ହାଇଦ୍ରାବାଦ: ବଲିଉଡ ଅଭିନେତା ବରୁଣ ଧୱନ 'ହମ୍ପଟି ଶର୍ମା କି ଦୁଲହନିଆ' ଏବଂ 'ବଦ୍ରିନାଥ କି ଦୁଲହନିଆ' ସହ ଦର୍ଶକଙ୍କ ମନ ଜିତିଥିଲେ । ଏବେ ଅଭିନେତା ଦୁଲହନିଆ ପ୍ରାଞ୍ଚାଇଜର ୩ୟ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ ପୁଣି ବର ସାଜିବାକୁ ଥିବା ବେଳେ ତାଙ୍କ କନ୍ୟା ଏଥର ଆଲିଆ ଭଟ୍ଟ ହେବେ ନାହିଁ । ଅର୍ଥାତ୍ ପୂର୍ବ ଫିଲ୍ମ ପରି ବରୁଣଙ୍କ ଏହି ଫିଲ୍ମରେ ଆଲିଆ ଭଟ୍ଟ ନଜର ଆସିବେ ନାହିଁ । ରିପୋର୍ଟ ଅନୁସାରେ, ଏହି ଫିଲ୍ମରେ ଆଲିଆଙ୍କ ବଦଳରେ ଜାହ୍ନବୀ କପୁର ନଜର ଆସିବେ ।
ସୂଚନା ଅନୁସାରେ, ଜାହ୍ନବୀ କପୁର ଦୁଲହନିଆ ପ୍ରାଞ୍ଚାଇଜର ଆଗାମୀ ଫିଲ୍ମରେ କନ୍ୟା ସାଜିବେ । ତେବେ 'ବୱାଲ' ପରେ ଜାହ୍ନବୀ ବରୁଣଙ୍କ ସହ ୩ୟ ଥର ପାଇଁ ସ୍କ୍ରିନ ସେୟାର କରିବେ । ରିପୋର୍ଟ ଅନୁସାରେ, ଏହି ଫିଲ୍ମକୁ ଶଶାଙ୍କ ସୈତାନ ନିର୍ଦ୍ଦେଶନା ଦେବେ ବୋଲି ଜଣାପଡିଛି । ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ ତେବେ ଏହି ଫିଲ୍ମ ବର୍ତ୍ତମାନ ନୂଆ କାହାଣୀ ଏବଂ ନୂଆ ଚରିତ୍ର ଉପରେ ଆଧାରିତ ହେବ । ଏଥିରେ କୌଣସି ମଧ୍ୟ ପୂର୍ବ ଫିଲ୍ମର ଧାରଣା ରହିବ ନାହିଁ । ଫିଲ୍ମର ପ୍ରି-ପଡକ୍ସନ ଆରମ୍ଭ ହୋଇସାରିଛି । କିଛି ଦିନ ମଧ୍ୟରେ ଏହାର ସୁଟିଂ ମଧ୍ୟ ଆରମ୍ଭ ହେବ ବୋଲି କୁହାଯାଉଛି ।
କହିରଖୁଛୁ କି, ଜାହ୍ନବୀ ଏବଂ ବରୁଣ ଫିଲ୍ମ 'ବୱାଲ' ସହ ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରିଥିଲେ । ଏହି ଫିଲ୍ମ ସହ ବରୁଣ ଓଟିଟିରେ ଡେବ୍ୟୁ କରିଥିବା ବେଳେ ଏଥିରେ ଉଭୟଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଇଥିଲା । ଏହି ଫିଲ୍ମଟି ଓଟିଟିରେ ଜୁଲାଇ ୨୧, ୨୦୨୩ରେ ଷ୍ଟ୍ରିମିଂ ହୋଇଥିଲା । ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ 'ବୱାଲ' ଦ୍ୱିତୀୟ ବିଶ୍ୱଯୁଦ୍ଧ ଉପରେ ଆଧାରିତ । ପ୍ରେମ କାହାଣୀ ଚଳଚ୍ଚିତ୍ର 'ବୱାଲ' ମଧ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ପୃଷ୍ଠଭୂମି ଦେଖାଇବ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଫ୍ରାନ୍ସ ମଧ୍ୟ ଜଡିତ ଥିଲା ।