ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଜୁନିଅର୍ ଏନ୍ଟିଆର୍ (Jr NTR)। ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ମତୁଆଲା କରେ। ତାଙ୍କ ଫ୍ୟାନ୍ ଫଲୋଇଂ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ । ଯେତେବେଳେ ବି ଜୁନିଅର୍ ଏନ୍ଟିଆର୍ଙ୍କ ଫିଲ୍ମ ରିଲିଜ ହୁଏ ହଲ୍ ହାଉସଫୁଲ୍ ହୋଇଯାଏ । ଦମଦାର ଅଭିନୟ ପାଇଁ ଆଜି ସେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ତାଙ୍କ ବୃତ୍ତିଗତ ଜୀବନ ପାଇଁ ଏନ୍ଟିଆର୍ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି, କିନ୍ତୁ ତାଙ୍କ ପ୍ରେମ ଜୀବନ ବିଷୟରେ ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ । ଆଜି ଏନ୍ଟିଆର୍ ତାଙ୍କର 39 ତମ ଜନ୍ମଦିନ ପାଳନ କରୁଛନ୍ତି । ସେ 20 ମଇ 1983 ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ । ଜୁନିୟର ଏନ୍ଟିଆର୍ଙ୍କ ଜନ୍ମଦିନରେ, ଆସନ୍ତୁ ଜାଣିବା ତାଙ୍କ ଏବଂ ଲକ୍ଷ୍ମୀ ପ୍ରଣତୀଙ୍କ ପ୍ରେମ ଜୀବନ ବିଷୟରେ ।
ଜୁନିଅର NTR ଏବଂ ଲକ୍ଷ୍ମୀଙ୍କର ଆରେଞ୍ଜ ମ୍ୟାରେଜ ହୋଇଥିଲା । ଏନ୍ଟିଆରଙ୍କ ପାଇଁ ଜୀବନସାଥୀ ତାଙ୍କ ପିତାମାତା ବାଛି ଥିଲେ । 2011 ମଇ 11ରେ ଏନ୍ଟିଆର୍ ଏବଂ ଲକ୍ଷ୍ମୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ଏକ ଗ୍ରାଣ୍ଡ ରିସେପ୍ସନ୍ ହୋଇଥିଲା ଯେଉଁଥିରେ ପରିବାର ସଦସ୍ୟ ଏବଂ ସାଙ୍ଗମାନେ ଉପସ୍ଥିତ ଥିଲେ ।