ଓଡିଶା

odisha

Jawan box office collection day 15: ଜବାନ ଜଲୱା ଜାରି, ଖୁବଶୀଘ୍ର 1000କୋଟି କ୍ଲବରେ ହେବ ସାମିଲ !

By ETV Bharat Odisha Team

Published : Sep 21, 2023, 12:56 PM IST

ସେପ୍ଟେମ୍ବର 7ରେ ରିଲିଜ ହୋଇଥିବା ଜବାନ ଓପନିଂ ଦିନ ଠାରୁ ରେକର୍ଡ ଭାଙ୍ଗି ଆସୁଛି । ଦୁଇ ସପ୍ତାହ ପରେ ମଧ୍ୟ ବକ୍ସ ଅଫିସରେ ନିଜର ଦୃଢ଼ତା ବଜାୟ ରଖିଛି । ଭାରତରେ ଫିଲ୍ମ 500କୋଟି ପାର୍ କରିଥିବା ବେଳେ ବର୍ତ୍ତମାନ ବିଶ୍ବରେ 1000କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଅଧିକ ପଢନ୍ତୁ

ଜବାନ ଜଲୱା ଜାରି, ଖୁବଶୀଘ୍ର 1000କୋଟି କ୍ଲବରେ ହେବ ସାମିଲ
ଜବାନ ଜଲୱା ଜାରି, ଖୁବଶୀଘ୍ର 1000କୋଟି କ୍ଲବରେ ହେବ ସାମିଲ

ହାଇଦ୍ରାବାଦ:ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମ ଜବାନ ରିଲିଜ ଦିନ ଠାରୁ ଦର୍ଶକଙ୍କ ମନ ଜିତି ଆସୁଛି । ଏହି ଫିଲ୍ମ ପ୍ରଥମ ଦିନରେ 75 କୋଟି ଟଙ୍କା ସଂଗ୍ରହ କରି ସବୁଠୁ ବଡ଼ ଓପନର୍ ହେବାର ରେକର୍ଡ ସୃଷ୍ଟି କରିଛି । ସେହି ଦିନଠାରୁ, 'ଜବାନ୍' କେବଳ ବିପୁଳ ରୋଜଗାର କରୁନାହିଁ ବରଂ ପ୍ରତ୍ୟେକ ଦିନ ଅନେକ ନୂଆ ରେକର୍ଡ କରୁଛି । ଫିଲ୍ମ ଭାରତରେ ଫିଲ୍ମ 500କୋଟି ପାର୍ କରିଥିବା ବେଳେ ବର୍ତ୍ତମାନ ବିଶ୍ବରେ 1000କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ।

ଜବାନ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଭଲ ପ୍ରଦର୍ଶନ କରିଛି । ରିଲିଜ ହେବାର 13ତମ ଦିନରେ 500 କୋଟି କ୍ଲବରେ ସାମିଲ ହୋଇଥିଲା ଫିଲ୍ମ। ଏହି କ୍ରମରେ ଶାହାରୁଖ ଖାନଙ୍କ ଏହି ଚଳଚ୍ଚିତ୍ର ପଠାନ, ଗଦର ୨ ଏବଂ କେଜିଏଫ ୨ ଭଳି ଚଳଚ୍ଚିତ୍ରକୁ ଫଛରେ ପକାଇଛି । ବର୍ତ୍ତମାନ 15ତମ ଦିନରେ ଫିଲ୍ମର ରୋଜଗାର ସାମ୍ନାକୁ ଆସିଛି । ଭାରତରେ ଫିଲ୍ମ 500 କୋଟିରୁ ଆଧିକ ଆୟ କରିଥିବା ବେଳେ ସାରା ବିଶ୍ବରେ ଜବାନ 900 କୋଟି ଆୟ କରି ଆଉ ଏକ ସଫଳତା ହାସଲ କରିଛି ।

ଜବାନ ବିଶ୍ୱ ବକ୍ସ ଅଫିସ କଲେକ୍ସନ

ସାକ୍ନିଲ୍କଙ୍କ ରିପୋର୍ଟ ଅନୁଯାୟୀ, ଅଟଲି କୁମାରଙ୍କ ନିର୍ଦ୍ଦେଶିତ ଫିଲ୍ମ ଜବାନ ଘରୋଇ ବକ୍ସ ଅଫିସରେ 14 ଦିନ ମଧ୍ୟରେ ଘରୋଇ ବକ୍ସ ଅଫିସରେ ପ୍ରାୟ 518.38 କୋଟି ଟଙ୍କା ଆୟ କରିଥିଲା । ତେବେ ବର୍ତ୍ତମାନ ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି ଯେ ଫିଲ୍ମ ଏହାର 15 ତମ ଦିନରେ, ଭାରତର ବକ୍ସ ଅଫିସରେ 9 କୋଟି ଟଙ୍କା ରୋଜଗାର କରିପାରେ । ଫଳରେ ଫିଲ୍ମର ମୋଟ ଆୟ 527.38 କୋଟି ଟଙ୍କାକୁ ବୃଦ୍ଧି ପାଇବ । ସେପଟେ ଜବାନ ବିଶ୍ୱ ବକ୍ସ ଅଫିସରେ 900 କୋଟି ମାର୍କ ଅତିକ୍ରମ କରିସାରିଛି, ମାତ୍ର 14 ଦିନ ମଧ୍ୟରେ 907.54 କୋଟି ଟଙ୍କା କଲେକ୍ସନ କରିଛି ।

ଏହା ମଧ୍ୟ ପଢନ୍ତୁ:37 ବର୍ଷ ବୟସରେ ପାଦ ଥାପିଲେ ଅଟଲି, ସୁପରହିଟ୍‌ ଫିଲ୍ମ ନିର୍ମାଣରେ ଓସ୍ତାଦ

କିଙ୍ଗ ଖାନଙ୍କ ଜବାନ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଭାଷାରେ ସେପ୍ଟେମ୍ବର 7ରେ ସାରା ବିଶ୍ୱରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ସାଉଥ ଅଭିନେତା ନୟନତାରା ଏବଂ ବିଜୟ ସେତୁପତି ଏବଂ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଏବଂ ସଞ୍ଜୟ ଦତ୍ତ ମଧ୍ୟ କ୍ୟାମିଓ ରୋଲରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବାବେଳେ ସାରା ଦେଶରେ ପ୍ରଶଂସକଙ୍କଠାରୁ ବହୁତ ଭଲ ରିଭ୍ୟୁ ମଧ୍ୟ ପାଇଛି ।

ABOUT THE AUTHOR

...view details