ଓଡିଶା

odisha

By ETV Bharat Odisha Team

Published : Sep 7, 2023, 8:07 AM IST

ETV Bharat / entertainment

Jawan: ପରଦାକୁ ଆସିଲା ଜବାନ, ଫିଲ୍ମ ପାଇଁ ରାତି ଅନିଦ୍ରା ଶାହାରୁଖ ଓ ଫ୍ୟାନ୍ସ

ରିଲିଜ ହେଲା ଶାହାରୁଖ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଜବାନ । ସକାଳ 5ଟା ରୁ ପ୍ରଥମ ଦିନର ପ୍ରଥମ ଶୋ' ଆରମ୍ଭ ହୋଇଥିବା ବେଳେ ଥିଏଟର ବାହାରେ ଫ୍ୟାନ୍ସଙ୍କ ଭିଡ଼ । ଏପରିକି ଥିଏଟରେ ଫିଲ୍ମ ଦେଖି ନାଚିଲେ ଫ୍ୟାନ୍ସ । ସେପଟେ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଲେ ଶାହାରୁଖ ଖାନ । ଅଧିକ ପଢନ୍ତୁ,

Jawan: ପରଦାକୁ ଆସିଲା କିଙ୍ଗ ଖାନଙ୍କ ଫିଲ୍ମ ଜବାନ, ଫିଲ୍ମ ପାଇଁ ରାତିସାରା ଚେଇଁଥିଲେ ଶାହାରୁଖଙ୍କ ସମେତ ଫ୍ୟାନ୍ସ
Jawan: ପରଦାକୁ ଆସିଲା କିଙ୍ଗ ଖାନଙ୍କ ଫିଲ୍ମ ଜବାନ, ଫିଲ୍ମ ପାଇଁ ରାତିସାରା ଚେଇଁଥିଲେ ଶାହାରୁଖଙ୍କ ସମେତ ଫ୍ୟାନ୍ସ

ହାଇଦ୍ରାବାଦ: ଦୀର୍ଘ ଦିନର ଅପେକ୍ଷାର ହେଲା ଅନ୍ତ । ଆଜି ପ୍ରେକ୍ଷାଳୟରେ ରିଲିଜ ହେଲା ବଲିଉଡ କିଙ୍ଗ ଖାନଙ୍କ ଫିଲ୍ମ ଜବାନ । ଏହା କୌଣସି ଫିଲ୍ମ ଠାରୁ କମ ନୁହେଁ । ପ୍ରଶଂସକମାନେ ଉତ୍ସାହର ସହ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଥିଲେ । ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ସକାଳ 5ଟାରୁ ଫିଲ୍ମର ଶୋ' ଆରମ୍ଭ ହୋଇଥିବା ବେଳେ ଥିଏଟରରେ ଜମିଛି ଭିଡ଼ । ଥିଏଟର ବାହାରେ ବାଣଫୁଟାଇ ଫିଲ୍ମ ରିଲିଜର ଜୋରଦାର ସେଲିବ୍ରେସନ କରୁଥିବା ବେଳେ ଥିଏଟରରେ ଫିଲ୍ମ ଦେଖି ନାଚିଛନ୍ତି ଫ୍ୟାନ୍ସ । ସେପଟେ ଏନେଇ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇଛନ୍ତି ଶାହାରୁଖ ।

ଜବାନର ପ୍ରଥମ ଶୋ' ଦେଖି ଫ୍ୟାନ୍ସ ଦିୱାନା ହୋଇଛନ୍ତି । ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଥିଏଟରର ବାହାର ଏବଂ ଭିତର ଭିଡିଓ ସେୟାର କରି ପ୍ରତିକ୍ରିୟା ଦେଇଛନ୍ତି । ଯିଏ ଏହି ଫିଲ୍ମ ଦେଖୁଛି ସେ ଏହାକୁ ପ୍ରଶଂସା କରୁଛି । ଯବାନଙ୍କ ପ୍ରଶଂସକମାନେ ଏହାକୁ ଏକ ବ୍ଲକବଷ୍ଟର ହିଟ୍ ବୋଲି କହୁଛନ୍ତି । ବଡ ପରଦାରେ ଶାହରୁଖ ଖାନ ନାଚୁଥିବା ଦେଖି ଲୋକମାନେ ନିଜେ ନାଚିବା ଆରମ୍ଭ କରି ଦେଇଛନ୍ତି । ଥିଏଟରରୁ ନାଚୁଥିବା ଲୋକଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଥିଏଟରର ବାହାରେ ବି ଫ୍ୟାନ୍ସ ବାଣ ଫୁଟାଇ ଫିଲ୍ମ ସେଲିବ୍ରେସନ କରିଛନ୍ତି । ଏଥିସହ ପଶ୍ଚିମ ବଙ୍ଗରେ ଫ୍ୟାନ୍ସ ଫିଲ୍ମ ପାଇଁ କାଳୀ ପୂଜା ମଧ୍ୟ କରିଛନ୍ତି।

ଆଉ କେତେକ ଫ୍ୟାନ୍ସ ଥିଏଟର ବାହାରେ ଶାହାରୁଖଙ୍କ ଫ଼ଟୋରେ ଫୁଲମାଳ ଛଡାଇଛନ୍ତି । ଆଉ ଏକ ଥିଏଟର ବାହାରେ ଫ୍ୟାନ୍ସ ଜିମନାଷ୍ଟ କରି ମଧ୍ୟ ଶାହାରୁଖଙ୍କ ସିଗନ୍ଚେର ଷ୍ଟାଇଲ କରୁଥିବା ଦେଖିବାକୁ ମିଳିଛି । ଫ୍ୟାନ୍ସଙ୍କ ପାଇଁ ଶାହାରୁଖଙ୍କ ଫିଲ୍ମ କୌଣସି ଦିୱାଲି ଠାରୁ କମ ନୁହେଁ । ସମସ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବର୍ତ୍ତମାନ ଶାହାରୁଖଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଶାହାରୁଖ ଭିଡିଓ ପୋଷ୍ଟ କରି ପ୍ରଥମ ଶୋ' ଦେଖିବାକୁ ଆସିଥିବା ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇଛନ୍ତି । ଫ୍ୟାନ୍ସଙ୍କ ଏକ ଭିଡିଓ ସେୟାର କରି ଟ୍ବିଟରରେ ଶାହାରୁଖ ଲେଖିଛନ୍ତି, ଲଭ୍ ୟୁ ପୁଅ ଏବଂ ଝିଅମାନେ । ମୁଁ ଆଶା କରେ ଆପଣ ମନୋରଞ୍ଜନକୁ ଉପଭୋଗ କରିବେ । ତୁମ ସହ ମୁଁ ବି ଥିଏଟରରେ ଫିଲ୍ମ ରିଲିଜ ପାଇଁ ଚେଇଁ ରହିଥିଲି । ବହୁତ ଭଲପାଇବା ଏବଂ ଧନ୍ୟବାଦ ।

ଏହା ମଧ୍ୟ ପଢନ୍ତୁ:ସ୍ପେଶାଲ ସ୍କ୍ରିନିଂ ପାଇଁ Yrf ଷ୍ଟୁଡିଓରେ ଶାହାରୁଖ, ସାମିଲ ହେଲେ ଏହି ସେଲିବ୍ରିଟି

ସୂଚନା ଥାଉ କି, ଜବାନର କ୍ରେଜ ନା କେବଳ ଭାରତ ବରଂ ସାରା ବିଶ୍ବରେ ଦେଖିବାକୁ ମିଳିଛି । ଶାହାରୁଖଙ୍କ ଏହି ଫିଲ୍ମ ବିଶ୍ବର 10 ହଜାର ସ୍କ୍ରିନରେ ରିଲିଜ ନେଇ କାର୍ଯ୍ୟକ୍ରମ ରହିଛି । ଜବାନରେ ଶାହାରୁଖ ଖାନଙ୍କ ସହ ନୟନତାରା, ସାନିଆ ମଲହୋତ୍ରା, ପ୍ରିୟମଣି ଏବଂ ବିଜୟ ସେଥୁପଥୀ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଅଟଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ହିନ୍ଦୀ ସମେତ ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିଛି।

ABOUT THE AUTHOR

...view details