିଁ ସେ ଆହତ ହୋଇଥିଲେ। ଏହି ଦୁର୍ଘଟଣା ହେତୁ ଜୁବିନଙ୍କ ତାଙ୍କ ଡାହାଣ ହାତ ଅପରେସନ୍ କରିବାକୁ ପଡିବ । ତାଙ୍କ ଡାହାଣ ହାତ ବ୍ୟବହାର ନକରିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।