ଓଡିଶା

odisha

International Emmy Awards 2023: ବେଷ୍ଟ ଆକ୍ଟର ପାଇଁ ଜିମ୍‌ ସର୍ଭ ଏବଂ ଶେଫାଲୀ ଶାହ ମନୋନୀତ

ଆନ୍ତର୍ଜାତୀୟ ଏମି ପୁରସ୍କାର 2023 ପାଇଁ ମନୋନୀତ ତାରକା ତାଲିକା ଘୋଷଣା କରାଯାଇଛି । ଚଳିତ ବର୍ଷ ଅନେକ ଭାରତୀୟଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଯେଉଁଥିରେ ଭାରତର ଶେଫାଲୀ ଶାହା, ଜିମ୍‌ ସର୍ଭ ଏବଂ ବୀର ଦାସଙ୍କ ନାମ ସାମିଲ ରହିଛି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Sep 27, 2023, 10:13 AM IST

Published : Sep 27, 2023, 10:13 AM IST

ଜିମ୍‌ ସର୍ଭ ଏବଂ ଶେଫାଲୀ ଶାହ
ଜିମ୍‌ ସର୍ଭ ଏବଂ ଶେଫାଲୀ ଶାହ

ହାଇଦ୍ରାବାଦ: ଆନ୍ତର୍ଜାତୀୟ ଏମି ପୁରସ୍କାର 2023 ଏହାର ନାମାଙ୍କନ ତାଲିକା ଘୋଷଣା କରିଛି । ଏହି ତାଲିକାରେ ଅନେକ ବଲିଉଡ ତାରକାଙ୍କ ନାମ ଅନ୍ତର୍ଭୁକ୍ତ ରହିଛି, ଯେଉଁମାନେ ନିଜ କାମରେ ସମସ୍ତଙ୍କ ହୃଦୟ ଜିତିଛନ୍ତି । ଘୋଷିତ ତାଲିକାରେ 14ଟି ଶ୍ରେଣୀରେ 20ଟି ଦେଶରୁ 56 ଜଣ ମନୋନୀତ ବ୍ୟକ୍ତି ସାମିଲ ଅଛନ୍ତି । ଏମାନଙ୍କ ମଧ୍ୟରେ ଭାରତର ଶେଫାଲୀ ଶାହା, ଜିମ୍‌ ସର୍ଭ ଏବଂ ବୀର ଦାସ ଅଛନ୍ତି ।

ଶେଫାଲି ଶାହାଙ୍କୁ ‘ଦିଲ୍ଲୀ କ୍ରାଇମ୍ ୨’ ସିରିଜରେ ତାଙ୍କ କାମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ବର୍ଗରେ ମନୋନୀତ କରାଯାଇଛି । ଏହି ବର୍ଗରେ ଶେଫାଲୀ ଡେନମାର୍କର କୋନି ନିଲ୍ସନ୍, ବ୍ରିଟେନର ବିଲି ପାଇପର୍ ଏବଂ ମେକ୍ସିକୋର କାର୍ଲା ସୁଜାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସୋନି ଲାଇଭ୍‌ର ୱେବ୍ ସିରିଜ୍ 'ରକେଟ୍ ବୟଜ'ରେ ଦମଦାର ଭୂମିକା ପାଇଁ ଜିମ୍ ସର୍ଭଙ୍କୁ ଶ୍ରେଷ୍ଠ ଅଭିନେତା ବା 'ବେଷ୍ଟ ପରଫମାନ୍ସ ବାୟ ଆନ୍‌ ଆକ୍ଟର' ବର୍ଗରେ ମନୋନୀତ କରାଯାଇଛି । ଜିମ୍‌ଙ୍କ ସହ ଆର୍ଜେଣ୍ଟିନାର ଗୁସ୍ତାବୋ ବାସାନି, ବ୍ରିଟେନର ମାର୍ଟିନ୍‌ ଫ୍ରିମ୍ୟାନ୍‌ ଏବଂ ସ୍ବିଡେନର ଜୋନସ କାର୍ଲସନ ଏହି ବର୍ଗରେ ମନୋନୀତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଏକତା କପୁରଙ୍କୁ ଇଣ୍ଟରନ୍ୟାସନାଲ ଏମି ଡାଇରେକ୍ଟରେଟ ଆୱାର୍ଡ, ସମ୍ମାନ ପାଇବାରେ ପ୍ରଥମ ଭାରତୀୟ ମହିଳା

ଅଭିନେତା ତଥା ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ବୀର୍ ଦାସ ତାଙ୍କର ନେଟଫ୍ଲିକ୍ସ କମେଡି ସ୍ପେଶାଲ୍ ବୀର ଦାସ, ଲ୍ୟାଣ୍ଡିଂ ପାଇଁ ମନୋନୀତ ହୋଇଛନ୍ତି । ବୀରଙ୍କ ସହ ଫ୍ରାନ୍ସର ଲେ' ଫ୍ଲାମବୋ, ଆର୍ଜେଣ୍ଟିନାର ଏଲ୍ ଏନକାରଗାଡୋ ଏବଂ ବ୍ରିଟେନର ଡେରୀ ଗର୍ଲ୍ସ ସିଜନ-3ର ନାମ ମଧ୍ୟ ଏହି ବର୍ଗରେ ଅନ୍ତର୍ଭୁକ୍ତ । ତାରକାମାନେ ନିଜ ନିଜ ନାମାଙ୍କନ ପାଇଁ ବହୁତ ଖୁସି ଅଛନ୍ତି । ଘୋଷଣା ପରେ ଜିମ୍ ସର୍ଭ ବହୁତ ଉତ୍ସାହିତ ଅଛନ୍ତି । ସେ ତାଙ୍କ ପ୍ରୋଜେକ୍ଟ 'ରକେଟ୍ ବୟଜ'କୁ ମଧ୍ୟ ଅଭିବାଦନ ଜଣାଇଛନ୍ତି ।

ଅନ୍ତର୍ଜାତୀୟ ଏମି ପୁରସ୍କାର 2023 କେଉଁଠାରେ ହେବ ?

20 ନଭେମ୍ବର 2023ରେ ନ୍ୟୁୟର୍କରେ ଅନ୍ତର୍ଜାତୀୟ ଏମି ପୁରସ୍କାର 2023 ଅନୁଷ୍ଠିତ ହେବ । ଏହି ସମସ୍ତ ତାରକାଙ୍କ ସହ ନିର୍ମାତା ଏକତା କପୁରଙ୍କୁ ମଧ୍ୟ ସମ୍ମାନିତ କରାଯିବ । 52ତମ ଅନ୍ତର୍ଜାତୀୟ ଏମି ପୁରସ୍କାର 2023ରେ ଏକତା କପୁରଙ୍କୁ ସମ୍ମାନାସ୍ପଦ ‘ଇଣ୍ଟରନାସନାଲ୍‌ ଏମି ଡାଇରେକ୍ଟରେଟ୍‌’ ପୁରସ୍କାରରେ ସମ୍ମାନିତ କରାଯିବ । ଏକତା କପୁର ଅନେକ ଚଳଚ୍ଚିତ୍ର ଏବଂ ଧାରାବାହିକ ନିର୍ମାଣ କରିଛନ୍ତି । ସେ ଦୀର୍ଘ ଦିନ ଧରି ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ବଜାୟ ରଖିଛନ୍ତି ।

ABOUT THE AUTHOR

...view details