ହାଇଦ୍ରାବାଦ: ଦର୍ଶକଙ୍କ ଦିଲ୍ରେ ରାଜ୍ କରିବାକୁ ପୁଣି ଥରେ ଆସୁଛନ୍ତି ମେଗାଷ୍ଟାର ରଜନୀକାନ୍ତ । ତାଙ୍କ ଚଳଚ୍ଚିତ୍ର ‘ଜେଲର’ ଖୁବ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ରିଲିଜ ପୂର୍ବରୁ ହିଁ ତାଙ୍କ ପ୍ରଶଂସକମାନେ ଥାଲାଇଭାଙ୍କ ଏହି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଫିଲ୍ମ ‘ଜେଲର’ 10 ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । କେବଳ ସେତିକି ନୁହେଁ, ରଜନୀକାନ୍ତଙ୍କ ପ୍ରଶଂସକଙ୍କୁ ଦୃଷ୍ଟିରେ ରଖି ଚେନ୍ନାଇ ଏବଂ ବାଙ୍ଗାଲୋରରେ ଛୁଟି ଘୋଷଣା କରାଯାଇଛି। ତାମିଲ ଚଳଚ୍ଚିତ୍ର ଜେଲର ଦେଖିବା ପାଇଁ ଏହି ଛୁଟି ଘୋଷଣା କରାଯାଇଛି। ଏହା ସହିତ ଚେନ୍ନାଇ ଏବଂ ବାଙ୍ଗାଲୋରର କେତେକ କମ୍ପାନୀ ନିଜ କର୍ମଚାରୀଙ୍କୁ ରଜନୀକାନ୍ତଙ୍କ ଫିଲ୍ମ ପାଇଁ ମାଗଣା ଟିକେଟ ବଣ୍ଟନ କରିଛନ୍ତି।
ଏକ ଖବର ଅନୁଯାୟୀ ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ଜେଲର ରିଲିଜ୍ ତାରିଖରେ ଛୁଟି ଘୋଷଣା କରାଯାଇଛି। ଏପରିକି ଏକ କମ୍ପାନୀ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଛୁଟି ଘୋଷଣା କରିଛି। ଉଲ୍ଲେଖନୀୟ ଯେ, ନିକଟରେ ଦକ୍ଷିଣର ମେଗାଷ୍ଟାର ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଜେଲର ଟ୍ରେଲର ମୁକ୍ତିଲାଭ କରିଥିଲା। ଯାହାକୁ ଥାଲାଇଭାଙ୍କ ପ୍ରଶଂସକ ଏବଂ ଦର୍ଶକମାନେ ଭଲ ପସନ୍ଦ କରିଛନ୍ତି । ରଜନୀକାନ୍ତଙ୍କ ସହ ଜେଲର ଫିଲ୍ମରେ ରାମ୍ୟା କୃଷ୍ଣନ୍, ଜ୍ୟାକି ଶ୍ରଫ୍, ତମନ୍ନା ଭାଟିଆ, ଶିବ ରାଜକୁମାର, ସୁନୀଲ ଏବଂ ଯୋଗୀ ବାବୁଙ୍କ ପରି ଅନେକ ଭେଟେରାନ୍ ଅଭିନେତା ମୁଖ୍ୟ ଭୂମିକାରେ ଅଛନ୍ତି।