ଓଡିଶା

odisha

ETV Bharat / entertainment

'ଜବାନ୍'ର ସେଟ୍‌ରେ ପ୍ରଥମ ଥର ଶାହାରୁଖଙ୍କୁ ଭେଟିଥିଲେ ସାଙ୍ଗେ ସେଲଟ୍ରିମ୍, କହିଲେ-ତାଙ୍କ ଆଚରଣ ମୋ ହୃଦୟକୁ...

ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ 'ଜବାନ'ରେ ଅଭିନେତା ସାଙ୍ଗେ ସେଲଟ୍ରିମ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ ଫିଲ୍ମରେ କିଙ୍ଗ ଖାନଙ୍କ ସହ କାମ କରିବାର ଅଭିଜ୍ଞତା ସେୟାର କରିଛନ୍ତି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Sep 8, 2023, 4:53 PM IST

ସାଙ୍ଗେ ସେଲଟ୍ରିମ୍
ସାଙ୍ଗେ ସେଲଟ୍ରିମ୍

ହାଇଦ୍ରାବାଦ: ସେପ୍ଟେମ୍ବର 7ରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଜବାନ' ପ୍ରେକ୍ଷାଳୟକୁ ଆସିଛି। କିଙ୍ଗ ଖାନଙ୍କ ଏହି ଚଳଚ୍ଚିତ୍ର ଦର୍ଶକଙ୍କଠାରୁ ବହୁତ ଭଲ ପାଇବା ପାଇଛି । ଉଦଘାଟନୀ ଦିନରେ 'ଜବାନ୍' ବକ୍ସ ଅଫିସରେ 75 କୋଟି ଟଙ୍କା କଲେକ୍ସନ କରିଛି । ଅଟଲି କୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ରିଲିଜ୍ ହେବା ମାତ୍ରେ ଟିକେଟ୍ ୱିଣ୍ଡୋରେ ଅନେକ ବଡ଼ ଚଳଚ୍ଚିତ୍ରର କଲେକ୍ସନ ରେକର୍ଡ ଭାଙ୍ଗିଛି। ଶାହାରୁଖଙ୍କ ଏହି ଚଳଚ୍ଚିତ୍ରକୁ ନେଇ ସମସ୍ତେ ବହୁତ ଉତ୍ସାହିତ ଅଛନ୍ତି । ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତା ସାଙ୍ଗେ ସେଲଟ୍ରିମ୍ । ନିକଟରେ ଏକ ସାକ୍ଷାତକାରରେ ସେ ଏହି ଫିଲ୍ମରେ ଶାହାରୁଖ ଖାନଙ୍କ ସହ କାମ କରିବାର ଅଭିଜ୍ଞତା ସେୟାର କରିଛନ୍ତି ।

ସାଙ୍ଗେ ସେଲଟ୍ରିମ୍ ପ୍ରଥମ ଥର ପାଇଁ 'ଜବାନ୍' ସେଟରେ ଶାହାରୁଖଙ୍କୁ ଭେଟିଥିଲେ

ଏକ ଗଣମାଧ୍ୟମ ସଂଗଠନ ସହ ବାର୍ତ୍ତାଳାପ ବେଳେ ସାଙ୍ଗେ କହିଛନ୍ତି ଯେ, ଶାହାରୁଖଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ 'ଜବାନ'ର ସୁଟିଂ ସମୟରେ ହୋଇଥିଲା । ସାଙ୍ଗେଙ୍କୁ ଦେଖିବା ମାତ୍ରା ଶାହରୁଖ ଖାନ ତୁରନ୍ତ ହାତ ମିଳାଇ ଆଲିଙ୍ଗନ କରିଥିଲେ । ଶାହରୁଖ କହିଥିଲେ ଯେ, ସାଙ୍ଗେ ବୋର୍ଡରେ ତୁମକୁ ସ୍ବାଗତ । ତାଙ୍କର ଆଚରଣ ପ୍ରକୃତରେ ମୋ ହୃଦୟକୁ ଛୁଇଁଥିଲା ।

ଏହା ମଧ୍ୟ ପଢନ୍ତୁ: Jawan Special Screening: ନଜର ଆସିଲେ ଶାହାରୁଖ, ଅଟଲିଙ୍କ ସମେତ ଫିଲ୍ମର ପୁରା ଟିମ୍

ଏଜାଜ ଖାନ ମଧ୍ୟ କରିଥିଲେ ପ୍ରଶଂସା

ସାଙ୍ଗେଙ୍କୁ ପ୍ରଶଂସା କରି କହିଛନ୍ତି, "ମୁଁ ଦେଖିଛି ଶାହାରୁଖ ଯାହା ଶିଖିଛନ୍ତି ତାହା ଶିଖାଇବେ ଏବଂ ସେ ଅନ୍ୟମାନଙ୍କଠାରୁ ତାହା ଶିଖିବେ ଯାହା ସେ ଜାଣିନଥିବେ । ଏହାପୂର୍ବରୁ ଜବାନରେ ଜଣେ ସହାୟକ ଅଭିନେତା ଭୂମିକାରେ ଅଭିନୟ କରିଥିବା ଏଜାଜ୍‌ ଖାନ ମଧ୍ୟ ସେଟ୍‌ରେ କିଙ୍ଗ୍‌ ଖାନଙ୍କ ଭଲ ଆଚରଣ ବିଷୟରେ କହିଥିଲେ । ଏକ ଗଣମାଧ୍ୟମ ସଂଗଠନ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ, ଶାହାରୁଖଙ୍କ ସବୁଠାରୁ ବଡ଼ କଥା ହେଉଛି ଯେ, ଆମେ ତାଙ୍କୁ ଯେତିକି ଭଲପାଇବା ଦେଇଥାଉ, ସେ ପ୍ରତିବଦଳରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅହୁରି ଅଧିକା ଭଲପାଇବା ଦିଅନ୍ତି ।"

ଉଲ୍ଲେଖନୀୟ ଯେ, ଶାହରୁଖ ଖାନଙ୍କ 'ଜବାନ' ଦର୍ଶକଙ୍କଠାରୁ ବହୁତ ଭଲପାଇବା ପାଉଛି । ଅଟଲିଙ୍କ ଚଳଚ୍ଚିତ୍ରରେ ବିଜୟ ସେଥୁପତି, ନୟନତାରା, ସାନ୍ୟା ମାଲହୋତ୍ରା, ସୁନୀଲ ଗ୍ରୋଭରଙ୍କ ଭଳି ଶ୍ରେଷ୍ଠ ଅଭିନେତାମାନେ ନିଜର ଦମଦାର ଅଭିନୟ ସହିତ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ଏଥି ସହିତ ଦୀପିକା ପାଦୁକୋନ୍ ମଧ୍ୟ କେମିଓ ଭୂମିକାରେ ନିଜର ଚମତ୍କାର ପ୍ରଦର୍ଶନ କରୁଛନ୍ତି ।

ABOUT THE AUTHOR

...view details